fbpx

Ind vs Pak; ମନ୍ତ୍ର କରି ବଲ୍ ଫିଙ୍ଗିଲେ ହାର୍ଦ୍ଦିକ, ଇମାମ ଆଉଟ୍: Bye Bye କରି ବିଦାୟ ଦେଲେ ପାଣ୍ଡ୍ୟା

ଅହମ୍ମଦାବାଦ: ଅହମ୍ମଦାବାଦର ବିଶାଳ ଷ୍ଟାଡିୟମରେ ଭାରତ-ପାକିସ୍ତାନ ମ୍ୟାଚ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ୭୩ ରନରେ ପାକିସ୍ତାନ ନିଜର ଦ୍ୱିତୀୟ ୱିକେଟ ହରାଇଛି । ଭାରତର ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଇମାମଙ୍କୁ ପାଭିଲିୟନ ପଠାଇ ଦଳକୁ ଦ୍ୱିତୀୟ ସଫଳତା ଦେଇଛନ୍ତି । ତେବେ ଏହି ୱିକେଟକୁ ନେଇ ଆରମ୍ଭ ହୋଇ ଯାଇଛି ଚର୍ଚ୍ଚା । ହାର୍ଦ୍ଦିକ ଏହି ବଲ୍ ସହ ତନ୍ତ୍ର ବିଦ୍ୟା କରିଥିବା ଆଲୋଚନା ହେବାରେ ଲାଗିଛି । ମନ୍ତ୍ର ଫୁଙ୍କି ଇମାମଙ୍କୁ ଆଉଟ କରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ତେବେ ହାର୍ଦ୍ଦିକଙ୍କ ଏହି ବଲ୍ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

A post shared by ICC (@icc)

ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିବା ଭାରତ ପକ୍ଷରୁ ୧୩ ତମ ଓଭର ନେଇ ଆସିଥିଲେ ଦଳର ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଓଭରର ତୃତୀୟ ବଲରେ ସେ ଇମାମଙ୍କ କେ.ଏଲ ରାହୁଲଙ୍କ ହାତରେ କ୍ୟାଚ କରାଇ ପାଭିଲିୟନର ରାସ୍ତା ଦେଖାଇଥିଲେ । କିନ୍ତୁ ଏହି ମ୍ୟାଚକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଛି । ହାର୍ଦ୍ଦିକ କିଛି ତନ୍ତ୍ର ବିଦ୍ୟା ଜାଣିଥିବା ନେଇ ଆଲୋଚନା ହେଉଛି । କାରଣ ଓଭରର ତୃତୀୟ ବଲ ଫିଙ୍ଗିବା ପୂର୍ବରୁ ହାର୍ଦ୍ଦିକ ବଲକୁ ଚାହିଁ କିଛି କହିବା ସହ ବଲକୁ ଫୁଙ୍କିଥିଲେ । ଏହାପରେ ଇମାମ ଉଲ୍-ହକ୍ ଙ୍କ ବ୍ୟାଟରେ ବଲ ଲାଗି ୱିକେଟ କିପର କେ.ଏଲ ରାହୁଲଙ୍କ ହାତକୁ ଚାଲି ଯାଇଥିଲା । ଏହି ୱିକେଟ ସହ ପାକିସ୍ତାନ ୭୩ ରନରେ ନିଜର ଦ୍ୱିତୀୟ ୱିକେଟ ହରାଇଛି । କିନ୍ତୁ ହାର୍ଦ୍ଦିକଙ୍କ ଏହି ବଲ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ପାଲଟିଯାଇଛି ।

ତେବେ ଇମାମଙ୍କ ୱିକେଟ ନେବା ପରେ ହାର୍ଦ୍ଦିକ ତାଙ୍କୁ ବାଏ ବାଏ କରି ବିଦାୟ ଦେଇଛନ୍ତି । ଖବର ଲେଖା ହେବା ସୁଦ୍ଧା ପାକିସ୍ତାନ ୨ଟି ୱିକେଟ ବିନିମୟରେ ୭୩ ରନ୍ ସଂଗ୍ରହ କରିଛି । ବର୍ତ୍ତମାନ ଦଳର ଅଧିନାୟକ ବାବର ଆଜମ ଏବଂ ଷ୍ଟାର କ୍ରିକେଟର ମହମ୍ମଦ ରିଜୱାନ ପଡ଼ିଆରେ ଉପସ୍ଥିତ ରହିଛନ୍ତି । ଭାରତ ପକ୍ଷରୁ ମହମ୍ମଦ ସିରାଜ ଏବଂ ହା୍ଦର୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ସଫଳତା ହାସଲ କରିଛନ୍ତି ।

Get real time updates directly on you device, subscribe now.