fbpx

ଦଶହରା ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ବଡ ଉପହାର, ମହଙ୍ଗା ଭତ୍ତା ସହିତ ୩ ମାସର ଏରିଅର

ନୂଆଦିଲ୍ଲୀ: ଗଣେଶ ପୂଜା ସହିତ ପାର୍ବଣ ଋତୁର ଆରମ୍ଭ ହୋଇଯାଇଛି । ଏହି କ୍ରମରେ କେନ୍ଦ୍ର ସରକାର କୋଟି କୋଟି କର୍ମଚାରୀ ମହଙ୍ଗା ଭତ୍ତା ବୃଦ୍ଧି ଲାଗି ଅପେକ୍ଷା କରି ରହିଛନ୍ତି । ଗତ କିଛି ବର୍ଷର ପାଟର୍ନକୁ ଦେଖିଲେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବୃଦ୍ଧି ନେଇ ଘୋଷଣା ଦଶହରା ପୂର୍ବରୁ କରି ଦେଇଥାନ୍ତି । ଏଥର ମଧ୍ୟ କିଛି ଏପରି ସମ୍ଭାବନା ରହିଛି ।

ବର୍ଷର ଦ୍ୱିତୀୟ ଷଡମାସ ଲାଗି ମହଙ୍ଗା ଭତ୍ତା ବୃଦ୍ଧି ନେଇ ଆଶା କରାଯାଉଛି । ଏହି ବୃଦ୍ଧି ପରେ କର୍ମଚାରୀଙ୍କୁ ୪୫ ପ୍ରତିଶତ ଡିଏ ମିଳିବ । ଏହା ବ୍ୟତିତ ପେନସନଭୋଗୀଙ୍କ ଡିଏରେ ମଧ୍ୟ ୩ ପ୍ରତିଶତ ବୃଦ୍ଧି କରାଯିବ । ଏଠାରେ ସୂଚାଇ ଦିଆଯାଇପାରେ ଯେ, ପ୍ରତି ମାସରେ ମହଙ୍ଗା ଭତ୍ତା ଶ୍ରମ ବ୍ୟୁରୋ ପକ୍ଷରୁ ଉଦ୍ୟୋଗିକ ଶ୍ରମିକଙ୍କ ଲାଗି ନୂତନ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଆଧାର ଉପରେ ଧାର୍ଯ୍ୟ କରାଯାଇଥାଏ ।

ଯଦି ସରକାର ଦଶହରା ସୁଦ୍ଧା ଡିଏରେ ବୃଦ୍ଧି କରିବେ ତେବେ ତେବେ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ୩ ମାସର ଏରିଅର ବି ମିଳିବ । ଚଳିତ ବର୍ଷ ୨୪ ଅକ୍ଟୋବରରେ ବିଜୟାଦଶମୀ ପର୍ବ ପାଳିତ ହେଉଛି । ଯଦି ଏହି ବୃଦ୍ଧି ଜୁଲାଇ ୧, ୨୦୨୩ରୁ ଲାଗୁ ହେବ ତେବେ ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବରର ଡିଏ ବାକି ରହିବ । ଗତ ବର୍ଷର ପାଟର୍ନକୁ ଦେଖିଲେ କେନ୍ଦ୍ର ସରକାର ଏହି ବକେୟାକୁ ଅକ୍ଟୋବରରେ ବର୍ଦ୍ଧିତ ଦରମା ସହ ପ୍ରଦାନ କରିବେ । ଏହାର ଅର୍ଥ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଅକ୍ଟୋବରରେ ଯେଉଁ ବର୍ଦ୍ଧିତ ଦରମା ମିଳିବ ସେଥିରେ ପୂର୍ବ ୩ ମାସର ବାକିଥିବା ଡିଏ ବି ସାମିଲ ରହିବ ।

Get real time updates directly on you device, subscribe now.