ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଗୁରୁବାର ୮୮ ଜଣ ପ୍ରାର୍ଥୀଙ୍କ ଦ୍ୱିତୀୟ ଲିଷ୍ଟ ଜାରି କରିଛି । ଏଥିରେ ୮୫ ଜଣ ପ୍ରାର୍ଥୀ ଘୋଷଣା ହୋଇଥିବାବେଳେ ତିନିଟି ଆସନରେ ପ୍ରାର୍ଥୀଙ୍କୁ ରିପ୍ଲେସ୍ କରାଯାଇଛି । ଦାଟିଆରୁ ଅବୱେଶ ନାୟକଙ୍କ ସ୍ଥାନରେ ରାଜେନ୍ଦ୍ର ଭାରତୀ, ପିଛୋରରୁ ଶୈଲେନ୍ଦ୍ର ସିଂଙ୍କ ସ୍ଥାନରେ ଅରବିନ୍ଦ ସିଂ ଲୋଧି ଏବଂ ଗୋଟେଗାଓଁରୁ ଶେଖର ଚୌଧୁରୀଙ୍କ ସ୍ଥାନରେ ଏବେ ଥିବା ବିଧାୟକ ଏନପି ପ୍ରଜାପତିଙ୍କୁ ଟିକେଟ ଦିଆଯାଇଛି ।
ଏହାପୂର୍ବରୁ ନବରାତ୍ରୀର ପ୍ରଥମ ଦିନରେ କଂଗ୍ରେସ ୧୪୪ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଥିଲା । ତେବେ ମଧ୍ୟପ୍ରଦେଶରେ ୧୭ ନଭେମ୍ବରରେ ମତଦାନ ହେଉଛି । ଡିସେମ୍ବର ୩ ରେ ଫଳାଫଳ ଆସିବ ।
Congress has announced the second list of candidates for elections to the Legislative Assembly of Madhya Pradesh.
85 candidates have been announced and 3 candidates have been replaced. pic.twitter.com/hCKkBHgEpb
— ANI (@ANI) October 19, 2023
କଂଗ୍ରେସ ପୂର୍ବରୁ ସମାଜବାଦୀ ପାର୍ଟି ୨୨ ଜଣ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ସପା ଏହାର ୩୧ ଜଣ ପ୍ରାର୍ଥୀ ଘୋଷଣା କରିଛନ୍ତି । ନିୱାଡିର ପୃଥୀପୁରରୁ ଏସପି ଶିବାଙ୍ଗୀ ଯାଦବଙ୍କୁ ପ୍ରାର୍ଥୀ କରାଯାଇଛି । ସପାର ପ୍ରଥମ ତାଲିକାରେ ତାଙ୍କ ମା ଏବଂ ପୂର୍ବତନ ବିଧାୟକ ମିରା ଯାଦବଙ୍କ ନାମ ରହିଛି, ଯିଏକି ନିୱାଡିରୁ ମଇଦାନକୁ ଓହ୍ଲାଇଛନ୍ତି । ନରେଲାରୁ ଶ୍ୟାମସୁଲ ହାସନ, ଭୋପାଳ ସେଣ୍ଟ୍ରାଲରୁ ଶାମା ତନବୀର ଏବଂ ହୁଜୁରର ରାହୁଲ ମାରାନ (ରାୱତ) ପ୍ରାର୍ଥୀ ହୋଇଛନ୍ତି । ଏହି ତିନୋଟି ସିଟ୍ ଭୋପାଳ ଜିଲ୍ଲାରେ ରହିଛି ।