fbpx

ବଡ଼ ଖବର; ମାଛ ଧରିବାକୁ ଯାଇଥିବା ବେଳେ ଗଭୀର ଜଳରେ ଭାସିଗଲେ ୩ ଜଣ

ଓଡିଶା ଭାସ୍କର; ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ଗ୍ରାମପଞ୍ଚାୟତ ପିପିଲିପାଲି ଗ୍ରାମରେ ଏକ ବଡ଼ ଅଘଟଣ ଘଟିଥିବା ଦେଖିବାକୁ ମିଳିଛି। ନାଳରେ ମାଛ ଧରିବା ବେଳେ ଗଭୀର ଜଳରେ ୩ ଜଣ ବ୍ୟକ୍ତି ବୁଡ଼ି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟ ଜଣେ ନିଖୋଜ ଥିବା ବେଳେ ଆଉ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ସମସ୍ତ ୩ ଜଣ ବ୍ୟକ୍ତି ଉକ୍ତ ପିପିଲିପାଲି ଗ୍ରାମର ବୋଲି ଜଣାପଡିଛି। ଗ୍ରାମର ଗୋଲେଖ ପୋଢ଼, ପ୍ରମୋଦ ପୋଢ଼ ଓ ରଜନୀ ପୋଢ଼ ଆଜି ପୂର୍ବାହ୍ନ ୧୧ଟାରେ ମାଛ ଧରିବାକୁ ଗାଁ ନିକଟ କୁଲାରି ନାଳକୁ ଯାଇଥିଲେ। ମାଛ ଧରୁଥିବା ‌ବେଳେ ଉପରମୁଣ୍ଡରୁ ବନ୍ୟା ଜଳସ୍ତର ବଢ଼ି ଯାଇଥିଲା। ଫଳରେ ସେମାନେ ଗଭୀର ପ।ଣିରେ ବୁଡ଼ି ଯାଇଥିଲେ। ଏହି ସମୟରେ ରଜନୀ ଚିତ୍କାର କରିବାରୁ ଲୋକମାନେ ଆସି ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ଏହି ୩ ଜଣଙ୍କ ଭିତରେ ମୃତ ବ୍ୟକ୍ତି ଭାବେ ରହିଛନ୍ତି ଗୋଲେଖ ପୋଢ଼। ଅନ୍ୟପଟେ ନିଖୋଜ ବ୍ୟକ୍ତି ହେଲେ ପ୍ରମୋଦ ପୋଢ଼। ରଜନୀ ପୋଢ଼ଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ଅଗ୍ନିଶମ ବାହିନୀ ନିଖୋଜ ପ୍ରମୋଦ ପୋଢ଼ଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

Get real time updates directly on you device, subscribe now.