fbpx

୭୩ ବର୍ଷରେ ଯୁବକଙ୍କୁ ବି ପଛରେ ପକାଇ ଦେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ , ରାଜ୍ କ’ଣ ରହିଛି ଆସନ୍ତୁ ଜାଣିନେବା

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୩ ବର୍ଷରେ ପଦାର୍ପଣ କରିଛନ୍ତି । ୭୩ ବର୍ଷରେ ବି ତାଙ୍କ ମଧ୍ୟରେ ଏକ ଯୁବକର ଶକ୍ତି ଭରି ରହିଛି । ଗୋଟିଏ ଦିନରେ ସେ ୮ ସହରରେ ଅଲଗା ଅଲଗା ଇଭେଣ୍ଟ ଆଟେଣ୍ଡ କରିଥାନ୍ତି । ଏହା ସତ୍ତ୍ୱେ ବି ତାଙ୍କ ଚେହେରାରେ କ୍ଲାନ୍ତି ନଜର ଆସି ନ ଥାଏ । ଏହି କ୍ରମରେ ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫିଟନେସ୍ ସିକ୍ରେଟସ୍ ଯାହାକୁ ଆପଣାଇ ସେ ସର୍ବଦା ଏନର୍ଜିଟିକ୍ ରହିଥାନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ନିଜ ଦିନର ଆରମ୍ଭ ସକାଳର ଚାଲିବା, ଯୋଗ ଓ ଧ୍ୟାନରୁ କରିଥାନ୍ତି । ସେ ବିଭିନ୍ନ ଯୋଗାସନ ସହିତ ସୂର୍ଯ୍ୟ ନମସ୍କାର ଓ ପ୍ରାଣାୟମ ବି କରିଥାନ୍ତି । ମୋଦୀଙ୍କ ମତ ଯୋଗ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଲାଗି ଲାଭଦାୟକ ।

ଏହା ବ୍ୟତିତ ସେ ସର୍ବଦା ଆକ୍ଟିଭ ଓ ଖୁସୀ ରହିଥାନ୍ତି । ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କ’ଣ ଖାଇଥାନ୍ତି ଏହି ପ୍ରଶ୍ନ ନିଶ୍ଚୟ ସମସ୍ତଙ୍କ ମନ ମଧ୍ୟରେ ଆସିବ । ସେ ଏକ ଶୃଙ୍ଖଳିତ ଡାଏଟ୍ ଅନୁସରଣ କରିଥାନ୍ତି । ଶାକାହାରୀ ଗୁଜୁରାଟୀ ଖାଦ୍ୟ ଓ ଖେଚୁଡି ତାଙ୍କର ପ୍ରିୟ । ଏହା ସହିତ ସେ ପ୍ରତିଦିନ ଏକ ଗିନା ଦହି ଖାଇଥାନ୍ତି ।
ଏକଦା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ସେ ଡାଏଟ୍‌ରେ ସଜନାଶାଗ ପରଟା ଓ ହିମାଚଳ ପ୍ରଦେଶର ଛତୁ ସାମିଲ କରିଥାନ୍ତି । ତାଙ୍କ ମତରେ ଏହା ବହୁତ ପୁଷ୍ଟିକର ।

ଏହା ବ୍ୟତିତ ରୋଗରୁ ରକ୍ଷା ପାଇବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ହଳଦୀ ସେବନ କରିଥାନ୍ତି । ହଳଦୀରେ ଥିବା କରକ୍ୟୁମିନ ତତ୍ତ୍ୱ ଆଣ୍ଟି ଇନଫ୍ଲେମେଟୋରୀ ଓ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣରେ ଭରପୁର ହୋଇଥାଏ ଯାହା ଇମ୍ୟୁନିଟି ବୃଦ୍ଧି କରିଥାଏ ।

Get real time updates directly on you device, subscribe now.