fbpx

ବଡ଼ ସଫଳତା; ମାୟା ଜାଲ ବିଛାଉଥିବା ଲେଡୀ କୁଇନ୍ ମୁସ୍କାନ୍ ସହ ଧରା ପଡିଲେ ନିଶାଦିଆ ଲୁଟେରା ଗ୍ୟାଙ୍ଗ

ଓଡିଶା ଭାସ୍କର; କମିସନରେଟ ପୋଲିସ ହାତରେ ନିଶାଦିଆ ଲୁଟେରା ଗ୍ୟାଙ୍ଗ । ସବୁଦିନ ମାୟା ଜାଲ ବିଛାଉଥିବା ଲେଡୀ କୁଇନ୍ ମୁସ୍କାନ୍ ଓରଫ ସରିଫା ଖାତୁନ ଶେଷରେ ପୋଲିସ୍ ଜାଲରେ ଛନ୍ଦି ହୋଇପଡିଛି । ତେବେ ଏହି ଲେଡୀ କୁଇନଙ୍କ କାରନାମା ବିଷୟରେ ଆପଣ ଜାଣିଲେ ଚକିତ ହୋଇପଡିବେ । ଏହି ସୁନ୍ଦରୀ ଲେଡୀ କୁଇନ୍ ମୁସ୍କାନର ଅଧୀନରେ ଚାଲିଥିଲା ଲଣ୍ଡା ଗ୍ୟାଙ୍ଗ ।

ସୂଚନା ଅନୁଯାୟୀ, ଏହି ଗ୍ୟାଙ୍ଗର ଟାର୍ଗେଟରେ ରହିଥିଲେ ଛୁଟିରେ ଟ୍ରେନରେ ଆସୁଥିବା ଆର୍ମି ଯବାନ । ଯବାନମାନେ ଟ୍ରେନରୁ ଓହ୍ଲାଇବା ପରେ ମାୟାଜାଲ ବିଛାଇ ସେମାନଙ୍କୁ ନିଜର ସୁନ୍ଦରତାରେ ଆକର୍ଷିତ କରେ ମୁସ୍କାନ । ପରେ ଚା’ ପିଇବା କହି ସେଥିରେ ନିଶା ବଟିକା ଦେଇ ଅଚେତ୍ କରି ଦେଉଥିଲା । ତା’ପରେ ସେମାନଙ୍କୁ ଲୁଟିବା ପରେ ଷ୍ଟେସନ ନିକଟ କୌଣସି ଗଳିରେ ଫୋପାଡି ଦେଇ ଚାଲି ଯାଉଥିଲା ।

କେବଳ ଷ୍ଟେସନ ନୁହେଁ ବସଷ୍ଟାଣ୍ଡ ଭଳି ସ୍ଥାନରେ ସକ୍ରିୟ ଥିଲେ ଏହି ଲୁଟେରା ଗ୍ୟାଙ୍ଗ । ଲୁଟ ବେଳେ ଲେଡୀ କୁଇନ୍ ମୁସ୍କାନ୍ ସହ ସବୁବେଳେ ରହିଥାନ୍ତି ଗଞ୍ଜାମର କୁଖ୍ୟାତ ଲୁଟେରା ଲଣ୍ଡା ଓ ନୟାଗଡର ସାନ ଲଣ୍ଡା । ତେବେ ବର୍ତ୍ତମାନ ଏହି ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି ପୋଲିସ । ସମସ୍ତଙ୍କ ନାମରେ ଏକାଧିକ ଥାନାରେ ୧୦ରୁ ଅଧିକ ମାମଲା ରହିଥିବା ବେଳେ ଆଜି ପୋଲିସ ଜାଲରେ ସମସ୍ତେ ଛନ୍ଦି ହୋଇପଡିଛନ୍ତି । ଏମାନଙ୍କ ଠାରୁ ବିଭିନ୍ନ ନିଶା ବଟିକା, କ୍ଲୋରୋଫୋର କାର୍ବନ ଜବତ କରିବା ସହ ସମସ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ।

Get real time updates directly on you device, subscribe now.