fbpx
BSKY SKY
BSKY SKY

କାଶ ଓ ଛିଙ୍କରେ ବ୍ୟାପୁଛି ଚିକେନପକ୍ସର ନୂଆ ଭାରିଆଣ୍ଟ, କିପରି ସୁରକ୍ଷିତ ରହିବେ ଜାଣି ନିଅନ୍ତୁ

BSKY

ନୂଆଦିଲ୍ଲୀ: ଚିକେନପକ୍ସ ଏକ ସଂକ୍ରାମକ ରୋଗ । ଏହି ରୋଗ ବେରିସେଲା ଜୋଷ୍ଟର ଭାଇରସ୍ କାରଣରୁ ହୋଇଥାଏ । ବୈଜ୍ଞାନିକଙ୍କୁ ଏହି ଘାତକ ଚିକେନପକ୍ସର ନୂଆ ଭାରିଆଣ୍ଟ ଭାରତରେ ମିଳିଛି । ଏହି ନୂଆ ଭାରିଆଣ୍ଟକୁ କ୍ଲେଡ୍ ୯ କୁହାଯାଉଛି । କୁହାଯାଉଛି ବେରିସେଲା ଜୋଷ୍ଟର ଭାଇରସ୍ ଜରିଆରେ ବ୍ୟାପୁଥିବା ଏହି ରୋଗ ଭାରତ ପୂର୍ବରୁ ଆମେରିକା, ବ୍ରିଟେନ ଓ ଜର୍ମାନୀ ପରି ଦେଶରେ ବ୍ୟାପି ସାରିଛି । ତେବେ ଚିକେନପକ୍ସର ନୂଆ ଭାରିଆଣ୍ଟ ଭାରତରେ ମିଳିବା ପରେ ଲୋକମାନେ ଚିନ୍ତାରେ ଅଛନ୍ତି । ଏହି କ୍ରମରେ ଆସନ୍ତୁ ଜାଣିବା ଏହି ରୋଗର ଲକ୍ଷଣ ଓ କିପରି ଏଥିରୁ ନିଜକୁ ରକ୍ଷା କରିବେ ।
ଚିକେନପକ୍ସ ଭାଇରସ୍ କାଶ ଓ ଛିଙ୍କ ଜରିଆରେ ବ୍ୟାପିଥାଏ । ଏହା ବ୍ୟତିତ ଲୋକମାନେ ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସି ବି ଏହି ରୋଗର ଶିକାର ହୋଇଯିବେ । ଏହାର ନୂଆ ଭାରିଆଣ୍ଟର ଲକ୍ଷଣଗୁଡିକ ହେଉଛି-
-ତ୍ୱଚାରେ ଲାଲ ଲାଲ ଦାନା ପରି କିଛି ଦେଖାଯିବା,
-ଜ୍ୱର ହେବା
– ଭୋକ ନ ଲାଗିବା
-ମୁଣ୍ଡବିନ୍ଧା ହେବା
-କ୍ଲାନ୍ତି ଲାଗିବା
-ସ୍ୱାସ୍ଥ୍ୟ ବିଗିଡିଯିବା
ବିଶେଷଜ୍ଞଙ୍କ ମତରେ ଚିକେନପକ୍ସର ଦାନା ଭାଇରସ୍ ସଂପର୍କରେ ଆସିବାର ୨-୩ ସପ୍ତାହ ମଧ୍ୟରେ ଦେଖାଦେଇଥାଏ । ଏହା ପୂର୍ବରୁ ଜ୍ୱର, ଦେହ ଘୋଳାବିନ୍ଧା, ମୁଣ୍ଡବିନ୍ଧା ଆଦି ଲକ୍ଷଣ ପ୍ରକାଶ ପାଇଥାଏ । ଲାଲ ଦାନା ଦେଖାଯିବାର ୧ରୁ ୨ ଦିନ ପରେ ଜ୍ୱର ଠିକ୍ ହୋଇଯାଏ ।
କିପରି ସୁରକ୍ଷିତ ରହିବେ:
-ସବୁଠାରୁ ପ୍ରଭାବଶାଳୀ ଉପାୟ ହେଉଛି ଟୀକା ।
-ଏହାବ୍ୟତିତ ବ୍ୟକ୍ତି ପରିଷ୍କାର ପରିଚ୍ଛନତା ଉପରେ ବି ଗୁରୁତ୍ୱ ଦେବା ଉଚିତ । ନିୟମିତ ଭାବରେ ବ୍ୟକ୍ତି ହାତ ଧୋଇବା ଉଚିତ ।
-ଯଦି ଆପଣଙ୍କ ଘରେ କାହାକୁ ଚିକେନପକ୍ସ ହୋଇଛି ତେବେ ତାଙ୍କୁ ଅନ୍ୟମାନଙ୍କ ଠାରୁ ଅଲଗା ରଖନ୍ତୁ ।
-କାଶିବା ଓ ଛିଙ୍କିିବା ସମୟରେ ପାଟି ଓ ନାକକୁ ଭଲ ଭାବରେ ଘୋଡାଇ ରଖନ୍ତୁ ।
-ନିୟମିତ ଭାବରେ ସାବୁନ ଓ ପାଣିରେ ହାତ ଧୁଅନ୍ତୁ ।
-ନିଜର ଦୈନନ୍ଦିନ ବ୍ୟବହୃତ ଜିନିଷକୁ ଚିକେନପକ୍ସ ପୀଡିତ ବ୍ୟକ୍ତିଙ୍କ ସହ ସେୟାର କରନ୍ତୁ ନାହିଁ ।
-ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ ଓ ପର୍ଯ୍ୟାପ୍ତ ମାତ୍ରାରେ ନିଦ୍ରା ଯାଆନ୍ତୁ ।

Get real time updates directly on you device, subscribe now.