ନୂଆଦିଲ୍ଲୀ: ଭାରତର ସଫଳ ‘ମୁନ୍ ମିଶନ୍’ ଚନ୍ଦ୍ରଯାନ-୩ ଜହ୍ନ ରାଇଜର ଅନେକ ତଥ୍ୟ ଇସ୍ରୋକୁ ପଠାଇ ସାରିଛି । କିନ୍ତୁ ବର୍ତ୍ତମାନ ଚନ୍ଦ୍ରପୃଷ୍ଠରେ ରାତି ହୋଇଯିବାରୁ ଲାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ସ୍ଲିପିଙ୍ଗ ମୋଡରେ ରହିଛନ୍ତି । ତେବେ ଏହି ସମୟରେ ବୈଜ୍ଞାନିକମାନେ ଚନ୍ଦ୍ରମାକୁ ନେଇ ଏକ ବଡ଼ ଦାବି କରିଛନ୍ତି । ଭାରତର ଚନ୍ଦ୍ରଯାନ-୧ ମିଶନର ରିମୋଟ ସେନ୍ସିଙ୍ଗ ଡାଟା ବିଶ୍ଳେଷଣ କରିଥିବା ବୈଜ୍ଞାନିକ କହିଛନ୍ତି ଯେ, ପୃଥିବୀର ସହାୟତାରେ ହିଁ ଚନ୍ଦ୍ରପୃଷ୍ଠରେ ପାଣି ସୃଷ୍ଟି ହୋଇଛି । ପୃଥିବୀରୁ ଯାଉଥିବା ହାଇ ଏନର୍ଜୀ ଇଲେକ୍ଟ୍ରନ ଚନ୍ଦ୍ରମାରେ ପାଣି ପ୍ରସ୍ତୁତ କରିପାରେ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି ।
ସୂଚନା ଅନୁସାରେ, ଆମେରିକାର ମନୋଆଠାରେ ୟୁ.ଏଚ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନଙ୍କର ଏକ ଟିମ୍ ଏହାର ଖୁଲାସା କରିଛନ୍ତି । ପୃଥିବୀ ପ୍ଲାଜମା ଶୀଟରେ ଏହି ଇଲେକ୍ଟ୍ରନ ଚନ୍ଦ୍ରମାରେ ିରୋଜନ ପ୍ରକ୍ରିୟାରେ ଚଟାଣ ଏବଂ ଖଣିଜକୁ ଭାଙ୍ଗିବା ସହ ମିଶିଯିବାରେ ସାହାଯ୍ୟ କରେ । ତେବେରିସର୍ଚ୍ଚରୁ ଜଣାଯାଇଛି ଯେ, ଇଲେକ୍ଟ୍ରନଗୁଡ଼ିକ ଚନ୍ଦ୍ରଣ୍ଣ୍ରେ ପାଣିର ନିର୍ମାଣ କରିବାରେ ସହାୟକ ହେବ । ପ୍ରୋଟିନ ଭଳି ଉଚ୍ଚ ଶକ୍ତି ବିଶିଷ୍ଟ କଣିକାରୁ ପ୍ରସ୍ତୁତ ସୌର ପବନ ଚନ୍ଦ୍ରପୃଷ୍ଠକୁ ବମପାରୀ କରିଥାଏ । ତେବେ ଏହା ହିଁ ଚନ୍ଦ୍ରମାରେ ଚଳ ସୃଷ୍ଟି ହେବାର ପ୍ରଥମ ପ୍ରକ୍ରିୟା ବୋଲି କୁହାଯାଉଛି ।
ଏହାପରେ ଏକ ରିସର୍ଚ୍ଚରୁ ଜଣାଯାଇଛି ଯେ, ଚନ୍ଦ୍ରର ଏକ ଅଞ୍ଚଳ ଚନ୍ଦ୍ରମାକୁ ସୌରପବନରୁ ପ୍ରାୟ ସମ୍ପୂର୍ଣ୍ଣ ରକ୍ଷା ପାଇଥାଏ କିନ୍ତୁ ସୂର୍ଯ୍ୟଙ୍କ ପ୍ରକାଶ ଫୋଟନରୁ ରକ୍ଷା ପାଇପାରି ନାହିଁ । ତେବେ ଚନ୍ଦ୍ରମାରେ ପାଣିର ସାନ୍ଦ୍ରତା ଏବଂ ବିତରଣକୁ ଜାଣିବା ଭବିଷ୍ୟତରେ ମାନବ ପାଇଁ ବେଶ୍ ମହତ୍ତ୍ୱପୂର୍ଣ୍ଣ ହେବ । ଚନ୍ଦ୍ରଯାନ-୧ ଚନ୍ଦ୍ରମାରେ ଜଳର ଅଣୁ ଖୋଜିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି । ତେବେ ଚନ୍ଦ୍ରପୃଷ୍ଠରେ ଏହି ପାଣି ପାଇଁ ପୃଥିବୀ ବେଶ୍ ସହାୟକ ବୋଲି କହିଛନ୍ତି ବୈଜ୍ଞାନିକ ।