fbpx

୫ଟି ସ୍ମାର୍ଟ ସ୍କୁଲ୍ ନିର୍ମାଣ କାର୍ଯ୍ୟରେ ଠକେଇ; ଭୁଷୁଡିଲା ହାଇସ୍କୁଲ କାନ୍ଥ

କୋମଳମତି ଶିଶୁଙ୍କ ଜୀବନ ସହ ଖେଳିବାକୁ କିଏ ଦେଲା ଅନୁମତି ?

ଗଁଦିଆ: (ଓଡ଼ିଶା ଭାସ୍କର) ୫ଟି ସ୍ମାର୍ଟ ସ୍କୁଲ୍ ନିର୍ମାଣ କାର୍ଯ୍ୟରେ ଠକେଇ । ଭୁଷୁଡିଲା ଫାଇଭଟି ଅଧିନରେ ଚାଲିଥିବା ସୁଦର୍ଶନ ବିଦ୍ୟା ଭବନ ହାଇସ୍କୁଲ କାନ୍ଥ । କୋମଳମତି ଶିଶୁଙ୍କ ଜୀବନ ସହ ଖେଳିବାକୁ କିଏ ଦେଲା ଅନୁମତି? କାହିଁକି ଖେଳା ଯାଉଛି ଶିଶୁଙ୍କ ଜୀବନ ସହ? ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କାବେରା ପଂଚାୟତ ଚିରୁଳେଇ ଗ୍ରାମରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଲକ୍ଷ ଲକ୍ଷ ଟଙ୍କା ଚଳୁ କରିବା ପାଇଁ ସମ୍ପୃକ୍ତ ଠିକାଦାର ଯନ୍ତ୍ରୀ ଏଭଳି କାମ କରିଥିବା ଅନୁମାନ କରାଯାଉଛି । ସ୍କୁଲରେ ଅନେକ ନୂତନ ଘର ରହିଥିବା ବେଳେ ଏହି ପୁରୁଣା କାନ୍ଥ ଉପରେ କାହିଁକି ଛାତ ପକାଗଲା ତାହା ଏବେ ସବୁଠୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୁଚନା ଅଛିକି ସ୍କୁଲର ପୁରୁଣା କାନ୍ଥରେ ପାଞ୍ଚ ଦିନ ତଳେ ଏହି ନୂଆ କରି ଛାତ ପକା ଯାଇଥିଲା । ଆଉ ଏବେ କାନ୍ଥ ଭୁସୁଡି ପଡିଛି ।

୫ଟି ମାଧ୍ୟମରେ ସ୍କୁଲ ଗୁଡିକର ରୁପାନ୍ତରୀକରଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ନିମ୍ନମାନର କାମ କରି ଠିକାଦାର ତଥା ଯନ୍ତ୍ରୀ କିଭଳି ମାଲେମାଲ ହେଉଛନ୍ତି ତାହାର ଜ୍ୱଳନ୍ତ ଉଦାହରଣ ପାଲଟିଛି ଏହି ଗଂଦିଆ ବ୍ଲକ ଚିରୁଳେଇ ଗ୍ରାମର ସୁଦର୍ଶନ ବିଦ୍ୟା ଭବନ ସ୍କୁଲ । ତେଣୁ ତୁରନ୍ତ ଏହି ଘଟଣାର ସଠିକ ତଦନ୍ତ କରି ଠିକାଦାର ତଥା ଯନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ । ଏପଟେ ଚର୍ଚ୍ଚା ହେଉଛି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଅନୁଦାନ ଦେଇଥିଲେ ବି ବ୍ଲକରେ ନିଯୁକ୍ତ ଯନ୍ତ୍ରୀ ମାନଙ୍କର ଦୁର୍ନୀତି ଖୋର୍ ମନୋବୃତି ପାଇଁ ଏହି ଯୋଜନା ଲୋକହସାରେ ପରିଣତ ହୋଇଛି । ସରକାରୀ ଟଙ୍କାକୁ ହରିଲୁଟ କରିବା ପାଇଁ ସ୍ମାର୍ଟ୍ ଯୋଜନା ଚାଲିଥିବାର ମଧ୍ୟ ଗୁରୁତର ଅଭିଯୋଗ ହୋଇଛି । ଦେଖିବାକୁ ବାକି ରହିଲା ନୂତନ କରି ଆସିଥିବା ବିଡିଓ ପବିତ୍ର ବେହେରା ଏହା ଉପରେ କ’ଣ ପଦକ୍ଷେପ ନେଉଛନ୍ତି ?

Get real time updates directly on you device, subscribe now.