fbpx

ବିଶ୍ୱ ଆଗରେ ଭାରତ ଦୋହରାଇଲା ଗାନ୍ଧୀଙ୍କ ଗୁଣ, ଗାରିମା…ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଶ୍ୱର ବହୁ ବଡ଼ ବଡ଼ ନେତା

ଓଡିଶା ଭାସ୍କର; ଜି-୨୦ ଶିଖର ସମ୍ମିଳନୀକୁ ନେଇ ଆଜି ରାଜଘାଟରେ ରହିଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଅତିଥି ଭାବେ ଆସିଥିବା ବିଶ୍ୱ ନେତାଙ୍କୁ ସ୍ୱାଗତ ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜଣଙ୍କ ପରେ ଜଣେ ରାଜଘାଟ ପରିଦର୍ଶନ କରିଥିଲେ । ଏହି ଅବସରରେ ବିଦେଶୀ ଅତିଥିଙ୍କୁ ସାବରମତୀର ମହତ୍ତ୍ୱ ସମ୍ପର୍କରେ ବୁଝାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ଏହାପରେ ଆସିଥିବା ବିଶ୍ୱର ବଡ଼ ବଡ଼ ନେତା ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭାରତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଗୁଣ, ଗାରିମା ପୁଣି ଥରେ ବିଶ୍ୱ ଆଗରେ ଦୋହରାଇଛି । ଗାନ୍ଧୀଙ୍କ ସମାଧି ତଳେ ବିଶ୍ୱ ନେତାଙ୍କ ମୁଣ୍ଡ ନଇଁଥିବା ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି । ଏହାରି ଭିତରେ ମହାତ୍ମା ଗାନ୍ଧୀଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କାର୍ଯ୍ୟକ୍ରମ ଶେଷ ହୋଇଛି । ସେହିପରି ଏଠାରେ ଥିବା ଶାନ୍ତି ଦ୍ୱାରରେ ସ୍ଵାକ୍ଷର କରିବେ ବିଭିନ୍ନ ଦେଶର ମୁଖ୍ୟ ଓ ପ୍ରତିନିଧି ମଣ୍ଡଳି ।

ଶନିବାର ଠାରୁ ଦିଲ୍ଲୀର ପ୍ରଗତି ମୈଦାନରେ ଆରମ୍ଭ ହୋଇଛି ଏହି ଜି-୨୦ ସମ୍ମିଳନୀ । ସମ୍ମିଳନୀରେ ଯୋଗ ଦେବା ପାଇଁ ଦିଲ୍ଲୀରେ ଏକାଠି ହୋଇଛନ୍ତି ବିଶ୍ୱର ବଡ ବଡ଼ ନେତା । ସମ୍ମିଳନୀ ଆୟୋଜନ କରି ପୂରା ଦୁନିଆକୁ ବସୁଧୈବ କୁଟୁମ୍ବକମ୍‌ ର ବାର୍ତ୍ତା ଦେଉଛି ଭାରତ । ଆଉ ଦୁନିଆ ଦେଖୁଛି ଭାରତର ସାମର୍ଥ୍ୟ । ସେପଟେ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ଭାରତକୁ ଏକ ବଡଧରଣର ସଫଳତା ମିଳିଛି । ନୂଆଦିଲ୍ଲୀରେ ପ୍ରସ୍ତୁତ ଜି୨୦ରେ ଘୋଷଣାପତ୍ରକୁ ଅନୁମୋଦନ ପ୍ରଦାନ କରାଯାଇଛି । ୧୦.୩୦ରୁ ତୃତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେବାନେଇ ସମୟ ନ୍ୟସ୍ତ ହୋଇରହିଛି ।

Get real time updates directly on you device, subscribe now.