fbpx

ଜାନୁଆରୀରେ ୪ ପ୍ରତିଶତ ବୃଦ୍ଧି ସହିତ ୫୦ ପ୍ରତିଶତ ଟପିଯିବ ମହଙ୍ଗା ଭତ୍ତା, କେବେ ଗଠିତ ହେବ ୮ମ ବେତନ କମିଶନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପ୍ରାୟ ଏକ କୋଟି କର୍ମଚାରୀ ଓ ପେନସନଭୋଗୀଙ୍କୁ ଜୁଲାଇ ମାସ ପ୍ରାରମ୍ଭରୁ ୪ ପ୍ରତିଶତ ଡିଏ ବୃଦ୍ଧି ପ୍ରଦାନ କରାଯିବ । ଏଥର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪୬ ପ୍ରତିଶତରେ ପହଞ୍ଚିବ ବୋଲି ଅଖିଳ ଭାରତୀୟ ପ୍ରତିରକ୍ଷା କର୍ମଚାରୀ ମହାସଂଘର ମହାସଚିବ ସି.ଶ୍ରୀକୁମାର କହିଛନ୍ତି । ଏହାପରେ ଜାନୁଆରୀ ୨୦୨୪ରେ ଯେତେବେଳେ ୪ ପ୍ରତିଶତ ବୃଦ୍ଧି ସହିତ ମହଙ୍ଗା ଭତ୍ତା ୫୦ ପ୍ରତିଶତରେ ପହଞ୍ଚିବ ସେତେବେଳେ କେନ୍ଦ୍ର ସରକାରଙ୍କ ନିକଟରେ ୮ମ ବେତନ ଆୟୋଗ ଗଠନ ନେଇ ପ୍ରସ୍ତାବ ରଖାଯିବ । ଅନୁମାନ କରାଯାଉଛି କେନ୍ଦ୍ର କ୍ୟାବିନେଟର ଆଗାମୀ ବୈଠକରେ ଡିଏ ବୃଦ୍ଧି ନେଇ ଘୋଷଣା କରାଯିବ ।

ଏଠାରେ ସୂଚାଇ ଦିଆଯାଇପାରେ କେନ୍ଦ୍ର କ୍ୟାବିନେଟ ଗତ ବର୍ଷ ୨୮ ସେପ୍ଟେମ୍ବରରେ ଡିଏରେ ୪ ପ୍ରତିଶତ ବୃଦ୍ଧି ନେଇ ଘୋଷଣା କରିଥିଲେ । ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ମହଙ୍ଗା ଭତ୍ତା ମିଳିଯାଇଥିଲା । ଏବେ ଏହି ମହଙ୍ଗା ଭତ୍ତା ୪୨ ପ୍ରତିଶତ ହାରରେ ମିଳୁଛି । ଯଦି ଜୁଲାଇରେ ଏଥିରେ ୪ ପ୍ରତିଶତ ବୃଦ୍ଧି ସହିତ ପୁନର୍ବାର ଜାନୁଆରୀ ୨୦୨୪ରେ ୪ ପ୍ରତିଶତ ବଢିବ ତେବେ ଏହା ୫୦ ପ୍ରତିଶତ ହୋଇଯିବ । ସପ୍ତମ ବେତନ ଆୟୋଗ ରିପୋର୍ଟ ଅନୁଯାୟୀ ଯଦି ଏପରି ହେବ ତେବେ ବାକି ଭତ୍ତା ବି ସ୍ୱତଃ ୨୫ ପ୍ରତିଶତ ବଢିଯିବ । ଏହା ସହିତ ବେତନର ଢାଞ୍ଚା ବି ବଦଳିଯିବ ।

ସପ୍ତମ ବେତନ କମିଶନ ସୁପାରିଶ କରିଥିଲେ କି କେନ୍ଦ୍ରରେ ପେ’ ରିଭାଇଜ୍ ପ୍ରତି ୧୦ ବର୍ଷରେ ଥରେ ହେବ ଏହା ଜରୁରୀ ନୁହେଁ । ଏହା ମଝିରେ ମଝିରେ ନିର୍ଦ୍ଧିଷ୍ଟ ସମୟ ଅବଧିରେ ବି ହୋଇପାରେ । ତେବେ କିଛି ମାସ ପରେ ଡିଏ ୫୦ ପ୍ରତିଶତ ପାର କରିଯିବା ନେଇ ଅନୁମାନ କରାଯାଇଛି । ପୂର୍ବ ବେତନ ଆୟୋଗ ୨୦୧୩ରେ ଗଠିତ ହୋଇଥିଲା । ଏହାପରେ ଆୟୋଗର ସୁପାରିଶ ଲାଗୁ ହୋଇଥିଲା । ଏହି ହିସାବରେ ୨୦୨୬ରେ ବେତନ ରିଭାଇଜ ହେବା କଥା । ଏଥିପାଇଁ ୨୦୨୩ରେ ଆୟୋଗର ଗଠନ ହେବା କଥା । ଆଶା କରାଯାଉଛି କି ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ୮ମ ବେତନ ଆୟୋଗର ଗଠନ କରିବେ ।

Get real time updates directly on you device, subscribe now.