fbpx

ସାରା ଅଲ୍ଲୀ ଖାନ୍ ନା ସାରା ତେନ୍ଦୁଲକର ? କାହାକୁ କରୁଛନ୍ତି ଡେଟ୍‌, ଜାଣନ୍ତୁ ଶୁବମନ ଗିଲ୍‌ଙ୍କ ଲଭ୍ ଲାଇଫ୍‌

ଭାରତ ପାକିସ୍ତାନ କ୍ରିକେଟ ମ୍ୟାଚ୍‌ରେ ଆଜି ଶୁବମନ ଗିଲ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବାକୁ ଯାଉଛନ୍ତି । କାରଣ ଡେଙ୍ଗୁରେ ପୀଡିତ ଥିବାରୁ ସେ ଆଇସିସି ୱାର୍ଲ୍ଡକପ୍‌ର ପୂର୍ବ ୨ ମ୍ୟାଚରୁ ବଞ୍ଚିତ ଥିଲେ । ଫ୍ୟାନ ଗିଲ୍‌ଙ୍କ ପରଫର୍ମାନ୍ସକୁ ନେଇ ଯେତିକି ଉତ୍ସାହିତ ତାଙ୍କ ଲଭ୍ ଲାଇଫ୍‌କୁ ନେଇ ବି ସେତିକି ଉତ୍ସାହିତ । ଫ୍ୟାନ୍ସ ଏବେ ଏହି ଦ୍ୱନ୍ଦ୍ୱରେ ଅଛନ୍ତି କି ଗିଲ୍ ସାରା ଅଲ୍ଲୀ ଖାନ୍‌ଙ୍କୁ ଡେଟ୍ କରୁଛନ୍ତି କି ସାରା ତେନ୍ଦୁଲକରଙ୍କୁ ଡେଟ୍ କରୁଛନ୍ତି । ସୁସ୍ଥ ହେବା ପରେ ମ୍ୟାଚ୍‌କୁ ଫେରିବାକୁ ନେଇ ସାରା ତେନ୍ଦୁଲକର ଖୁସି ବ୍ୟକ୍ତ କରିଥିବା ବେଳେ ଏହାକୁ ନେଇ ଫ୍ୟାନ୍ସ ଅନୁମାନ ଲଗାଇଛନ୍ତି କି ଗିଲ୍‌ଙ୍କର ଏହି ସାରାଙ୍କ ସହ ଚକ୍କର ଚାଲିଛି । କିନ୍ତୁ ସାରା ଅଲ୍ଲୀ ଖାନ୍‌ଙ୍କ ସହ ଶୁବମନଙ୍କୁ ଦେଖିଥିବା ଫ୍ୟାନ୍ସ ଏହାକୁ ନେଇ ସନ୍ତୁଷ୍ଟ ହୋଇପାରୁ ନାହାନ୍ତି ।

ଶୁବମନ ଓ ସାରା ତେନ୍ଦୁଲକର ପ୍ରାୟ ସମୟରେ ଇନଷ୍ଟାଗ୍ରାମରେ ଗୋଟିଏ ସ୍ଥାନରୁ ଫଟୋ ପୋଷ୍ଟ କରିଥାନ୍ତି ଯାହାକୁ ଦେଖି ସେମାନଙ୍କ ମଧ୍ୟରେ ଆଫେୟାରକୁ ନେଇ ଚର୍ଚ୍ଚା ହୋଇଥାଏ । ଏମାନେ ଇନଷ୍ଟାରେ ପରସ୍ପରର ପରିବାରର ସଦସ୍ୟଙ୍କୁ ବି ଫଲୋ କରିଥାନ୍ତି । ଏହାଦ୍ୱାରା ଏମାନଙ୍କ ମଧ୍ୟରେ ଡେଟିଂ ଚାଲିଥିବା ନେଇ ଚର୍ଚ୍ଚା ଜୋର ଧରିଥାଏ । କିନ୍ତୁ ଏହି ଚର୍ଚ୍ଚା ଉପରେ ସେତେବେଳେ ପୂର୍ଣ୍ଣଚ୍ଛେଦ ପଡିଥିଲା ଯେତେବେଳେ ଗିଲ୍‌ଙ୍କ ଏକ ପୋଷ୍ଟ ଭାଇରାଲ ହୋଇଥିଲା । ଏହି ପୋଷ୍ଟରେ ସେ ଲେଖିଥିଲେ ‘ଆଞ୍ଜେଲସଙ୍କ ପ୍ରେମରେ ପଡନ୍ତୁ ନାହିଁ ।’

ଶୁବମନଙ୍କୁ ସାରା ଅଲ୍ଲୀ ଖାନଙ୍କ ସହ ମଧ୍ୟ ସ୍ପଟ କରାଯାଇଥିଲା । ଉଭୟ ଲୁଚିିଛପି ପରସ୍ପରକୁ ଭେଟୁଥିଲେ ବୋଲି କୁହାଯାଉଥିଲା । ଏହାପରେ ଏମାନଙ୍କ ଆଫେୟାରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଚାଟ୍ ଶୋ’ରେ ଶୁବମନ ସାରା ଅଲ୍ଲୀ ଖାନଙ୍କ ସହ ଡେଟିଂକୁ ନେଇ ପ୍ରଶ୍ନର ଉତ୍ତରରେ ଯେତେବେଳେ କହିଥିଲେ, ‘ହଁ ବି ନା ବି’ ସେତେବେଳେ ଫ୍ୟାନ୍ସଙ୍କ ଦ୍ୱନ୍ଦ୍ୱ ଆହୁରି ବଢିଯାଇଥିଲା । କିନ୍ତୁ ଫ୍ୟାନ୍ସଙ୍କୁ ସେହି ସମୟରେ ଧକ୍କା ଲାଗିଥିଲା ଯେତେବେଳେ ଉଭୟଙ୍କ ବ୍ରେକଅପ୍ ଖବର ସୋସିଆଲ ମିଡିଆରେ ଛାଇ ଯାଇଥିଲା । ଉଭୟ ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କରି ଦେଇଥିଲେ । ଏବେ ବି ଫ୍ୟାନ୍ସ ଶୁବମନଙ୍କ ଲଭ ଲାଇଫକୁ ନେଇ ବଡ ଦ୍ୱନ୍ଦ୍ୱରେ ଅଛନ୍ତି ।

Get real time updates directly on you device, subscribe now.