fbpx

ଭବିଷ୍ୟତ କହୁଛି ବିଲେଇ! ମୃତ୍ୟୁର ସମୟ ବି କରୁଛି ପୂର୍ବାନୁମାନ: ସବୁ କଥା ହେଉଛି ସତ…

ନୂଆଦିଲ୍ଲୀ: କାହାର ଆୟୁଷ କେତେ । କାହାର ହେବ ମୃତ୍ୟୁ । ଏସବୁ ର ପୂର୍ବାନୁମାନ କରିପାରୁଛି ଗୋଟେ ବିଲେଇ । ଯାହା କହୁଛି ସେସବୁ ସାଙ୍ଗେ ସାଙ୍ଗେ ସତ ହେଇଯାଉଛି । ଆପଣ ଏହା ଶୁଣିବା ପରେ ହୁଏତ ବିଶ୍ୱାସ ନକରିପାରନ୍ତି । ହେଲେ ଏସବୁ ସମ୍ପୂର୍ଣ୍ଣ ସତ । ଏ ପୋଷା ବିଲେଇ ଏବେ ସମସ୍ତଙ୍କ ଭାଗ୍ୟ ଭବିଷ୍ୟ କହୁଛି । ଯେଉଁ ବ୍ୟକ୍ତିଙ୍କୁ ବିଲେଇ ଯାହା ବି କହୁଛି, ତାହା କିଛି ଦିନ ଭିତରେ ସମ୍ପୂର୍ଣ୍ଣ ସତ ହେଉଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ଜୀବଜନ୍ତୁ ମାନେ ମଣିଷ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାନ୍ତି । ସର୍ବଦା ମାଲିକକୁ ଖୁସି କରିବାରେ ଲାଗି ପଡନ୍ତି । ସେମାନଙ୍କ ପାଖରେ ରହିଥାଏ ବିଶେଷ ଗୁଣ । ଯାହା ଆଜି ଏହି ବିଲେଇ ପାଖରେ ଦେଖାଦେଉଛି । ଆଗକୁ କଣ ଘଟିବାକୁ ଯାଉଛି ତାହା ଏ ବିଲେଇ ପୂର୍ବାନୁମାନ କରିପାରୁଛି । ଆଜି ବିଲେଇ ଅଦ୍ଭୁତ ଆଶ୍ଚର୍ଯ୍ୟକର ଗୁଣ ଆଜି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି । ବିଲେଇର ନାଁ ହେଉଛି ଓସ୍କାର । ତାକୁ ଛଅ ମାସ ହୋଇଥିବା ବେଳେ ଆମେରିକାର ଏକ ନର୍ସିଂ ହୋମ୍ ରେ ତାକୁ ପୋଷ୍ୟ ଭାବେ ଗ୍ରହଣ କରି ତାହାର ଲାଳନ ପାଳନ କରିଥିଲେ । ହେଲେ ସେହି ବିଲେଇ କୌଣସି ସାଧାରଣ ବିଲେଇ ନଥିଲା । ନର୍ସିଂ ହୋମ୍ ର କର୍ମଚାରୀମାନେ ତା ଠାରେ କିଛି ଅଜବ ଗୁଣ ଦେଖିବାକୁ ପାଇଥିଲେ । ରୋଗୀର ମୃତ୍ୟୁର ପୂର୍ବାନୁମାନ କରିବାର କ୍ଷମତା ତାହାର ଥିଲା ।

ଓସ୍କାର ଏକୁଟିଆ ରହିବାକୁ ଭଲ ପାଉଥିଲା, ଏବଂ ବେଳେ ବେଳେ କାହାର ଶଯ୍ୟା ଉପରକୁ ଯାଉଥିଲା । ତେବେ ଆଶ୍ଚର୍ଯ୍ୟର କଥା, ସେ ଯେଉଁ ରୋଗୀଙ୍କ କୋଳକୁ ଡେଇଁ ଯାଉଥିଲା, ତାହାର କିଛି ଘଣ୍ଟା ପରେ ତାଙ୍କର ମୃତ୍ୟୁ ଘଟିଥିଲା । ପ୍ରଥମେ ପ୍ରଥମେ ଡାକ୍ତରମାନେ ତାହା ଲକ୍ଷ୍ୟକରିନଥିଲେ କି କର୍ମଚାରୀ ମାନେ ମଧ୍ୟ ଏବାବଦରେ ଧ୍ୟାନ ଦେଇନଥିଲେ । ଥରେ ଜଣେ ରୋଗୀର ମୃତ୍ୟୁ ପ୍ରାୟ ଆସନ୍ନ ହୋଇଥିବା ବେଳେ ଓସ୍କାର ତାଙ୍କ ପାଖକୁ ଯିବ ବୋଲି ସମସ୍ତେ ଅନୁମାନ କରୁଥିଲେ । ମାତ୍ର ସେ ସଂପୃକ୍ତ ରୋଗୀ ପାଖକୁ ନ ଯାଇ ସମ୍ମୁଖ ଶଯ୍ୟାର ଅନ୍ୟ ଜଣେ ସୁସ୍ଥ ରୋଗୀ କୋଳକୁ ଯାଇଥିଲା । କୌଣସି କାରଣରୁ କିଛି ସମୟ ପରେ ସେହି ରୋଗୀଜଣକ ମଧ୍ୟ ମୃତ୍ୟୁବରଣ କରିଥିଲେ । ହେଲେ ସେହି ଆସନ୍ନ ମୃତ୍ୟୁ ରୋଗୀଟି ସୁସ୍ଥ ହୋଇଯାଇଥିଲେ । ଏ ବାବଦରେ ଗବେଷକ ମାନେ କହିଛନ୍ତି ଯେ ମଣିଷର ମୃତ୍ୟୁ ପୂର୍ବରୁ ଜୀବକୋଷ ଗୁଡିକରୁ ନିର୍ଗତ ଜୈବ ରାସାୟନିକ ପଦାର୍ଥର ଗନ୍ଧକୁ ଓସ୍କାର ଅନୁମାନ କରିପାରୁଥିଲା । ଫଳରେ ସେ ମୃତ୍ୟୁମୁଖୀ ରୋଗୀ ପାଖକୁ ଯାଉଥିଲା । ଓସ୍କାର ନିଜ ଜୀବନକାଳ ମଧ୍ୟରେ ଶତାଧୀକ ରୋଗୀଙ୍କ ମୃତ୍ୟୁର ପୂର୍ବାନୁମାନ କରିଥିଲା ।

Get real time updates directly on you device, subscribe now.