fbpx

କଟକ ନେତାଜୀ ବସ୍‍ ଟର୍ମିନାଲକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରହିଛି ଅତ୍ୟାଧୁନିକ ଆହାରକେନ୍ଦ୍ର ବ୍ୟବସ୍ଥା

Advertisement

କଟକ: ବହୁ ପ୍ରତିକ୍ଷିତ କଟକ ନେତାଜୀ ବସ୍‍ ଟର୍ମିନାଲକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଅପରାହ୍ନ ସାଢ଼େ ୪ଟାରେ କଟକ ଖାନନଗରଠାରେ ପାଖାପାଖି ୧୫ ଏକର ଅଞ୍ଚଳରେ ନିର୍ମିତ ଏହି ଅତ୍ୟାଧୁନିକ ବସ୍‍ ଟର୍ମିନାଲ ଖୋଲାଯାଇଛି। ଏହି ବସ୍ ଟର୍ମିନାଲକୁ ନିର୍ମାଣ ପାଇଁ ୯୦ କୋଟି ଟଙ୍କା ବ୍ୟୟ କରାଯାଇଛି । ଏଥିରେ ୧୯୦ଟି ବସ୍‍ ରହିବାର ବ୍ୟବସ୍ଥା ଅଛି । ସୂଚନା ଅନୁଯାୟୀ, ଏହି ବସ୍‍ ଟର୍ମିନାଲ୍‍ରେ ୪୦ କିଲୋ ୱାଟ୍‍ କ୍ଷମତାସମ୍ପନ୍ନ ସୌର ପ୍ୟାନେଲ୍‍ ସହ ପୁଲିସ୍‍ ଆଉଟ୍‍ପୋଷ୍ଟ, ଦୋକାନ, ସୁଲଭ ଶୌଚାଳୟ ଏବଂ ସିସିଟିଭି ବ୍ୟବସ୍ଥା ଅଛି । ବସ୍‍ଷ୍ଟାଣ୍ଡ୍‍ରେ ୧ ହଜାର ଲୋକଙ୍କ ଖାଇବା ଭଳି ଆହାରକେନ୍ଦ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି ।

https://x.com/IPR_Odisha/status/1703014428479017032?s=20

Get real time updates directly on you device, subscribe now.