fbpx

UIDAIର ଘୋଷଣା: ଆଧାର ସଂଶୋଧନ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆଧାର କାର୍ଡକୁ ନେଇ ଆସିଛି ଏକ ବଡ଼ ଖବର । ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ପକ୍ଷରୁ ଆଧାର ସଂଶୋଧନ ଅବଧି ବୃଦ୍ଧି କରାଯାଇଛି । ଆଧାର ମାଗଣା ଅପଡେଟ ନେଇ ସେପ୍ଟେମ୍ବର ୧୪ ଅନ୍ତିମ ତାରିଖ ରହିଥିବା ବେଳେ ଏବେ ତାହା ତିନି ମାସ ବୃଦ୍ଧି କରାଯାଇଛି । ଫଳରେ ଏଣିକି ଜନସାଧାରଣ ଆସନ୍ତା ଡିସେମ୍ବର ମାସ ୧୪ ତାରିଖ ମଧ୍ୟରେ ମାଗଣାରେ ସେମାନଙ୍କର ଆଧାର ସଂଶୋଧନ କରିପାରିବେ । ଏନେଇ ୟୁଆଇଡିଏଆଇ ପକ୍ଷରୁ ଅଫିସିଆଲ ଭାବେ ଘୋଷଣା କରାଯାଇଛି ।

ୟୁଆଇଡିଏଆଇ ପକ୍ଷରୁ ଜାରି ସୂଚନା ମୁତାବକ, ଲୋକମାନେ କିପରି ଅଧିକ ମାତ୍ରାରେ ଆଧାର ଅପଡେଟ୍ କରିପାରିବେ ସେଥିପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏଣିକି ଜନସାଧାରଣ ଚଳିତ ବର୍ଷ ସେପ୍ଟେମ୍ବର ୧୪ ତାରିଖରୁ ଡିସେମ୍ବର ୧୪ ତାରିଖ ୩ ମାସ ମଧ୍ୟରେ ମାଇଆଧାର ପୋର୍ଟାଲରେ ମାଗଣାରେ ସେମାନଙ୍କର ଆଧାର ସଂଶୋଧନ କରିପାରିବେ ।

୧୦ ବର୍ଷ ଓ ତା’ଠାରୁ ଅଧିକ ବୟସର କାର୍ଡଧାରୀମାନେ ସେମାନେଙ୍କର ଅପଡେଟ୍ କରାଇ ନେବାକୁ ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି । ନାମ ଓ ଠିକଣା ପରିବର୍ତ୍ତନ ସହିତ ଜନସାଧାରଣ ସେମାନଙ୍କର ସମ୍ପର୍କୀୟଙ୍କର ବିବାହ, ମୃତ୍ୟୁ ସମ୍ପର୍କିତ ତଥ୍ୟ ମଧ୍ୟ ପରିବର୍ତ୍ତନ କରିପାରିବେ । ମାଇଆଧାର ପୋର୍ଟାଲରେ ଏହି ସେବା ମାଗଣାରେ ଉପଲବ୍ଧ ହେଉଛି । ମାତ୍ର କମନ୍ ସର୍ଭିସ ସେଣ୍ଟର (ସିଏସସି)ରେ ଜନସାଧାରଣଙ୍କୁ ଏହି ସେବା ପାଇବାକୁ ହେଲେ ୨୫ ଟଙ୍କା ଦାଖଲ କରିବାକୁ ପଡ଼ିବ ।

Get real time updates directly on you device, subscribe now.