ହମାସ ଆତଙ୍କବାଦୀଙ୍କ ନୃଶଂସ କାର୍ଯ୍ୟ: ମାଆ ପେଟରୁ ଛୁଆକୁ ବାହାର କରି ମାରିଦେଲେ

ନୂଆଦିଲ୍ଲୀ: ରବିବାର ଦିନ ଇସ୍ରାଏଲ ଉପରେ ହମାସ ଆକ୍ରମଣ କରିବା ପରେ ଉଭୟଙ୍କ ମଧ୍ୟରେ ଭିଷଣ ଯୁଦ୍ଧ ଚାଲିଛି। ଏହି ଯୁଦ୍ଧ ମଧ୍ୟରେ ହମାସ ଆତଙ୍କବାଦୀ ଏକ ଗର୍ଭବତୀ ମହିଳାଙ୍କୁ ନୃଶଂସ ଭାବରେ ହତ୍ୟା କରିଛନ୍ତି। ଆତଙ୍କୀମାନେ ପେଟରୁ ଛୁଆକୁ ବାହାର କରି ମାରିଦେଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଦକ୍ଷିଣ ଇସ୍ରାଏଲର ଜଣେ ଗର୍ଭବତୀ ମହିଳାଙ୍କୁ ହମାସ ଅତଙ୍କବାଦୀମାନେ ପାଇଥିଲେ । ଏହାପରେ ତାଙ୍କ ପେଟକୁ ଚିରି ଗର୍ଭାଶୟରୁ ଶିଶୁକୁ ବାହାର କରିଥିଲେ । ସେହି ଜନ୍ମ ହୋଇନଥିବା ଶିଶୁକୁ ମାଆ କୋଳରେ ଛାଡିଦେଇଥିଲେ । ଶେଷରେ ଶିଶୁଟି ଧିରେ ଧିରେ ମାଆ କୋଳରେ ମୃତ୍ୟୁ ବରଣ କରିଛି । ଏହା ହେଉଛି ହମାସର ଲୋକମାନଙ୍କ ପ୍ରତି ଅମାନୁଷିକ କାର୍ଯ୍ୟକଳାପ ।

ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧରେ ଏ ପର୍ଯ୍ୟନ୍ତ ୧୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଗତ ୪ ଦିନ ମଧ୍ୟରେ ଇସ୍ରାଏଲରେ ୯୦୦ ସୈନିକ ଓ ନାଗରିକଙ୍କ ଜୀବନ ଗଲାଣି । ୬ ଅକ୍ଟୋବର ସକାଳେ ହମାସ ଅଚାନକ ଇସ୍ରାଏଲ ଉପରେ ଆକ୍ରମଣ କରିଦେଇଥିଲା । ଇସ୍ରାଏଲ ଉପରେ ୫୦୦୦ରୁ ଅଧିକ ରକେଟ୍ ମାଡ କରିବା ସହିତ ହମାସର ଆତଙ୍କବାଦୀମାନେ ଇସ୍ରାଏଲ୍ ମଧ୍ୟକୁ ପ୍ରବେଶ କରି ଯାଇଥିଲେ । ତେବେ ଇସ୍ରାଏଲ ଉପରେ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ହେଉଛି ହମାସ ମିଲିଟାରୀ ୱିଙ୍ଗ ମୁଖ୍ୟ ମୋହମ୍ମଦ ଦାଇଫ୍ ବୋଲି ଜଣାପଡିଛି।