fbpx

(Video) ପ୍ରଭୁ… ଏ କି ଅଦ୍ଭୁତ ଲୀଳା? ବଦଳିଗଲା ସମୁଦ୍ର ପାଣିର ରଙ୍ଗ: ଅଦ୍ଭୁତ ଦୃଶ୍ୟକୁ ଦେଖିଲେ ବିଶ୍ୱାସ ହେଉନି

ପୁରୀ: ସମୁଦ୍ର ପାଣିର ରଙ୍ଗ ନୀଳ, ଏକଥା ସମସ୍ତେ ଜାଣନ୍ତି । ଗଭୀର ସମୁଦ୍ରରେ ପାଣିର ରଙ୍ଗ ନୀଳ ହୋଇଥିଲେ ବି ଏହାର କୂଳରେ ଥିବା ପାଣିର ରଙ୍ଗ ଧଳା ହୋଇଥାଏ । ଲହଡ଼ିର ମାଡ଼ରେ ରଙ୍ଗ ପରିବର୍ତ୍ତନ ହୋଇ ଏହା ନୀଳରୁ ଧଳା ପାଲଟିଯାଏ । କିନ୍ତୁ ଏବେ ଏହି ଘଟଣା ବଦଳି ଯାଇଛି । ସମୁଦ୍ର କୂଳରେ ମଧ୍ୟ ପାଣିର ରଙ୍ଗ ନୀଳ ଦେଖାଯାଉଛି । ଜୁଆର ମାଡ଼ ପରେ ବି ପରିବର୍ତ୍ତନ ହେଉନି ପାଣିର ରଙ୍ଗ । ଯାହାକୁ ଦେଖି ସମୁଦ୍ର କୂଳରେ ପର୍ଯ୍ୟଟକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହା ପ୍ରମୁଙ୍କର କି ଲୀଳା ବୋଲି ପଚାରିବା ସହ ମହା ବିପଦ ମାଡି ଆସୁଥିବା ମଧ୍ୟ ଆଶଙ୍କା କରୁଛନ୍ତି ଲୋକେ ।

ଦିନକୁ ଦିନକୁ ମହାପ୍ରଭୁଙ୍କର ଅଲୌକିକ ଦୃଶ୍ୟ ଦେଖିବାକୁ ମିଳୁଛି । ଏବେ ସମୁଦ୍ର ପାଣିର ରଙ୍ଗ ବି ବଦଳି ଯାଉଛି । ଏଥର ସମୁଦ୍ର ପାଣିର ରଙ୍ଗ ଧଳା ବଦଳରେ ହୋଇଯାଇଛି ନୀଳ । ସମୁଦ୍ର ପାଣି କେବେ ଏଭଳି ନୀଳ ହେବାର ଦେଖିବାକୁ ମିଳିନଥିଲା । କିନ୍ତୁ ଏଥର ସମୁଦ୍ରର ପାଣି ନୀଳ ରଙ୍ଗ ଦାରଣ କରିଛି । ତେବେ ସମୁଦ୍ରରେ କିଛି ତେଲିଆ ପଦାର୍ଥ ଭାସୁଥିବା ଜାଣିବାକୁ ମିଳିଛି । ଯେଉଁଥିପାଇଁ ପାଣିର ରଙ୍ଗ ପରିବର୍ତ୍ତନ ହୋଇଥିବା ଅନୁମାନ କରାଯାଉଛି । ତେବେ ଏ ହେଉଛି ପାରାଦୀପ ସମୁଦ୍ର ପାଣିର ଦୃଶ୍ୟ । ଏହି ସମୁଦ୍ର ପାଣିରେ କୌଣସି କେମିକାଲ ମିଶିଥିବା ଖବର ମିଳିଛି । ଫଳରେ ସମୁଦ୍ର ପାଣିର ରଙ୍ଗ ମଧ୍ୟ ବଦଳି ଯାଇଛି । ସମୁଦ୍ର ର ଢେଉ ଫେଣ ଯୁକ୍ତ ଦେଖାଯାଉ ଥିବା ବେଳେ ନୀଳ ରଙ୍ଗ ମଧ୍ୟ ଦେଖାଯାଉଛି । ତେବେ ଏହା ବିଭିନ୍ନ କାରଖାନାରୁ ନିର୍ଗତ କେମିକାଲ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଏହାକୁ ନେଇ ସାମୁଦ୍ରିକ ମତ୍ସ୍ୟଜୀବୀ ଚିନ୍ତିତ ହୋଇ ପଡ଼ିଥିବା ବେଳେ ସାମୁଦ୍ରିକ ଜଳଜୀବ ଏଥିପାଇଁ ବିପଦରେ ପଡ଼ପାରନ୍ତି ବୋଲି କୁହାଯାଇଛି ।

ତେବେ ଆଇଓସିଏଲର (ଇଟିପି) ଇଫ୍ଲ୍ୟୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ ସମସ୍ୟା ଯୋଗୁଁ ଏପରି ହୋଇଥିବା ନେଇ ସୂଚନା ମିଳିଛି । ପ୍ଲାଣ୍ଟରୁ ଆଇଓସିଏଲର ବର୍ଜ୍ୟବସ୍ତୁ ଏବଂ ପାଣି ସମୁଦ୍ରକୁ ପାଇପ ଯୋଗେ ଛଡାଯାଇଥାଏ । ତେଣୁ ଏହାର ରଙ୍ଗ ହାଂତ୍ ପରିବର୍ତ୍ତନ ହୋଇଯାଇଛି । ଖବର ପାଇବା ପରେ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହାର ନମୁନା ସଂଗ୍ରହ କରିଛି । ଯାହାକୁ ନେଇ ସକ୍ଟମକ୍ଷ କର୍ମଚାରୀ କୌଁଣସି ପ୍ରତିକ୍ରିୟା ଦେବା ପାଇଁ ସିଧା ସଳଖ ମନା କରିଛନ୍ତି ।

Get real time updates directly on you device, subscribe now.