fbpx

ଆଶ୍ଚର୍ଯ୍ୟଜନକ ଘଟଣା! ପରଟାରେ ଦେଖାଦେଲେ ସ୍ୱୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ, ଗ୍ରାମବାସୀ କରୁଛନ୍ତି ପୂଜାର୍ଚ୍ଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ବୁଝିବା ଅସମ୍ଭବ । ଭକ୍ତର ମନକଥାକୁ ଯୁଗେଯୁଗେ ବୁଝି ଆସିଛନ୍ତି କାଳିଆ ଠାକୁର । ଭକ୍ତର ଅନ୍ତରର ଡାକ ଶୁଣିଆ କାଳିଆ ସାଆନ୍ତ ପାଖକୁ ଚାଲିଆସିଥାନ୍ତି । କୁହାଯ।।ଏ, ଭକ୍ତର ମନରେ ଯଦି ନିଚ୍ଛକ ଭଲ ପାଇବା ଥାଏ ତେବେ ପଥର ବି ଠାକୁର ପାଲଟି ଯାଏ । କଳା ଠାକୁରଙ୍କର ଲୀଳାଖେଳାର ଅନେକ ପ୍ରମାଣ ଭକ୍ତ ପାଇଛି ।

ତେବେ ଏହା ମଧ୍ୟରେ ମହାପ୍ରଭୁଙ୍କର ଏକ ମହିମା ଦେଖିବାକୁ ମିଳିଛି । କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ ଦେଖିବାକୁ ମିଳିଛି ମହାପ୍ରଭୁଙ୍କର ଏକ ନିଆରା ଚେହେରା । ମଧୁପୁର ପଞ୍ଚାୟତର ବେନୁପୁରା ଗ୍ରାମର ବାଗ ସାହିରେ ଜଣେ ବ୍ୟକ୍ତିଙ୍କ ଘରେ ପରଟା ତିଆରି ଚାଲିଥିଲା । ମାତ୍ର ସେହି ସମୟରେ ଦେଖିବାକୁ ମିଳିଥିଲା ମହାପ୍ରଭୁଙ୍କର ଏକ ଅବିଶ୍ୱସନୀୟ ଦୃଶ୍ୟ । ପରଟାକୁ ତାୱା ଉପରେ ଲେଉଟାଇବା ବେଳକୁ ସେଥିରେ ଶ୍ରୀଜଗନ୍ନାଥଙ୍କ ଆକୃତି ଦେଖିବାକୁ ମିଳିଥିଲା ।

ପରଟା ଉପରେ କଳାଠାକୁରଙ୍କର ଆକୃତି ଦେଖିବା ପରେ ବ୍ୟକ୍ତି ଜଣଙ୍କ ଏନେଇ ଅନ୍ୟମାନଙ୍କୁ ଡାକିଥିଲେ । ପାଖା ପଡ଼ିଶା ଘରର ଲୋକମାନେ କାଳିଆ ଠାକୁରଙ୍କ ଛବି ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ ଗ୍ରାମର ଲୋକମାନେ ଉକ୍ତ ପରଟାକୁ ଏକ ପିତ୍ତଳ ଥାଳିରେ ରଖିଥିଲେ । ଏହାପରେ ସମସ୍ତେ ଭକ୍ତିର ସହ ମୁଣ୍ଡ ନିଆଁଇ ପ୍ରଣାମ କରିବା ସହିତ ହରିବୋଲ, ହୁଳହୁଳି ପକାଇଥିବାର ଦେଖିବାକୁ ମିଳିଥିଲା ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତବର୍ଷ କୋରାପୁଟ ଜିଲ୍ଲାର ନାରାୟଣପାଟଣାରେ ମଧ୍ୟ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଜଗନ୍ନାଥ ମନ୍ଦିର ପଛପଟେ ବହି ଯାଇଥିବା ଝଞ୍ଜାବତୀ ନଦୀ କୂଳକୁ ଲାଗିଥିବା ଏକ ପଥର ଚଟାଣ ଉପରେ ଏକ ପ୍ରଜାପତି ବସିଥିବାର ଦେଖାଯାଇଥିଲା । ଉକ୍ତ ପ୍ରଜାପତିଟି ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିରୂପ ଭଳି ଦେଖାଯାଉଥିଲା । ସେହିପରି ଖୋର୍ଦ୍ଧାର ବଣିଆଟାଙ୍ଗି ଗାଁର ଜଣେ ବ୍ୟକ୍ତିଙ୍କ ଘରେ ସ୍ୱୟଂ କାଳିଆ ଠାକୁର ଆବିର୍ଭାବ ହୋଇଥିବା ଦେଖାଯାଇଥିଲା ।

Get real time updates directly on you device, subscribe now.