fbpx

ଋଷରୁ ଆସିଲା ବଡ଼ ଖବର: ଜୀବିତ ଅଛନ୍ତି ୱାଗନର ମୁଖ୍ୟ ପ୍ରିଗୋଝିନ, ଏହା କ’ଣ ସତ

ନୂଆଦିଲ୍ଲୀ: ଗତ ୨୩ ତାରିଖରେ ଏକ ଘରୋଇ ବିମାନ ଦୁର୍ଘଟଣାରେ ମସ୍କୋର ୧୦ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ତେବେ ଉକ୍ତ ଦୁର୍ଘଟଣାରେ ଋଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ବିରୋଧରେ ବିଦ୍ରୋହ କରିଥିବା ୱାଗନର ମୁଖ୍ୟ ୟେଭଗେନି ପ୍ରିଗୋଝିନଙ୍କର ମୃତ୍ୟୁ ଘଟିଥିବା କୁହାଯାଇଥିଲା । ଏପରିକି ଡିଏନଏ ରିପୋର୍ଟରେ ମଧ୍ୟ ପ୍ରିଗୋଝିନଙ୍କର ମୃତ୍ୟୁ ନେଇ ସ୍ପଷ୍ଟ କରାଯାଇଥିଲା । ଦୁର୍ଘଟଣାର ଶିକାର ହୋଇଥିବା ବିମାନରେ ପ୍ରିଗୋଝିନ ଥିଲେ କି ନା ତାହା ସ୍ପଷ୍ଟ ହୋଇନଥିଲା ।

ତେବେ ଗତ ୨୯ ତାରିଖରେ ଋଷର ସେଣ୍ଟ ପିଟର୍ସବର୍ଗ ସହରରେ ପ୍ରିଗୋଝିନଙ୍କର ଶେଷକୃତ୍ୟ କରାଯାଇଥିବା ବେଳେ ଏହା ମଧ୍ୟରେ ପୁଣି ଋଷରୁ ଆସିଛି ଏକ ବଡ଼ ଖବର । ପ୍ରିଗୋଝିନ ଏବେ ବି ଜୀବିତ ଅଛନ୍ତି ଓ ସେ ପୁଟିନଙ୍କ ଠାରୁ ପ୍ରତିଶୋଧ ନେବାକୁ ଯୋଜନା କରୁଛନ୍ତି । ଋଷରେ ଏଭଳି ଆଶ୍ଚର୍ଯ୍ୟଜନକ ଦାବି କରାଯାଉଥିବା ଦେଖିବାକୁ ମିଳିଛି ।

ଋଷର ଜଣେ ରାଜନୈତିକ ବିଶ୍ଲେଷକଙ୍କ ମୁତାବକ, ଅଗଷ୍ଟ ୨୩ରେ ଯେଉଁ ବିମାନ କ୍ରାସ ହୋଇଥିଲା ସେଥିରେ ପ୍ରିଗୋଝିନ ନଥିଲେ । ପ୍ରିଗୋଝିନ ଏବେ ଏକ ଅଜ୍ଞାତ ଦେଶରେ ରହିଛନ୍ତି ଓ ଆରାମରେ ବୁଲୁଛନ୍ତି । ଋଷ ଅଧିକାରୀମାନେ ଡିଏନଏ ମାଧ୍ୟମରେ ପ୍ରିଗୋଝିନଙ୍କ ମୃତ୍ୟୁ ନେଇ ମିଥ୍ୟା ଦାବି କରୁଛନ୍ତି । ପ୍ରିଗୋଝିନ ନକଲି ବଡିର ବ୍ୟବହାର କରୁଥିଲେ । ତେଣୁ ବିମାନ ଦୁର୍ଘଟଣାରେ ତାଙ୍କର ନକଲ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ବିମାନରେ ପ୍ରିଗୋଝିନ ନଥିଲେ ବୋଲି ପୁଟିନ ମଧ୍ୟ ଜାଣିଛନ୍ତି ।

Get real time updates directly on you device, subscribe now.