IB Recruitment 2023: ୧୦ମ ଉତ୍ତୀର୍ଣ୍ଣଙ୍କ ଲାଗି ଆସିଲା ବଢିଆ ନିଯୁକ୍ତି ସୁଯୋଗ, ୭୦,୦୦୦ଟଙ୍କା ପର୍ଯ୍ୟନ୍ତ ରହିଛି ଦରମା

ନୂଆଦିଲ୍ଲୀ: ଇଣ୍ଟେଲିଜେନ୍ସ ବ୍ୟୁରୋ, ଗୃହ ମନ୍ତ୍ରଣାଳୟ ପକ୍ଷରୁ ୧୦ମ ପାସ୍ ପ୍ରାର୍ଥୀଙ୍କ ଲାଗି ବମ୍ପର ନିଯୁକ୍ତି ସୁଯୋଗ ଆସିଛି । ଆଇବିରେ ସୁରକ୍ଷା ସହାୟକ, ମୋଟର ଟ୍ରାନ୍ସପୋର୍ଟ, ମଲ୍ଟିଂ ଟାକ୍ସିଂ ଷ୍ଟାଫ ଆଦି ପଦରେ ନିଯୁକ୍ତି ପ୍ରକ୍ରିୟା ୧୪ ଅକ୍ଟୋବର ୨୦୨୩ରୁ ଆରମ୍ଭ ହୋଇଯାଇଛି । ଇଚ୍ଛୁକ ପ୍ରାର୍ଥୀ ଅଧିକାରୀକ ୱେବସାଇଟ mha.gov.in କୁ ଯାଇ ଏହିସବୁ ପଦବୀରେ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୩ ନଭେମ୍ବର ୨୦୨୩ ।

ମୋଟ ପଦବୀ: ସୁରକ୍ଷା ସହାୟକ-୩୬୨, ଏମଟିଏସ୍‌- ୩୧୫
ବୟସସୀମା:ଆଇବି ଏମଟିଏସ୍ ନିଯୁକ୍ତି ନିମନ୍ତେ ଅନଲାଇନ୍ ଆବେଦନ କରିବା ଲାଗି ବୟସ ସୀମା ୧୮ରୁ ୨୫ ବର୍ଷ ରହିଛି । ସୁରକ୍ଷା ସହାୟକ ଲାଗି ଅନଲାଇନ୍ ଆବେଦନ କରିବାର ସର୍ବୋଚ୍ଚ ବୟସସୀମା ୨୭ ରହିଛି ।
ଆବେଦନ ଫି’: ସାଧାରଣ, ଓବିସି, ଇଡବ୍ଲ୍ୟୁଏସ୍ ପ୍ରାର୍ଥୀଙ୍କ ଲାଗି ଆବେଦନ ଫି’ ୫୦୦ ଟଙ୍କା ରହିଛି । କିନ୍ତୁ ଅନୁସୂଚୀତ ଜାତି ଓ ଜନଜାତି ଓ ସମସ୍ତ ଶ୍ରେଣୀର ମହିଳା ପ୍ରାର୍ଥୀଙ୍କ ଲାଗି ଆବେଦନ ଫି’ ୫୦ ଟଙ୍କା ରହିଛି । ଆବେଦନ ଫି’ କେବଳ ଡେବିଟ୍ କାର୍ଡ, କ୍ରେଡିଟ କାର୍ଡ କିମ୍ବା ନେଟ୍ ବ୍ୟାଙ୍କିଂ ଜରିଆରେ କରିବେ ।
ଯୋଗ୍ୟତା: ଆଇବି ସୁରକ୍ଷା ସହାୟକ ଓ ମୋଟର ଟ୍ରାନ୍ସପୋର୍ଟ ନିଯୁକ୍ତି ଲାଗି ପ୍ରାର୍ଥୀ କୌଣସି ବି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଥିବା ଜରୁରୀ । ଏହା ସହିତ ଏଲଏମବି ଡ୍ରାଇଭିଂ ଲାଇସେନ୍ସ ଥିବା ଉଚିତ । ଏହା ସହିତ ୧ ବର୍ଷର ଡ୍ରାଇଭିଂ ଅନୁଭବ ବି ଥିବା ଉଚିତ ।
ସେହିପରି ଆଇବି ମଲ୍ଟି ଟାକ୍ସିଂ ଷ୍ଟାଫ ଲାଗି ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଥିବା ଉଚିତ । ଏହା ସହ ସେହି ରାଜ୍ୟର ଆବାସିକ ପ୍ରମାଣପତ୍ର ଆବଶ୍ୟକ ଯେଉଁରାଜ୍ୟ ଲାଗି ପ୍ରାର୍ଥୀ ଆବେଦନ କରୁଛନ୍ତି ।