fbpx

କରୋନା ଯୁଦ୍ଧ ଜିତିଲେ ୪୨ ବିଏସଏଫ୍ ଯବାନ୍, ଭାଇରାଲ ହେଉଛି ତାଙ୍କର ଜବରଦସ୍ତ ଡ୍ୟାନ୍ସ

ଦିଲ୍ଲୀରେ ଡ୍ୟୁଟି ଦେବା ସମୟରେ କରୋନା କବଜାରେ ଆସିଥିବା ବିଏସଏଫ ଯବାନ ଏହି ଯୁଦ୍ଧରେ ବି ବାଜିମାର କରିଛନ୍ତି । ଯବାନମାନେ କୋଭିଡ୍-୧୯କୁ ହରାଇଦେଇଛନ୍ତି । ରାଜସ୍ଥାନ ଯୋଧପୁର ଏମ୍ସରେ ଚିକିତ୍ସିତ ହେଉଥିବା ୪୨ ଜଣ ଯବାନ ସମ୍ପୂର୍ଣ୍ଣ ଠିକ୍ ହେବା ପରେ ତାଙ୍କୁ ଗତକାଲି ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା । ଏହି ମଉକାରେ ଯବାନମାନେ ଜବରଦସ୍ତ ଡ୍ୟାନ୍ସ କରିଥିଲେ, ଯାହାକି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ମେଡିକାଲ ପରିସରରେ ବନ୍ଦେ ମାତରମ୍ ଓ ଭାରତ ମାତା କି ଜୟ ଜୟକାର ଶୁଣିବାକୁ ମିଳିଥିଲା । ଯବାନମାନଙ୍କ ସହ ଏମ୍ସର ଡାକ୍ତରମାନେ ବି ଉତ୍ସବ ମନାଇବା ସହ ଠୁମକା ଲଗାଉଥିବାର ଭିଡିଓରେ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.