fbpx

Bank of Barodaରେ ଆକାଉଣ୍ଟ ଥିଲେ ସାବଧାନ୍! ଲକ୍ଷ ଲକ୍ଷ ଗ୍ରାହକଙ୍କ ଉପରେ ପଡ଼ିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍ ବରୋଦା(Bank of Baroda) ରେ ଆକାଉଣ୍ଟ ଥିବା ଗ୍ରାହକମାନଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି । ଏହି ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ନେଇଛି ଏକ ବଡ଼ ଆକ୍ସନ । ଯାହାର ପ୍ରଭାବ ବ୍ୟାଙ୍କ ଅଧୀନରେ ଥିବା ଲକ୍ଷ ଲକ୍ଷ ଗ୍ରାହକଙ୍କ ଉପରେ ପଡ଼ିପାରେ । ବ୍ୟାଙ୍କ ଅଫ୍ ବରୋଦାର ମୋବାଇଲ ଆପ୍ ‘BoB World’ ଉପରେ ଗ୍ରାହକଙ୍କ ଅନବୋର୍ଡିଙ୍ଗକୁ ନିଲମ୍ବିତ ଆଦେଶ ଦେଇଛି ରିଜର୍ଭ ବ୍ୟାଙ୍କ । ଅର୍ଥାତ୍ BoB ଆପ୍ ରେ କୌଣସି ନୂଆ ଗ୍ରାହକ ସାମିଲ ହୋଇପାରିବେ ନାହିଁ । ତେବେ ପୂର୍ବରୁ ଏହି ଆପ୍ ସହ ଯୋଡ଼ି ହୋଇ ରହିଥିବା ଗ୍ରାହକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ତରଫରୁ ସୂଚନା ଦିଆଯାଇଛି ।

କେଉଁ ଆକାଉଣ୍ଟଧାରୀଙ୍କ ଉପରେ ପଡ଼ିବ ପ୍ରଭାବ?

ବ୍ୟାଙ୍କ ଅଫ୍ ବରୋଦାରେ ଆକାଉଣ୍ଟ ଥାଇ ମଧ୍ୟ ‘BoB’ ଆପ୍ ସହିତ ଯୋଡ଼ି ହୋଇନଥିବା ଗ୍ରାହକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ । ବ୍ୟାଙ୍କର ଏହି ଆପ୍ ରେ ୟୁଜର୍ସମାନଙ୍କୁ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ବ୍ୟତୀତ ୟୁଟିଲିଟି ଜଡ଼ିତ ପେମେଣ୍ଟ, ଟିକେଟ, IPO ସବସ୍କ୍ରିପ୍ସନ ଇତ୍ୟାଦି ସୁବିଧା ମିଳିଥାଏ ।

ତେବେ ଏହାକୁ ନେଇ RBI କହିଛନ୍ତି ଯେ, ଗ୍ରାହକଙ୍କୁ ଏହି ଆପ୍ ସହ ଯୋଡ଼ିବା ପାଇଁ ହେଉଥିବା ପ୍ରକ୍ରିୟାରେ କିଛି ତ୍ରୁଟି ପରିଲକ୍ଷିତ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ରିଜର୍ଭ ବ୍ୟାଙ୍କର ସୂଚନା ଅନୁସାରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କିଙ୍ଗ ବିନିୟମ ଅଧିନିୟମ, ୧୯୪୯ର ଧାରା ୩୫ଏ ଅନୁସାରେ ଏହାକୁ ନିଲମ୍ବିତ କରିବା ପାଇଁ ଆଦେଶ ଦେଇଛି । ବ୍ୟାଙ୍କ ଅଫ ବରୋଦାକୁ ‘Bob World’ ମୋବାଇଲ ଆପ୍ ରେ ଗ୍ରାହକଙ୍କୁ ସାମିଲ କରିବା ପ୍ରକ୍ରିୟାକୁ ଯଥାଶୀଘ୍ର ନିଲମ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛି ଆରବିଆଇ ।

Get real time updates directly on you device, subscribe now.