fbpx

କାହିଁକି ପାଳନ କରାଯାଏ ନବରାତ୍ରୀ, ଜାଣନ୍ତୁ ଏହାର କାରଣ

ଓଡିଶା ଭାସ୍କର : ହିନ୍ଦୁ ଧର୍ମରେ ନବରାତ୍ରୀର ଉତ୍ସବ ବହୁତ ମହତ୍ତ୍ୱ ରଖିଥାଏ । ଏହି ନବରାତ୍ର ୯ ଦିନ ପାଳନ କରାଯାଏ । ଏହି ପୂଜା ସମ୍ପୂର୍ଣ୍ଣ ଭାବରେ ମା’ ଦୁର୍ଗାଙ୍କୁ ସମର୍ପଣ କରାଯାଇଥାଏ । ଚଳିତ ବର୍ଷ ୧୫ରୁ ଆରମ୍ଭ ହୋଇ ସାରିଛି ନବରାତ୍ର । ଏହାର ସମାପ୍ତୀ ୨୩ ଅକ୍ଟୋବରରେ ହେବ । ଏହାରି ମଧ୍ୟରେ କିଛି ଲୋକଙ୍କ ମନରେ ଏହା ପ୍ରଶ୍ନ ଉଠେ ଏହି ନବରାତ୍ରର ଆରମ୍ଭ କେବେ ଠାରୁ ହୋଇଛି । ତେବେ ଆସନ୍ତୁ ଜାଣିବା ନବରାତ୍ରୀ କାହିଁକି ପାଳନ କରାଯାଏ ।

ପ୍ରଥମ ମାନ୍ୟତା ଅନୁସାରେ ମହିଷାଶୁରର ନାମ ଏକ ଦାନବ ଥିଲା । ତାଙ୍କୁ ବ୍ରହ୍ମା ବରଦାର ଦେଇଥିଲେ, ତାଙ୍କୁ କୌଣସି ଦେବ, ଦାନବ ଏବଂ ପୃଥିବୀ ପୃଷ୍ଠରେ ରହୁଥିବା କୌଣସି ପ୍ରାଣୀ ତାଙ୍କୁ ମାରି ପାରିବେ ନାହିଁ । ବରଦାନ ପାଇ ଥିବାରୁ ମହିଷାଶୁରା ସାରା ପୃଥିବୀରେ ହାହାକାର ସୃଷ୍ଟି କରିଥିଲା । ସୃଷ୍ଟିର ଉଦ୍ଧାର କରିବା ପାଇଁ ଏବଂ ମହିଷାଶୁରର ସଂହାର କରିବା ପାଇଁ ମା ଦୁର୍ଗା ଦେବୀଙ୍କୁ ଜନ୍ମ ନେବାକୁ ପଡିଲା । ଆଶ୍ୱିନ ମାସର ଶୁକ୍ଳ ପକ୍ଷର ପ୍ରତିପଦା ତିଥିରୁ ଆରମ୍ଭ କରି ୯ ଦିନ ପର୍ଯ୍ୟନ୍ତ ମା ଦୁର୍ଗା ଦେବୀ ଏବଂ ମହିଷାଶୁର ମଧ୍ୟରେ ଭୟାନକ ଯୁଦ୍ଧ ଚାଲିଲା । ଏବଂ ୧୦ମ ଦିନ ମା ଦୁର୍ଗା ଦେବୀ ତାଙ୍କୁ ବଦ୍ଧ କରିଥିଲେ । ଏହା ପରେ ମା’ ଦୁର୍ଗା ଦେବୀଙ୍କୁ ମହିଷାମର୍ଦ୍ଧିନି ମଧ୍ୟ କୁହାଯାଏ । ଏହା ପରେ ଆଶ୍ୱିନ ମାସର ଶୁକ୍ଳ ପକ୍ଷର ପ୍ରତିପଦା ତିଥିରୁ ୯ ଦିନ ପର୍ଯ୍ୟନ୍ତ ନବରାତ୍ର ପାଳନ କରାଗଲା ।

ଅନ୍ୟ ମାନ୍ୟତା ଅନୁସାରେ ଯେଉଁ ଦିନ ମା’ ଦୁର୍ଗା ଦେବୀ ମହିଷାଶୁରର ହତ୍ୟା କରିଥିଲେ, ସେହି ଦିନ ତ୍ରେତୟା ଯୁଗରେ ଭଗବାନ ରାମ ରାବଣର ସଂହାର କରିଥିଲେ । ରାମ ରାବଣଙ୍କୁ ମାରିବା ପାଇଁ ମା ଦୁର୍ଗା ଦେବୀଙ୍କ ଆରାଧନା କରିଥିଲେ । ଶ୍ରୀ ରାମ ମା ଦୁର୍ଗାଙ୍କ ଆରାଧନା ରାମେଶ୍ୱରରେ ୯ ଦିନ କରିଥିଲେ । ଶ୍ରୀ ରାମଙ୍କ ଆରାଧନାରେ ମା ଦୁର୍ଗା ପ୍ରଶନ୍ନ ହୋଇଥିଲେ ଏହା ପରେ ମା ଦୁର୍ଗା ରାମଙ୍କୁ ଯୁଦ୍ଧ ଜିତି ବାକୁ ବରଦାନ ଦେଇଥିଲେ । ଏହା ପରେ ରାମ ଭଗବାନ ଏବଂ ରାବଣ ମଧ୍ୟରେ ଯୁଦ୍ଧ ହୋଇଥିଲା । ସେଥିରେ ଭଗବାନ ରାମ ରାବଣର ସଂହାର କରିଥିଲେ ।ସେହି ଦିନ ଅଶ୍ୱିନୀ ମାସ ଶୁକ୍ଳ ପକ୍ଷ ଦଶମୀ ଥିଲା । ତେବେ ଭଗବାନ ରାମ ଦଶମୀ ତିଥିରେ ରାବଣର ବଦ୍ଧ କରି ଥିଲେ ଯାହା ଫଳରେ ସେହି ଦିନକୁ ବିଜୟା ଦଶମୀ ଭାବରେ ପାଳନ କରାଯାଏ ।

Get real time updates directly on you device, subscribe now.