fbpx

ଚନ୍ଦ୍ରପୃଷ୍ଠରେ ବିଶ୍ରାମ ନେଉଛି ବିକ୍ରମ ଲ୍ୟାଣ୍ଡର, ଦେଖନ୍ତୁ ଇସ୍ରୋ ନିକଟକୁ ଆସିଥିବା ଏକ ନୂଆ ଫଟୋ

ଓଡିଶା ଭାସ୍କର; ଚନ୍ଦ୍ରଯାନ-୩ ର ବିକ୍ରମ ଲ୍ୟାଣ୍ଡରକୁ ଗତ ସୋମବାର ଠାରୁ ନିଷ୍କ୍ରିୟ ଅବସ୍ଥା ବା ସ୍ଲିପ ମୋଡ଼ରେ ରଖାଯାଇଛି । ତେବେ ବର୍ତମାନ ତାହା କିଭଳି ଅବସ୍ଥାରେ ବିଶ୍ରାମ ନେଉଛି ତାହାର ଫଟୋକୁ କଏଦ କରିଛି ଚନ୍ଦ୍ରଯାନ-୨ର ଅର୍ବିଟର । ଚନ୍ଦ୍ରର ଦକ୍ଷିଣ ପୋଲ ନିକଟରେ ଥିବା ଚନ୍ଦ୍ର ପୃଷ୍ଠରେ ତାହା ବିଶ୍ରାମ କରୁଥିବାର ଦେଖିବାକୁ ମିଳିଛି । ଏହା ସହ ସୂର୍ଯ୍ୟୋଦୟର ଆଗମନକୁ ଅପେକ୍ଷା କରି ରହିଛି । ଆଶା ହେଉଛି ଯେ ସୂର୍ୟ୍ୟ କିରଣ ଫେରିବା ପରେ ଏହା ପୁନର୍ବାର ଜାଗ୍ରତ ହୋଇପାରନ୍ତି ।

ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ଆଇ.ଏସ.ଆର.ଓ) ପକ୍ଷରୁ ଏହି ଫଟୋଚିତ୍ରକୁ ପ୍ରକାଶ କରାଯାଇଛି । ବୁଧବାର ଦିନ ଚନ୍ଦ୍ରଯାନ-୨ ଅର୍ବିଟରରେ ରହିଥିବା ଡୁଆଲ୍ ଫ୍ରିକ୍ୱେନ୍ସି ସିନ୍ଥେଟିକ୍ ଆପର୍ଚର ରାଡାର (DFSAR) ଯନ୍ତ୍ର ଦ୍ୱାରା ଚନ୍ଦ୍ରଯାନ-୩ ର ବିକ୍ରମ ଲ୍ୟାଣ୍ଡରର ଫଟୋ ଉତ୍ତୋଳନ ହୋଇଛି ବୋଲି ସୂଚନା ଦିଆଯାଇଛି ।

ସୂଚନା ଥାଉକି, ଗତ ୪ ତାରିଖ ରାତି ୮ଟା ସମୟରେ ମୁନ୍ ମିଶନର ଲ୍ୟାଣ୍ଡର ବିକ୍ରମ ନିଦ୍ରାଗସ୍ତ ହୋଇଥିଲା । ସେଥିପାଇଁ ସେଦିନ ସକାଳୁ ଲ୍ୟାଣ୍ଡର ବିକ୍ରମର ସ୍ଲିପ୍ ମୋଡ଼ ସେଟ୍ କରାଯାଇଥିଲା । ସ୍ଲିପ୍ ମୋଡ଼କୁ ଯିବା ପୂର୍ବରୁ ନୂଆ ସ୍ଥାନରେ ଚନ୍ଦ୍ରପୃଷ୍ଠ ଥର୍ମୋଫିଜିକାଲ ଏକ୍ସପେରିମେଣ୍ଟ ପରୀକ୍ଷା କରାଯାଇଥିଲା । ସୌରଶକ୍ତି କ୍ଷୟ ହେବା ସହ ବ୍ୟାଟେରୀରୁ ଚାର୍ଜ ସମାପ୍ତ ହେବା ପରେ ବିକ୍ରମ ସ୍ଲିପ୍ ମୋଡ଼କୁ ଚାଲିଯାଇଥିଲା । ତେବେ ଆସନ୍ତା ୨୨ ତାରିଖରେ ଚନ୍ଦ୍ରପୃଷ୍ଠରେ ପୁଣି ଥରେ ସୂର୍ଯ୍ୟକିରଣ ଦେଖିବାକୁ ମିଳିବ । ତେଣୁ ବିକ୍ରମ ୨୨ରେ ପୁଣି କାର୍ଯ୍ୟକ୍ଷମ ହେବା ନେଇ ଆଶା କରାଯାଉଛି ।

Get real time updates directly on you device, subscribe now.