fbpx

ତ୍ରିପୁରା ଓ ଉତ୍ତରାଖଣ୍ଡରେ BJPର ବାଜିମାତ: ପଶ୍ଚିମବଙ୍ଗରେ TMC ବିଜୟୀ

ନୂଆଦିଲ୍ଲୀ: ଆଜି ଦେଶର ୬ଟି ରାଜ୍ୟର ୭ଟି ବିଧାନସଭା ଆସନର ଉପନିର୍ବାଚନର ଭୋଟ ଗଣତି ଚାଲିଛି । ଏହା ମଧ୍ୟରେ କିଛି ରାଜ୍ୟର ଭୋଟ ଗଣତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ମୋଟ ୭ଟି ସିଟ୍ ମଧ୍ୟରୁ ବିଜେପି ୩ଟି ଆସନରେ ବିଜୟ ହାସଲ କରିଛି । ତ୍ରିପୁରାର ଦୁଇଟି ଓ ଉତ୍ତରାଖଣ୍ଡର ଗୋଟିଏ ଆସନରେ ବିଜେପି ବାଜିମାତ କରିଛି ।

ଉତ୍ତରାଖଣ୍ଡର ବାଗେଶ୍ୱର, ତ୍ରିପୁରାର ବୋକ୍ସାନଗର ଓ ଧନପୁର ଆସନ ବିଜେପି ହାତକୁ ଯାଇଛି । ଅନ୍ୟପକ୍ଷରେ ପଶ୍ଚିମବଙ୍ଗର ଧୂପଗୁଡ଼ୀ ଆସନ ଟିଏମସି ହାତକୁ ଯାଇଛି । ବାଗେଶ୍ୱର ଆସନରେ ବିଜେପି ପ୍ରାର୍ଥୀ ପାର୍ବତୀ ଦାସ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ବସନ୍ତ କୁମାରଙ୍କୁ ୨୪୦୫ଟି ଭୋଟରେ ପରାସ୍ତ କରିଛନ୍ତି । ପଶ୍ଚିମବଙ୍ଗର ଧୂପଗୁଡ଼ୀ ଆସନରେ ଟିଏମସି ପ୍ରାର୍ଥୀ ନିର୍ମଳ ଚନ୍ଦ୍ର ରାୟ ବିଜେପି ପ୍ରାର୍ଥୀ ତାପସୀ ରାୟଙ୍କୁ ପରାସ୍ତ କରିଛନ୍ତି । ଗତ ବିଧାନସଭା ନିର୍ବାଚନରେ ବିଜେପି ଏହି ଆସନରୁ ଟିଏମସିଠାରୁ ଛଡ଼ାଇ ଦେଇଥିଲା ।

ତ୍ରିପୁରାର ବୋକ୍ସାନଗର ଆସନରେ ବିଜେପି ପ୍ରାର୍ଥୀ ତୋଫାଜ୍ଜଲା ହୋସେନ ୩୦,୨୩୭ଟି ଭୋଟ ବ୍ୟବଧାନରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସିପିଆଇ(ଏମ)ର ମିଜାନ ହୋସେନଙ୍କୁ ପରାସ୍ତ କରିଛନ୍ତି । ସେହିପରି ଧନପୁର ଆସନରେ ବିଜେପି ପ୍ରାର୍ଥୀ ବିନ୍ଦୁ ଦେବନାଥ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସିପିଆଇ(ଏମ)ର କୌଶିକ ଚନ୍ଦାଙ୍କୁ ୧୮,୮୭୧ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ୬ଟି ରାଜ୍ୟର ୭ଟି ବିଧାନସଭା ଆସନ ପାଇଁ ଗତ ୫ ତାରିଖରେ ଭୋଟ ଗ୍ରହଣ କରାଯାଇଥିଲା ।

Get real time updates directly on you device, subscribe now.