ଭୁବନେଶ୍ୱର: ମଣିଷ ଏବଂ କୁକୁର ଭିତରେ ନିବିଡ଼ ପ୍ରେମ ସମ୍ପର୍କର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ରାଜଧାନୀ ଉପକଣ୍ଠ ଟଙ୍କାପାଣି ରୋଡରେ କୁକୁର ପ୍ରତି ମାଲିକଙ୍କ ଅସୀମିତ ପ୍ରେମ ଆଜି ନୂଆ ସଂଜ୍ଞା ସୃଷ୍ଟି କରିଛି । ପୋଷା କୁକୁରର ମୃତ୍ୟୁରେ ଲୁହ ଝରାଉଛନ୍ତି ମାଲିକ ଓ ପରିବାର ସଦସ୍ୟ । ୨୦୧୦ ମସିହାରୁ ପୋଷା କୁକୁର ‘ଗୁଲୁ ପାପା’ ଘରର ଅଭିନ୍ନ ସଦସ୍ୟ କରି ରହିଥିଲା । କିନ୍ତୁ ଅଚାନକ ମୃତ୍ୟୁ ପରେ ଭାଙ୍ଗି ପଡ଼ିଛନ୍ତି ମାଲିକ ଓ ପରିବାର ସମସ୍ତ ଲୋକ । ତେଣୁ ଗୁଲୁ ପାପା ମୃତ୍ୟୁ ପରେ ଟଙ୍କପାଣି ରୋଡରେ କୁକୁରର ଏକ ସମାଧି ତିଆରି କରିଛନ୍ତି ମାଲିକ । କୁକୁରର ମୃତ୍ୟୁ ପରେ ବିଧି ମଣିଷ ଭଳି ଅନୁସାରେ ତାହାର ଏକାଦଶାହ ପାଳନ କରି ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।