ଇଷ୍ଟର୍ଣ୍ଣ ରେଲୱେରେ ୩୧୦୦ ପଦରେ ଦିଆଯିବ ନିଯୁକ୍ତି: ଆସନ୍ତାକାଲି ଆବେଦନର ଅନ୍ତିମ ତାରିଖ

ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଇଷ୍ଟର୍ଣ୍ଣ ରେଲୱେ ପକ୍ଷରୁ ଆସିଛି ଏକ ବଡ଼ ନିଯୁକ୍ତି ସୁଯୋଗ । ୩୧୧୫ଟି ଆପ୍ରେଣ୍ଟିସ ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଗତ ମାସ ୨୭ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଅନ୍ତିମ ତାରିଖ ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ବିବରଣୀ ପାଇ ପାରିବେ ।

ପ୍ରାର୍ଥୀଙ୍କୁ ଏଥିପାଇଁ ୧୦୦ ଟଙ୍କାର ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ପେମେଣ୍ଟ ଡେବିଟ କାର୍ଡ/ କ୍ରେଡିଟ କାର୍ଡ / ଇଣ୍ଟରନେଟ ବ୍ୟାଙ୍କିଂ ଜରିଆରେ ଗ୍ରହଣ କରାଯିବ । ୨୦୨୦ ମସିହା ମାର୍ଚ୍ଚ ମାସ ୧୩ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୧୫ରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଅନ୍ୟ ପଛୁଆ ବର୍ଗ (ଓବିସି) ଓ ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ କ୍ଷେତ୍ରରେ ନିୟମ ଅନୁଯାୟୀ ବୟସ କୋହଳ କରାଯିବ ।

ପ୍ରାର୍ଥୀ ଦଶମ କିମ୍ବା ଏହାର ସମତୁଲ୍ୟ ପରୀକ୍ଷାରେ (ଯୁକ୍ତଦୁଇ ପରୀକ୍ଷା ବ୍ୟବସ୍ଥା ଅଧିନରେ) ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ରଖି ପାସ୍ କରିଥିବେ । ଏଥିସହିତ ପ୍ରାର୍ଥୀ ଏନସିଭିଟି / ଏସସିଭିଟି ଦ୍ୱାରା ପ୍ରାସଙ୍ଗିକ ବିଭାଗରେ ନ୍ୟାସନାଲ ଟ୍ରେଡ ସାର୍ଟିଫିକେଟ ହାସଲ କରିଥିବେ । ମୋଟ ୭ଟି ଡିଭିଜନ ଓ ୱାର୍କଶପରେ ପଦ ସଂଖ୍ୟା ଭିନ୍ନ ଭିନ୍ନ ରହିଛି ।

ଅନଲାଇନ୍ ଆବେଦନ ଲିଙ୍କ: https://rrcrecruit.co.in/eraprt2324live01rrc/

ନୋଟିଫିକେସନ ଲିଙ୍କ: https://139.99.53.236:8443/rrcer/Notification%20for%20Engagement%20of%20Act%20Apprentices%20for%20Training%20Slots%20in%20Eastern%20Railway%20Units%20for%202023-24.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://139.99.53.236:8443/rrcer/