fbpx

ଜୀବନଶୈଳୀରେ ସାମିଲ କରନ୍ତୁ ନାହିଁ ଏହି ଜିନିଷ : ନିୟନ୍ତ୍ରଣରେ ରହିବନି ଉଚ୍ଚ ରକ୍ତଚାପ

AAKASH

ଭୁବନେଶ୍ୱର : ଆଜିକାଲିର ଅବହେଳିତ ଜୀବନଶୈଳୀ ହେତୁ ଶରୀରରେ ରକ୍ତଚାପ, ସର୍କରା ଭଳି ଅନ୍ୟାନ୍ୟ ସମସ୍ୟା ସୃଷ୍ଟି ହେଉଛି। ଉଚ୍ଚ ରକ୍ତଚାପ ହୃଦୟକୁ କ୍ଷତି ପହଞ୍ଚାଏ ତାହା ଛଡା ହୃଦଘାତ ହେବାର ଆଶଙ୍କା ବଢିଯାଏ। ଏପରି ପରିସ୍ଥିତିରେ, ଉଚ୍ଚ ରକ୍ତଚାପର ରୋଗୀକୁ ସାଧାରଣ ଲୁଣ କ୍ଷତି ପହଁଚାଇ ଥାଏ । ଯଦି ଉଚ୍ଚ ରକ୍ତଚାପର ସମସ୍ୟା ଅଛି, ତେବେ ଆପଣ ସୀମିତ ପରିମାଣରେ ଆର୍ଦ୍ର ଖାଦ୍ୟ ଖାଇବା ଉଚିତ। ଏହା ବ୍ୟତୀତ, ସାଧାରଣ ଲୁଣ ବଦଳରେ, ଆପଣ ସନ୍ଧବ ଲୁଣ ଖାଇବା ଉଚିତ, ଯାହାକୁ ଲୋକମାନେ ଗୋଲାପୀ ଲୁଣ ନାମରେ ଜାଣନ୍ତି । ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିଙ୍କୁ ଲୁଣ ବହୁତ କମ ପରିମାଣରେ ବ୍ୟବହାର କରାଯିବାକୁ ପରାମର୍ଶ ଦିଆଯାଉଛି । ଲୁଣ ଏକ ଜରୁରୀ ଖଣିଜ ପଦାର୍ଥ, ଯାହା ତରଳ ସନ୍ତୁଳନ ଏବଂ ସ୍ନାୟୁ ପାଇଁ ଜରୁରୀ ଅଟେ । କିନ୍ତୁ ଲୁଣ ଅଧିକ ମାତ୍ରାରେ ବ୍ୟବହାର କରିବା ଦ୍ୱାରା ଉଚ୍ଚ ରକ୍ତ ଚାପ ଜନିତ ରୋଗ ପାଇଁ କ୍ଷତି କାରକ ହୋଇଥାଏ । ଯାହାକୁ ହାଇପରଟେନ୍ସ ବୋଲି ମଧ୍ୟ କୁହାଯାଏ ।

ସବୁଜ ପତ୍ର ଥିବା ପରିବା : ଆମେ ସାଧାରଣତଃ ସବୁଜ ପତ୍ର ଥିବା ପରିବାକୁ ଶରୀର ପାଇଁ ଉତ୍ତମ ମନେ କରୁ । କିନ୍ତୁ କେତେକ ସବୁଜ ପରିବା ଅର୍ଥାତ ପାଳଙ୍ଗ, ଗାଜର ଏବଂ ବିଟରେ ଲୁଣର ମାତ୍ରା ଅଧିକ ଥାଏ । ଯାହାଫଳରେ ଆପଣଙ୍କ ରକ୍ତଚାପ ଉପରେ ପ୍ରଭାବ ପକାଇଥାଏ । ଯଦି ଆପଣଙ୍କ ଶରୀରର ରକ୍ତଚାପ ଉଚ୍ଚ ରହୁଛି ତେବେ ଏହି ଜିନିଷ ଠାରୁ ଦୂରେଇ ରୁହନ୍ତୁ ।

ଚିଜ : ଏଥିରେ କ୍ୟାଲସିୟମ ଏବଂ ପ୍ରୋଟିନର ମାତ୍ରା ଅଧିକ ଥିବା ବେଳେ ଲୁଣ ମଧ୍ୟ ଅଧିକ ମାତ୍ରାରେ ରହିଛି । ଅଧିକ ମାତ୍ରାରେ ଚିଜ ଖାଇବା ଦ୍ୱାରା ରକ୍ତଚାପ ଏବଂ ମୋଟାପଣ ବଢିଥାଏ ।

ଡବାବନ୍ଦ ସୁପ : ଫ୍ଲେବରକୁ ବଢାଇବା ପାଇଁ ଏବଂ ବନ୍ଦ ଡବା ଭିତରେ ଥିବା ଜିନିଷ ଅଧିକ ଦିନ ଠିକ ଭାବେ ରହିବା ପାଇଁ ଏଥିରେ ଲୁଣର ମାତ୍ରା ଅଧିକ ପରିମାଣରେ ଦିଆଯାଇଥାଏ । ତେଣୁ ଆପଣ ଡବାବନ୍ଦ ଜିନିଷ ନଖାଇ ଡାଇଟରେ ତାଜା ଜିନିଷକୁ ଖାଆନ୍ତୁ ।

Packet ଫୁଡ : ଚିପ୍ସ, ବିସ୍କୁଟ ଏହି ପରି packet ଜାତୀୟ ଜିନିଷରେ ମାତ୍ରାଧିକ ଲୁଣ ରହିଥାଏ । ଏଥିଯୋଗୁଁ packet ଫୁଡ ଖାଇବା ଠାରୁ ଭଲ ଆପଣ ତାଜା ଖାଦ୍ୟ ଖାଇବେ ।

ବ୍ରେଡ ଏବଂ ପାଉରୁଟି ଜାତୀୟ ଜିନିଷ : ଏଥିରେ ଲୁଣର ମାତ୍ରା ଅଧିକ ଦେଇ ଏଗୁଡିକୁ ତିଆରି କରାଯାଏ । ତେଣୁ ବ୍ରେଡ କିମ୍ବା ପାଉରୁଟି ଜାତୀୟ ଜିନିଷ କିଣିବା ପୂର୍ବରୁ ଆପଣ ପ୍ରଥମେ ଲୁଣର ମାତ୍ରା ଦେଖି କିଣିବା ଉଚିତ ।

 

Get real time updates directly on you device, subscribe now.