fbpx

ରାଜ୍ୟରେ ଆରମ୍ଭ ହେଲା ଟିକାକରଣ କାର୍ଯ୍ୟକ୍ରମ ମିଶନ ଇନ୍ଦ୍ରଧନୁଷ ୫.୦

ଭୁବନେଶ୍ୱର: ରାଜ୍ୟରେ ବ୍ୟାପକ ଟିକାକରଣ କାର୍ଯ୍ୟକ୍ରମ ମିଶନ ଇନ୍ଦ୍ରଧନୁଷ୍‍ ଅଭିଯାନ ଫାଇଭ୍‍ ପଏଣ୍ଟ ଜିରୋ ଆଜିଠାରୁ ଆରମ୍ଭ ହୋଇଛି । ଏହା ଆଜି ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିଭଳି ଅକ୍ଟୋବର ୯ରୁ ୧୪ ଏବଂ ନଭେମ୍ବର ୬ରୁ ୧୧ ଏହିଭଳି ୩ଟି ପର୍ଯ୍ୟାୟରେ ଏହି ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଏହି ଅବସରରେ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ୨୮୦ଟି ଟିକାକରଣ କେନ୍ଦ୍ରରେ ୧ ହଜାର ୧୯୧ ଜଣ ଶିଶୁ ଏବଂ ୨୫୧ ଜଣ ଗର୍ଭବତୀ ମହିଳାଙ୍କୁ ଟିକାକରଣ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ସେହିପରି ମାଲକାନଗିରି ଜିଲ୍ଲା ଏମ୍‍.ଭି.-୪୩ ଅଙ୍ଗନୱାଡ଼ି କେନ୍ଦ୍ରରେ ମିଶନ୍‍ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମ ଉଦ୍‍ଘାଟିତ ହୋଇଛି । ଆଜି ଏଥିରେ ୪ ଜଣ ଶିଶୁଙ୍କୁ ଟିକାକରଣ କରାଯାଇଥିବାବେଳେ ୧ ହଜାର ୨୬୦ ଜଣ ଶିଶୁ ଏବଂ ୪୪୫ ଜଣ ଗର୍ଭବତୀ ମହିଳାଙ୍କୁ ଟିକାକରଣ କରାଯିବ ବୋଲି ଜଣାପଡ଼ିଛି ।

ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ୫ ବର୍ଷ ବୟସ ମଧ୍ୟରେ କୌଣସି ଶିଶୁ ଯେପରି ଟିକାକରଣରୁ ବଞ୍ଚିତ ନ ହୁଅନ୍ତି, ସେଥିଲାଗି ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି । ଦେବଗଡ଼ ଜିଲ୍ଲାରେ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।

Get real time updates directly on you device, subscribe now.