fbpx

ଆସୁଛି ବଡ଼ ବାତ୍ୟା, ପବନର ବେଗ ୧୦୦ ଟପିବ!

ଭୁବନେଶ୍ୱର,୧୭।୫(ଓଡିଶା ଭାସ୍କର): ଆସୁଛି ବଡ଼ ବାତ୍ୟା। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଦେଇ ଏହି ବାତ୍ୟା ଯିବ ବୋଲି ପୂର୍ବାନୁମାନ କରାଯାଇଛି l ପବନର ବେଗ ୧୦୦ ପରେ ରହିବ l ବ୍ୟାପକ କ୍ଷତି କରିବା ନେଇ ଆଶଙ୍କା ରହିଛି l ଏହାସହ କାଲିଠୁ ବର୍ଷା ଲାଗିରହିବ। ୧୨ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିିିଛି।

ଅମ୍ପାନ ୧୯ ତାରିଖ ରାତି କିମ୍ବା ୨୦ ତାରିଖ ସକାଳେ ପଶ୍ଚିମବଙ୍ଗ ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ଆଶଙ୍କା ରହିଛି।

ସମୁଦ୍ର ମଝିରେ ଘନୀଭୂତ ହେଉଛି ବାତ୍ୟା। ଆଜି ତୀବ୍ର ସାମୁଦ୍ରିକ ଝଡର ରୂପ ନେବ ଅମ୍ଫନ। ଏହାର ପ୍ରଭାବରେ ୩ଦିନ ଯାଏଁ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି।

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଅଂଟା ଭିଡିଛି ଉପକୂଳବର୍ତୀ ଜିଲ୍ଲା ପ୍ରଶାସନ । ମାଇକରେ ଗାଁ ଗାଁ ବୁଲି ପ୍ରଚାର କରା ଯାଉଛି। ଖାଲି ହେଉଛି ବାତ୍ୟା ଆଶ୍ରୟସ୍ଥଳୀ ଓ  ସମୁଦ୍ର ତଟବର୍ତୀ ଜନବସତିକୁ ସ୍ଥାନାନ୍ତର କରାଯିବ।

Get real time updates directly on you device, subscribe now.