fbpx

୪୮ ପ୍ରାଇମେରୀ କ୍ୟାମେରା ସହ ଭାରତରେ ଲଞ୍ଚ ହେଲା iPhone 15 ଓ iPhone 15 Pro: ଜାଣନ୍ତୁ କେତେ ରହିଛି ଦାମ୍ ?

ନୂଆଦିଲ୍ଲୀ: କାଲିଫର୍ଣ୍ଣିଆ ସ୍ଥିତ ଆପଲ୍ ମୁଖ୍ୟାଳୟର ‘ଷ୍ଟିଭ୍ ଜବ୍ସ ଥିଏଟର’ରୁ ଆପଲ୍ ସର୍ବଭାରତୀୟ ସ୍ତରରେ ଆଇଫୋନ୍ ୧୫, ଆଇଫୋନ୍ ୧୫ ପ୍ଲସ୍, ଆଇଫୋନ୍ ୧୫ ପ୍ରୋ, ଆଇଫୋନ୍ ୧୫ ପ୍ରୋ ମ୍ୟାକ୍ସ ଲଞ୍ଚ କରିଛି । ସ୍ମାର୍ଟଫୋନ୍ ଆପଲ୍ ଇତିହାସରେ ପ୍ରଥମ ଥର ପାଇଁ ୪୮ଜିବି ପ୍ରାଇମେରୀ କ୍ୟାମେରା ସହିତ ଲଞ୍ଚ କରାଯାଇଛି । ଅର୍ଥାତ୍ ଏହା ହେଉଛି ପ୍ରଥମ ଥର ଯେକୌଣସି ସିରିଜର ମୂଳ ମଡେଲରେ କମ୍ପାନୀ ୪୮ଜିବି କ୍ୟାମେରା ପ୍ରଦାନ କରୁଛି । ଉଭୟ ଫୋନ୍ ୟୁଏସବି ଟାଇପ୍ ସି-ଚାର୍ଜିଂ ପୋର୍ଟ ଏବଂ ବଡ଼ ବ୍ୟାଟେରୀ ପ୍ରଦାନ କରୁଛି ।

ଆଇଫୋନ୍ ୧୫ ବେସ୍ ୧୨୫ ଜିବି ପାଇଁ ୭୯,୯୯୦ରୁ ଆରମ୍ଭ ହୋଇଥିବା ବେଳେ ଆଇଫୋନ୍ ପ୍ରୋ ସମାନ ୧୨୮ ଜିବି ଭାରିଆଣ୍ଟ ପାଇଁ ୧,୩୪,୯୦୦ ଟଙ୍କା ରହିଛି ।

ମୂଲ୍ୟ କେତେ ?
ମୂଲ୍ୟ ବିଷୟରେ କହିବାକୁ ଗଲେ ଆପଲ୍ ଆଇଫୋନ ୧୫ ର ୧୨୮ଜିବି ଭାରିଆଣ୍ଟକୁ ୭୯୯ ଡଲାରରେ ଏବଂ ଆଇଫୋନ ୧୫ ପ୍ଲସର ୧୨୮ଜିବି ଭାରିଆଣ୍ଟ ୮୯୯ ଡଲାରରେ ଲଞ୍ଚ କରାଯାଇଛି । ଭାରତୀୟ ଟଙ୍କା ରେ ଏଗୁଡିକ ୬୬,୧୯୫ ଟଙ୍କା ଏବଂ ୭୪,୪୮୦ ଟଙ୍କାରେ ଲଞ୍ଚ କରାଯାଇଛି । ଆଇଫୋନ୍ ୧୫ ଏବଂ ୧୫ ପ୍ଲସ୍ ପାଇଁ ପ୍ରି-ଅର୍ଡର ସେପ୍ଟେମ୍ବର ୧୫ ରୁ ଆରମ୍ଭ ହୋଇଥିବାବେଳେ ସେଗୁଡ଼ିକର ବିକ୍ରୟ ୨୨ ସେପ୍ଟେମ୍ବରରୁ ଆରମ୍ଭ ହେବ । ଭାରତରେ ଆପଣ ସେଗୁଡିକୁ ଆପଲର ଅଫିସିଆଲ୍ ୱେବସାଇଟ୍, ଆମାଜନ୍ ଏବଂ ଆପଲ୍ ଷ୍ଟୋରରୁ କିଣି ପାରିବେ ।

କ’ଣ ରହିଛି ଫିଚର୍ସ :-
ସ୍ପେକ୍ସ ବିଷୟରେ କହିବାକୁ ଗଲେ, ଆଇଫୋନ୍ ୧୫ ରେ ୬.୧ ଇଞ୍ଚ ଡିସପ୍ଲେ ଥିବାବେଳେ କମ୍ପାନୀ ଆଇଫୋନ୍ ୧୫ ପ୍ଲସରେ ୬.୭ ଇଞ୍ଚ ଡିସପ୍ଲେ ଦେଇଛି । ଉଭୟ ମୋବାଇଲ୍ ଫୋନରେ, ଆପଣ ଏ୧୬ ବାୟୋନିକ ଚିପସେଟର ସପୋର୍ଟ ମିଳିବ, ଯାହା କମ୍ପାନୀ ଗତ ବର୍ଷ ଆଇଫୋନ୍ ୧୪ ପ୍ରୋ ମଡେଲରେ ଦେଇଥିଲା । ଫଟୋଗ୍ରାଫି ପାଇଁ, ଉଭୟ ଫୋନରେ ଏକ ଡୁଆଲ୍ କ୍ୟାମେରା ସେଟଅପ୍ ଅଛ. ଯେଉଁଥିରେ ମେନ୍ କ୍ୟାମେରା ୪୮ଜିବି ଥିବାବେଳେ ଅନ୍ୟଟି ହେଉଛି ୨୪ଜିବି ପୋଟ୍ରେଟ୍ କ୍ୟାମେରା ଯାହା କମ୍ ଆଲୋକରେ ଭଲ ପ୍ରଦର୍ଶନ କରାଇଥାଏ । ଆଗରେ ସେଲଫି ଏବଂ ଭିଡିଓ କଲିଂ ପାଇଁ ଆପଣ ୧୨ଜିବି କ୍ୟାମେରା ପାଇବେ । ଉଭୟ ମଡେଲରେ ସେକେଣ୍ଡ ଜେନେରେସନ ଅଲ୍ଟ୍ରା-ୱାଇଡ୍ ବ୍ୟାଣ୍ଡ ଚିପ୍ ଅଛି, ତେଣୁ ଆପଣ ସହଜରେ ଆପଣଙ୍କର ଆପଲ୍ ଡିଭାଇସ୍ ପାଇପାରିବେ ।

ବର୍ତ୍ତମାନ କମ୍ପାନୀ ବ୍ୟାଟେରୀ ସମ୍ବନ୍ଧରେ କୌଣସି ଅପଡେଟ ଦେଇନାହିଁ । ଆପଲ୍ କହିଛି ଯେ, ଉଭୟ ମଡେଲରେ ‘ଅଲ୍ ଡେ ଲଙ୍ଗ’ ବ୍ୟାଟେରୀ ଚାଲିବ । ଏହା ପୂର୍ବରୁ ଲିକରେ କୁହାଯାଇଥିଲା ଯେ ଆଇଫୋନ୍ ୧୫ ଏବଂ ୧୫ ପ୍ଲସରେ କମ୍ପାନୀ ୩,୮୭୭ ଏମଏଏଚ ଏବଂ ୪,୯୧୨ ଏମଏଏଚ ବ୍ୟାଟେରୀ ଦେଇପାରେ ।

Get real time updates directly on you device, subscribe now.