fbpx

ଭାରତୀୟ ରେଲୱେ ତରଫରୁ ଜାରି କରାଗଲା ୩୦୦୦ରୁ ଅଧିକ ପଦବୀ ପାଇଁ ବିଜ୍ଞପ୍ତି : ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ

ଭୁବନେଶ୍ୱର : ସରକାରୀ ଚାକିରି କରିବାକୁ ଚାହୁଁଥିବା ପିଲାଙ୍କ ପାଇଁ ଖୁସି ଖବର । ଭାରତୀୟ ରେଳବାଇରେ ବାହାରିଛି ବମ୍ପର ନିୟୁକ୍ତି । ରେଲୱେରେ ୩ହଜାରରୁ ଅଧରକ ପଦବୀ ଖାଲି ପଡିଛି । ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଗଲାଣି । ପଦବୀ ପାଇଁ ଯୋଗ୍ୟ ଏବଂ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଡer.indianrailways.gov.in କୁ ଯାଇ ତୁରନ୍ତ କରନ୍ତୁ ଆବେଦନ । ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୨୬ ପର୍ଯ୍ୟନ୍ତ ରହିଛି ।

ପଦବୀ ସଂଖ୍ୟା : ୩୧୧୫
ଜମାଲପୁର ଓ୍ଵାର୍କସପ : ୬୬୭
ହାଓ୍ଵଡା ଡିଭିଜନ : ୬୫୯
ଲିଲୁଆ ଡିଭିଜନ : ୬୧୨
ସିୟାଲଦହ ଡିଭିଜନ : ୪୪୦
ଆସସୋଲ ଡିଭିଜନ : ୪୧୨
କାଞ୍ଚରାପାଡା ଡିଭିଜନ : ୧୮୭
ମାଲଦା ଡିଭିଜନ : ୧୩୮

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ୧୦ମ ପାସ କରିଥିବା ନିହାତି ଜରୁରୀ । ଏହା ସହିତ ଟ୍ରେଡରେ ଆଇଟିଆଇ ଡିଗ୍ରୀ ହାସଲ କରିଥିବା ଦରକାର / ସମ୍ବନ୍ଧିତ ଟ୍ରେଡରେ NCVT ସାର୍ଟିଫିକେଟ ମଧ୍ୟ ରହିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକଥିବା ପ୍ରାର୍ଥୀଙ୍କ ବୟସ ୧୫ ବର୍ଷରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୨୬ ୨୦୨୩ ପର୍ଯ୍ୟନ୍ତ ହିଁ ରହିଛି ।

କିପରି କରିବେ ଆବେଦନ :
. ପ୍ରଥମେ ଅଫିସିଆଲ ୱେବସାଇଟ er.indianrailways.gov.in କୁ ଯାଆନ୍ତୁ ।
. ଏହାପରେ ହୋମ ପେଜରେ ଦେଇଥିବା Recruitment ଉପରେ କ୍ଲିକ କରନ୍ତୁ ।
.ଏବେ ଅପରେଣ୍ଟିସ ନିଯୁକ୍ତି ନୋଟିଫିକେସନର ଲିଙ୍କ ଉପରେ କ୍ଲିକ କରନ୍ତୁ ।
.ଏହାପରେ ନୋଟିଫିକେସନରେ ଦିଆଯାଇଥିବା ଷ୍ଟେପ୍ସ ଅନୁସାରେ ଆବେଦନ କରନ୍ତୁ ।

Get real time updates directly on you device, subscribe now.