fbpx

Ind vs Pak ମ୍ୟାଚରେ ‘ବିରାଟ’ ଭୁଲ କରିଦେଲେ କୋହଲି: ସଙ୍ଗେ ସଙ୍ଗେ ପଡ଼ିଆରୁ ବାହାରି ଚାଲିଗଲେ

ଗୁଜୁରାଟ: ଭାରତ-ପାକିସ୍ତାନ ମଧ୍ୟରେ ଚଳତ ବିଶ୍ୱକପର ସବୁଠାରୁ ବଡ଼ ମ୍ୟାଚ ଖେଳାଯାଉଛି । ତେବେ ଏହି ମ୍ୟାଚରେ ପାକିସ୍ତାନ ଉପରେ ଖୁବ ଭାରୀ ପଡ଼ିଛି ଭାରତର ବୋଲିଂ ଆଟାକ୍ । ବିଶେଷ କରି ଦଳର ପେସ୍ ଡିପାର୍ଟମେଣ୍ଟ ଆଗରେ ତିଷ୍ଠି ପାରୁନାହାନ୍ତି ପାକିସ୍ତାନର ଖେଳାଳି । ଏହାପରେ ମଧ୍ୟ ସମସ୍ତଙ୍କ ନଜର ରହିଛି ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ଉପରେ । ପୁଣିଥରେ ପାକିସ୍ତାନ ବିରୋଧରେ ତାଙ୍କ ବ୍ୟାଟରୁ ଆଉ ଏକ ଐତିହାସିକ ଇନିଂସ ଦେଖିବାକୁ ମିଳିବ ବୋଲି ଆଶା କରି ରହିଛନ୍ତି କ୍ରିକେଟ ପ୍ରେମୀ । କିନ୍ତୁ ମ୍ୟାଚ ପୂର୍ବରୁ ବିରାଟ ଏକ ବଡ଼ ଭୁଲ କରି ଦେଇଛନ୍ତି । ଯେଉଁଥିପାଇଁ ସେ ତତକ୍ଷଣାତ୍ ପଡ଼ିଆ ବାହାରକୁ ଚାଲି ଯାଇଛନ୍ତି ।

Massive mistake from Virat Kohli as he wears wrong jersey during IND vs PAK  ICC Cricket World Cup 2023 match

ପାକିସ୍ତାନ ବିପକ୍ଷ ଏହି ହାଇଭୋଲ୍ଟେଜ ମ୍ୟାଚ ଦେଖିବା ପାଇଁ ପଡ଼ିଆରେ ପହଞ୍ଚିଛନ୍ତି ଦଳର ପୂର୍ବତନ କ୍ରିକେଟର ସଚିନ୍ ତେନ୍ଦୁଲକର । ମ୍ୟାଚ ପୂର୍ବରୁ ସେ କ୍ରିକେଟରମାନଙ୍କ ସହ ସାକ୍ଷାତ ମଧ୍ୟ କରିଛନ୍ତି । କିନ୍ତୁ ଏହାର କିଛି ସମୟ ପରେ ଦଳର ଷ୍ଟାର କ୍ରିକେଟର ବିରାଟ କୋହଲି ପଡ଼ିଆରୁ ବାହାରି ପାଭିଲିୟନକୁ ଚାଲିଯାଇଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । କିଛି ସମୟ ପାଇଁ ଭାରତୀୟ କ୍ରିକେଟ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କିନ୍ତୁ ବିରାଟଙ୍କ ନିଜର ଏକ ଭୁଲ ପାଇଁ ସେ ବାହାରକୁ ଯାଇଥିବା ଜାଣିବାକୁ ମିଳିଛି । ପାକିସ୍ତାନ ବିପକ୍ଷ ମ୍ୟାଚରେ ବିରାଟ ଭୁଲ ଜର୍ସି ପିନ୍ଧି ପଡ଼ିଆ ଭିତରକୁ ଚାଲି ଆସିଥିଲେ । ଭାରତର ବିଶ୍ୱକପ ଜର୍ସିରେ ତ୍ରିରଙ୍ଗାର ଷ୍ଟ୍ରିପ୍ କୁ ସ୍ଥାନ ଦିଆଯାଇଛି । କିନ୍ତୁ ବିରାଟ ଭୁଲବଶତଃ ଯେଉଁ ଜର୍ସି ପିନ୍ଧିଥିଲେ, ସେଥିରେ ତ୍ରିରଙ୍ଗା ବଦଳରେ ଧଳା ରଙ୍ଗର ଆଦିଦାସ ଷ୍ଟ୍ରିପ ରହିଥିଲା । ତେବେ ନିଜର ଏହି ଭୁଲକୁ ଦେକିବା ପରେ ବିରାଟ ସଙ୍ଗେ ସଙ୍ଗେ ପଡ଼ିଆ ବାହାରକୁ ଚାଲିଯାଇଛନ୍ତି ।

ଯିବା ପୂର୍ବରୁ କୋହଲି ତାଙ୍କ ଜର୍ସିର କାନ୍ଧରେ ଥିବା ପଟିକୁ ଦେଖାଇଥିଲେ । ପରେ ଡ୍ରେସିଙ୍ଗରୁମରେ ଠିକ୍ ଜର୍ସି ପିନ୍ଧି ପଡ଼ିଆକୁ ଫେରିଛନ୍ତି କିଙ୍ଗ କୋହଲି । ଏହି ମ୍ୟାଚରେ ସଚିନଙ୍କ ସହ ସାକ୍ଷାତ କରିବା ସମୟରେ ଏବଂ ଜାତୀୟ ସଙ୍ଗୀତ ଗାନ ସମୟରେ ମଧ୍ୟ ବିରାଟଙ୍କୁ ଏହି ଭୁଲ ଜର୍ସିରେ ଦେଖିବାକୁ ମିଳିଥିଲା । କିନ୍ତୁ ପରେ ବିରାଟ ଠିକ୍ ଜର୍ସି ପିନ୍ଧି ପଡ଼ିଆକୁ ଫେରିଛନ୍ତି । ଏହାର କିଛି ଫଯୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସମାନେ ଏହାକୁ ଖୁବ ପସନ୍ଦ କରିବା ସହ ଏହା ମନୋରଞ୍ଜନର ଖୁରାକ ଯୋଗାଇଛି ।

Get real time updates directly on you device, subscribe now.