fbpx

(video)ଆକାଶରୁ ବର୍ଷିଲା ପ୍ରଳୟ, ଘର ଠାରୁ ଆରମ୍ଭ କରି ଯାନବାହନ ସବୁକିଛି ବୁୁଡିଗଲା

ନାଗପୁର: ମହାରାଷ୍ଟ୍ର ନାଗପୁରରେ ଆକାଶରୁ ଯେପରି ପ୍ରଳୟ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ଏତେମାତ୍ରାରେ ବର୍ଷା ହୋଇଛି ଯେ, ଘର, ବଜାର, ଯାନବାହନ ସବୁକିଛି ପାଣିରେ ବୁଡି ଯାଇଛି । ସ୍ଥିତି ଏପରି ହୋଇଛି ଯେ, ରାଜ୍ୟ ସରକାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିଦେଇଛନ୍ତି । ଏବେ ଉଦ୍ଧାରକାରୀ ଦଳ ପ୍ରଭାବିତ ଲୋକଙ୍କ ସହାୟତାରେ ଲାଗି ପଡିଛନ୍ତି ।

ରାଜ୍ୟରେ ମୂଷଳଧାରାରେ ବର୍ଷା ଜନଜୀବନକୁ ସଂପୂର୍ଣ୍ଣ ଭାବରେ ଅସ୍ତବ୍ୟସ୍ତ କରିଦେଇଛି । ଏହା ସହିତ ଯାତାୟତ ବି ଠପ୍ ହୋଇଯାଇଛି । ନାଗପୁର ସହିତ ରାଜ୍ୟର ଆଉ କିଛି ଅଞ୍ଚଳରେ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ସତର୍କ କରାଇ ଦେଇଛି ।

ନାଗ ଓ ପିଲି ନଦୀ କୂଳରେ ରହୁଥିବା ଅଧିବାସୀ ଏହି ବର୍ଷାରେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି । ନାଗପୁରର ମୋର ଭବନ ବସ୍ ଷ୍ଟପ ସଂପୂର୍ଣ୍ଣ ଭାବରେ ପାଣିରେ ବୁଡିଯାଇଛି । ନଦୀରେ ପାଣି ବଢୁଥିବାରୁ ଅଯଥା ଘରୁ ନ ବାହାରିବାକୁ ନାଗପୁର ମହାନଗର ନିଗମ ପକ୍ଷରୁ ଲୋକଙ୍‌କୁ ସତର୍କ କରାଇ ଦେଇଛି । ସରକାରଙ୍କ ପକ୍ଷରୁ ହେଲ୍ପ ଲାଇନ୍ ଜାରି କରାଯାଇ ଲୋକଙ୍କୁ ସହାୟତା ଲାଗି କଲ୍ କରିବାକୁ କୁହାଯାଇଛି । ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ସହ ଏନଡିଆରଏଫ ଓ ଏସଡିଆରଏଫ ଟିମ୍‌ଙ୍କୁ ମଧ୍ୟ ନିୟୋଜିତ ରଖାଯାଇଛି ।

Get real time updates directly on you device, subscribe now.