fbpx

ରାସ୍ତା କଡ଼ କୁକୁରକୁ ପୋଷ୍ୟ ଭାବେ ଗ୍ରହଣ କରି ନେଦରଲାଣ୍ଡ ନେଲେ ମହିଳା

ଓଡ଼ିଶା ଭାସ୍କର: ଉତ୍ତରପ୍ରଦେଶର ବାରଣାସୀରେ ରାସ୍ତା କଡ଼ରୁ ପାଇଥିବା ଏକ କୁକୁରକୁ ନିଜ ଦେଶକୁ ନେଲେ ପର୍ଯ୍ୟଟନ ଭିସାରେ ଭାରତ ଆସିଥିବା ଜଣେ ବିଦେଶୀ ମହିଳା । ଆମଷ୍ଟରଡାମର ବାସିନ୍ଦା ମେରାଲ ବୋଣ୍ଟେନବେଲ ଜୟା ନାମକ କୁକୁରକୁ ନିଜ ଦେଶକୁ ନେଇ ଚର୍ଚ୍ଚାରେ । ଖବର ଅନୁସାରେ ସେ ସେହି କୁକୁରକୁ ବିମାନରେ ନେବା ପାଇଁ ଆବଶ୍ୟକୀୟ କାଗଜପତ୍ର ମଧ୍ୟ ବନାଇ ଥିଲେ । ବଣ୍ଟେନବେଲ ବାରାଣାସୀର ରାସ୍ତାରେ ବୁଲୁଥିବା ବେଳେ ଜୟାକୁ ଭେଟିଥିଲେ। ତେବେ ସେ କହିଛନ୍ତି “ମୁଁ ବାରାଣସୀ ଯାତ୍ରା କରିଥିଲି କାରଣ ମୁଁ ସହର ବୁଲିବାକୁ ଚାହୁଁଥିଲି । ମୁଁ ମୋର ସହଯାତ୍ରୀଙ୍କ ସହ ଆନନ୍ଦରେ ବୁଲୁଥିବା ବେଳେ ଜୟା ଆମ ପାଖକୁ ଚାଲିଆସିଲା ।

ସେ ବହୁତ ଭଲ ଲାଗି ଥିଲା, ଏବଂ ମୁଁ ତା ସ୍ନେହଁ ପ୍ରେମରେ ପଡ଼ିଯାଇଥିଲି । ମୁଁ ତାକୁ କୋଳେଇ ନେଲି ଏବଂ ସେ ଏହା ପରେ ଆମ ସହିତ ଆସିବାକୁ ଲାଗିଲା । ସେ ଆମ ପଛେ ପଛେ ଆସିବାକୁ ଲାଗିଲା । ତା’ପରେ ଦିନେ ରାସ୍ତାରେ ତାକୁ ଅନ୍ୟ ଏକ କୁକୁର ଆକ୍ରମଣ କରିଥିଲା ବୋଲି ବୋଣ୍ଟେନବେଲ୍ କହିଛନ୍ତି। ବୋଣ୍ଟେନବେଲ ପ୍ରଥମେ ଜୟାକୁ ଏକ ସୁରକ୍ଷିତ ଏବଂ ଯତ୍ନଶୀଳ ପରିବେଶ ପ୍ରଦାନ କରିବାକୁ ଚାହୁଁଥିଲେ, କିନ୍ତୁ ରାସ୍ତାର କୁକୁର ପ୍ରତି ତାଙ୍କର ସ୍ନେହ ଅଧିକ ହୋଇଥିଲା । ଜୟାଙ୍କୁ ନେଦରଲ୍ୟାଣ୍ଡକୁ ଆଣିବା ପାଇଁ ସଂକଳ୍ପବଦ୍ଧ ବୋଣ୍ଟେନବେଲଙ୍କୁ ଜୟାର ପାସପୋର୍ଟ ଏବଂ ଭିସା ପାଇଁ ଆବଶ୍ୟକ କାଗଜପତ୍ର କାମ କରିବା ପାଇଁ ତାଙ୍କୁ ୬ ମାସ ପାଇଁ ଭାରତରେ ରହିବାକୁ ପଡିଥିଲା ।

Get real time updates directly on you device, subscribe now.