fbpx

The ‘X’ Factor; ଏଣିକି ଟ୍ୱିଟରରେ କରିହେବ Audio-Video Call: ଘୋଷଣା କଲେ ଏଲନ୍ ମସ୍କ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ X(ଟ୍ୱିଟର)କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ଏଲନ୍ ମସ୍କ । ଖୁଶୀଘ୍ର ‘X’ ୟୁଜରଙ୍କ ପାଇଁ ଏହି ପ୍ଲାଟଫର୍ମରେ ଏକ ବଡ଼ ଫିଚର ଉପଲବ୍ଧ ହେବାକୁ ଯାଉଛି । X ବା Twitterରେ ଖୁବଶୀଘ୍ର ଅଡିଓ ଏବଂ ଭିଡିଓ କଲ ସୁବିଧା ଆସିବ । ତେବେ ଏହା କେଉଁ ଡିଭାଇସରେ କାର୍ଯ୍ୟ କରିବ, ସେ ନେଇ ମଧ୍ୟ ଏଲନ୍ ମସ୍କ ସୂଚନା ଦେଇଛନ୍ତି । ଏହି ଫିଚର Android ୟୁଜରଙ୍କ ସମେତ iOS, PC ଏବଂ Mac ୟୁଜରମାନେ ମଧ୍ୟ ପାଇପାରିବେ ।

ତେବେ ‘X’ର ଏହି ନୂଆ ଫିଚରରେ କଲ୍ କରିବା ପାଇଁ କୌଣସି ମୋବାଇଲ ନମ୍ବରର ଆବଶ୍ୟକତା ପଡ଼ିବ ନାହିଁ । ଏହି ପ୍ଲାଟଫର୍ମରେ ସିଧାସଳଖ ଭାବରେ ୟୁଜର ଅଡିଓ ଏବଂ ଭିଡିଓ କଲ୍ କରିପାରିବେ ବୋଲି ସୂଚନା ଦେଇଛନ୍ତି ଏଲନ୍ ମସ୍କ । ତେବେ ଏହାକୁ ନେଇ ‘X’ ପ୍ଲାଟଫର୍ମକୁ ସେ ‘ଇଫେକ୍ଟିଭ ଗ୍ଲୋବାଲ ଆଡ୍ରେସ ବୁକ୍’ ବୋଲି କହିଛନ୍ତି । ତେବେ ଏକ ଟ୍ୱିଟର ପୋଷ୍ଟ କରି ଏଲନ୍ ମସ୍କ କହିଛନ୍ତି ଯେ, “Xକୁ ଖୁବଶୀଘ୍ର ଭିଡିଓ ଏବଂ ଅଡିଓ କଲ୍ ସୁବିଧା ଆସୁଛି” । ତେବେ ଏଥିପାଇଁ କୌଣସି ମୋବାଇଲ ନମ୍ବରର ଆବଶ୍ୟକତା ନାହିଁ ବୋଲି ଏହି ଟ୍ୱିଟରେ ସେ ୟୁଜରମାନଙ୍କୁ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.