fbpx

(Video) ଭୟଙ୍କର ରେଲୱେ ଷ୍ଟେସନ: ସନ୍ଧ୍ୟା ହେଲେ ଶୁଭୁଛି ପାଉଁଜି ଶଦ୍ଦ ଆଉ ବିକଟାଳ ରଡ଼ି

ନୂଆଦିଲ୍ଲୀ: ଦେଶର ଅନେକ ସ୍ଥାନ ପଛରେ କିଛି ନା କିଛି କାହାଣୀ ରହିଛି । ସବୁ ଘଟଣାର କିଛି ନାଁ କିଛି ମୌଖିକ କାହାଣୀ ଥାଏ । ଏସବୁ ଭିତରୁ କିଛି ଭୟାନକ ଥାଏ ତ କିଛି କାହାଣୀ ଖୁବ ମଜାଦାର ହୋଇଥାଏ । ସେହିପରି ଏକ ରେଲୱେ ଟ୍ରାକକୁ ନେଇ ମଧ୍ୟ ରହିଛି ଅଜବ କାହାଣୀ । ଏହି ଟ୍ରାକରେ ସଂଧ୍ୟା ହେଲେ ଟ୍ରେନ ଚାଲିବା ବନ୍ଦ ହୋଇଯାଏ, ଆଉ ଆରମ୍ଭ ହୁଏ ପାଉଁଜିର ରୁଣୁଝୁଣୁ ଶଦ୍ଦ । ଏହାଛଡ଼ା ଆହୁରି ଏମିତି ଅନେକ ଭୟଙ୍କର ଶବ୍ଦରେ ସାରା ଅଞ୍ଚଳ କମ୍ପି ଉଠେ । ତେଣୁ ଦେଶର ଏହି ଷ୍ଟେସନକୁ ୪୨ ବର୍ଷ ହେବ ଅଚଳ କରି ଦିଆଯାଇଛି ।

ତେବେ ଯାହା ଜାଣିବାକୁ ମିଳିଛି, ଗୋଟିଏ ଝିଅ ପାଇଁ ବନ୍ଦ ହୋଇଯାଇଛି ଏଗହି ଷ୍ଟେସନ । ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାରେ ଅବସ୍ଥିତ ଏହି ବେଗନକୋଦା ରେଲୱେ ଷ୍ଟେସନ । ଯାହା ୧୯୬୦ ମସିହାରେ ଖୋଲା ଯାଇଥିବା ବେଳେ ନୂଆ ନୂଆ ସବୁକିଛି ଠିକ୍ ଚାଲିଥିଲା । କିନ୍ତୁ ୧୯୬୭ ମସିହାରେ ରେଳ କର୍ମଚାରୀ ଷ୍ଟେସନ ଉପରେ ଏକ ଝିଅର ଆତ୍ମ ଠିଆ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲେ । ତେବେ ଏହି ଖବର ମିଛ ଥିଲା ବୋଲି ମଧ୍ୟ ପ୍ରମାଣ ହୋଇ ଯାଇଥିଲା । କିନ୍ତୁ ପରେ ଜଣା ପଡ଼ିଥିଲା ଯେ, ଏହି ଷ୍ଟେସନରେ ଏକ ଦୁର୍ଘଟଣାରେ ସେ ଝିଅର ମୃତ୍ୟୁ ହୋଇଥିଲା । ଅନେକ କଷ୍ଟ ପାଇ ତାର ମୃତ୍ୟୁ ହୋଇଥିବା କଥା କର୍ମଚାରୀ ଜଣଙ୍କ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ । କିନ୍ତୁ ତାଙ୍କ କଥାକୁ କେହି ବିଶ୍ୱାସ କରିନଥିଲେ ।

ଏହାର କିଛି ଦିନ ପରେ ବେଗୁନକୋରା ରେଲେୱେ ଷ୍ଟେସନ ମାଷ୍ଟର ଓ ତାଙ୍କର ସଂପୂର୍ଣ୍ଣ ପରିବାର ଲୋକଙ୍କ ମୃତଦେହ ରେଲୱେ ଟ୍ରାକରୁ ଉଦ୍ଧାର କରାଯାଇଥିଲା । ଏହାବ୍ୟତୀତ ସଂଧ୍ୟା ହେବା ମାତ୍ରେ ଟ୍ରେନ ଆସିଲେ ସେ ଝିଅର ଆତ୍ମା ଟ୍ରେନ ସହ ଧାଇଁ ଆସିଥାଏ । ରାତି ସାରା ଷ୍ଟେସନରେ ପାଉଁଜିର ରୁଣୁଝୁଣୁ ଶବ୍ଦ ଶୁଭିବା ସହ ଅନେକ ଭୟଙ୍କର ଏବଂ ବିକଟାଳ ରଡ଼ି ଶୁଣାଯାଇଥାଏ । ଏହାପରେ ସ୍ଥାନୀୟ ଲୋକେ ଏହି ଷ୍ଟେସନରେ ଝିଅଟିର ଭୂତ ବା ଆତ୍ମା ରହିଥିବା ବିଶ୍ୱାସ କରୁଛନ୍ତି ସ୍ଥାନୀୟ ଲୋକେ । ଏହି ଘଟଣା ପରଠାରୁ ଷ୍ଟେସନର ନା ବଦଳି ଗଲା କୁହାଗଲା ଭୁତିଆ ରେଳ ଷ୍ଟେସନ । ଲୋକଙ୍କ ମନରେ ଭୁତର ଭୟ ଏତେ ଥିଲା ଯେ, କେହି ଆଉ ଷ୍ଟେସନକୁ କେହି ଆସିବା ତ ଦୂର କଥା କୌଣସି ରେଲୱେ କର୍ମଚାରୀ ମଧ୍ୟ ଆସିଲେ ନାହିଁ । ସେହିପରି କୌଣସି ଟ୍ରେନ ମଧ୍ୟ ସେଠାରେ ନ ରକିବା ପାଇଁ କୁହାଯାଇଛି ।

Get real time updates directly on you device, subscribe now.