fbpx

କାଲିଠାରୁ ମିଳିବ ବୁଲେଟ ଟ୍ରେନର ସୁବିଧା, ଜାଣନ୍ତୁ Rapid Railରେ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ : ରା଼ପୀଡ଼ ଏକ୍ସର ଉଦଘାଟନ ପରେ ସାଧାରଣ ଲୋକମାନଙ୍କ ପାଇଁ ଏହା ୨୧ ଅକ୍ଟୋବର ସକାଳ ୬ ଟାରୁ ରାତି ୧୧ ଟା ପର୍ଯ୍ୟନ୍ତ ହେବ । ୧୬୦ କିଲୋମିଟର ପ୍ରତିଘଣ୍ଟା ସ୍ପିଡରେ ଚାଲୁଥିବା ଏହି ଟ୍ରେନ ପ୍ରତି ୧୫ ମିନିଟରେ ଉପଲବ୍ଧ ହେବ । ଏହା ସାହିବାବାଦ, ଗାଜିଆବାଦ, ଗୁଲଧର, ଦୁହାଇ ଏବଂ ଡିପୋ ଷ୍ଟେସନରେ ଚାଲିବ । ଉଦଘାଟନର ଗୋଟିଏ ଦିନ ପରେ ଲୋକମାନେ ଏହାର ଲାଭ ଉଠାଇ ପାରିବେ । ଆରାମଦାୟକ ଏବଂ ଅତ୍ୟଧିକ ସ୍ପିଡର ମଜା ଉଠାଇ ପାରିବେ । ଦିଲ୍ଲୀରୁ ମେରଠ ୨୦୨୫ ପର୍ଯ୍ୟନ୍ତ କରିଡୋର ନିର୍ମାଣ ହେବ । ଏହା ପରେ ପରିଚାଳନା ଆରମ୍ଭ ହେବ ।
ଟିକେଟ କିପରି ପାଇବେ :
. ୟୁପିଆଇ ଏବଂ ଟିଭିଏମରୁ ଟିକେଟ ନେଇ ପାରିବେ ।
. ଟିକେଟ ବେଡିଙ୍ଗ ମେସିନ କିମ୍ବା ଷ୍ଟେସନ କାଉଣ୍ଟରରେ ଟିକେଟ କିଣି ପାରିବେ । ପେପର କ୍ୟୁଆର ଏବଂ ନ୍ୟାସନାଲ କମନ ମୋବିଲିଟି କାର୍ଡକୁ ରିଚାର୍ଯ୍ୟ କରିବା ପାଇଁୟୁନିଫାଇଡ ପେମେଟସ ଟିକେଟ ବେଡିଙ୍ଗ ମେସିନ ଲଗା ଯାଇଛି । ଯାତ୍ରୀ ଟିଭିଏମରୁ ଟିକେଟ କିଣିବା ପାଇଁ ନ୍ୟାସନାଲ କମନ ମୋବିଲିଟି କାର୍ଡ ଏବଂ ୟୁପିଆଇର ବ୍ୟବହାର କରି ପାରିବେ ।
. ସାମାନ୍ୟ କୋଚରେ ସାହିବାବାଦ ସେ ଦୁହାଇ ଡିପୋ ପର୍ଯ୍ୟନ୍ତ ଭଡା ୫୦ ଟଙ୍କା, ପ୍ରିମିୟମ କୋଚର ଭଡା ୧୦୦ ଟଙ୍କା ।
. ଏହି ଟ୍ରେନକୁ ଅଧିକାଂଶ ମହିଳା ଚଲାଇବେ ।
. ସାହିବାବାଦ ଷ୍ଟେସନରେ ଯୁବତୀ କଷ୍ଟ୍ରୋଲରେ ରହିଛନ୍ତି ।
. ଏଥିରେ ୬୦ ପ୍ରତିଶତ ମହିଳା କାମ କରୁଛନ୍ତି ।
. ଏଥିରେ ବିଜନେସ କ୍ଲାସ କୋଚରେ ଖାଇବା ସୁବିଧା ଅଛି, ଏଥିରେ ଆରାମଦାୟକ ସିଟ ଅଛି ।
. ବିଜନେସକ୍ଲାସ କୋଚରେ ପ୍ରବେଶ କରିବା ପାଇଁ ପ୍ଲାଟଫର୍ମରେ ଏକ ବିଶେଷ ଲାଉଞ୍ଜ ଅଛି ।
. ଦିବ୍ୟାଙ୍ଗ ଲୋକମାନଙ୍କ ପାଇଁ ହ୍ୱୁଇଲ ଚ୍ୟାୟାର ବ୍ୟବସ୍ଥା ରହିଛି ।
. ମହିଳାଙ୍କ ପାଇଁ ଏକ କୋଚ ସଂରକ୍ଷିତ ।
. ମହିଳାଙ୍କ ପାଇଁ ଅନ୍ୟ କୋଚରେ ମଧ୍ୟ ସିଟ ରହିଛି ।
. ଦିବ୍ୟାଙ୍ଗ ମାନଙ୍କ ପାଇଁ ଲିଫ୍ଟ ଏବଂ ସ୍ୱଂୟ ଚାଳିତ ସିଢି ମଧ୍ୟ ରହିଛି ।
. ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ୮ ମାର୍ଚ୍ଚ ୨୦୧୯ ରେ ଏହି ଯୋଜନାର ଶିଳାନ୍ୟାସ କରିଥିଲେ । ୨୦୨୨ ଡିସେମ୍ବରରେ ଏହାର ପ୍ରଥମ ଭାଗ ନିର୍ମାଣ ହୋଇଥିଲା  ।
. ୨୦୨୩ ଜାନୁୟାରୀରେ ଏହା ଉପରେ ଟ୍ରାଏଲ ଚାଲୁଥିଲା । ଦିଲ୍ଲୀ ମେରଠ ପର୍ଯ୍ୟନ୍ତ ଏହି ପରି ଯୋଜନା ୮୨ କିଲୋମିଟର ।
. ପ୍ରତ୍ୟେକଟି ଟ୍ରେନରେ ୬ ଟି ବଗିଥାଏ ।
. ଟ୍ରେନରେ ବସି ଏବଂ ଠିଆ ହୋଇ ୧୭୦୦ ଯାତ୍ରୀ ଯାତ୍ରା କରିପାରିବେ ।
. ପ୍ରତି କୋଚରେ ୭୨ ସିଟ ଥାଏ,ପ୍ରିମିୟମ କୋଚରେ ୬୨ ସିଟ ଥାଏ ।

Get real time updates directly on you device, subscribe now.