fbpx

ଆଜିଠୁ ଶମିଳିପାଳ ଅଭୟାରଣ୍ୟରେ ବାଘ ଗଣନା

ବାରିପଦା: (ଓଡ଼ିଶା ଭାସ୍କର) ଆଜିଠାରୁ ଶିମିଳିପାଳରେ ଆରମ୍ଭ ହେବାକୁ ଯାଉଛି ବାଘ ଗଣନା । ଉତ୍ତର ଶିମିଳିପାଳ ଓ ଦକ୍ଷିଣ ଶିମିଳିପାଳ ସହ ବାରିପଦା, ରାଇରଙ୍ଗପୁର ଏବଂ କରଞ୍ଜିଆ ସବଡିଭିଜନର ସାତକୋଶିଆ, ବିଶୋଇ ଓ କପ୍ତିପଦା ଆଦି ଅଞ୍ଚଳରେ ମଧ୍ୟ ବାଘ ଗଣନା କରାଯିବ। ତିନୋଟି ପର୍ଯ୍ୟାୟରେ ହେବ ବାଘ ଗଣନା । ଏନେଇ ନିୟୋଜିତ ହେବେ ୭୦୦ କର୍ମଚାରୀ । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସାଇନସର୍ଭେ, ୨୫ ରୁ ୨୮ ତାରିଖ ଯାଏଁ ଲାଇନ ଟ୍ରାନଜେଟ ଏବଂ ୧ରୁ ୨୫ ନଭେମ୍ବର ଯାଏଁ କ୍ୟାମେରା ଟ୍ରାପିଙ୍ଗ ମାଧ୍ୟମରେ ବାଘ ଗଣନା କରାଯିବା ନେଇ ଶିମିଳିପାଳ ଉପ ନିର୍ଦ୍ଦେଶକଙ୍କ ସୂଚନା । ତେବେ ଏହି ସର୍ଭେ ମାଧ୍ୟମରେ ଜଙ୍ଗଲରେ ଥିବା ପାଦଚଲା ରାସ୍ତା ଓ ବନ୍ୟଜନ୍ତୁଙ୍କର ଯିବା ଆସିବାର ବାଟ ଉପରେ ନଜର ରଖିବେ ବନ କର୍ମଚାରୀ । ବାଘର ରାମ୍ପୁଡା ଦାଗ, ପାଦ ଚିହ୍ନ, ମଳ ଓ କେଉଁରାସ୍ତାରେ କେଉଁ ବନ୍ୟଜନ୍ତୁ ଯାଆସ କରୁଛି ସେସବୁର ମଧ୍ୟ ତଥ୍ୟ ସଂଗ୍ରହ କରିବେ ବନ କର୍ମଚାରୀ ।

Get real time updates directly on you device, subscribe now.