fbpx

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା; ଅରବିନ୍ଦ କେଜ୍ରିୱାଲଙ୍କୁ ନୋଟିସ୍ ଜାରି କଲା ଇଡି

Advertisement

ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) ଅରବିନ୍ଦ କେଜ୍ରିୱାଲଙ୍କୁ ନୋଟିସ୍ ଜାରି କଲା ଇଡି ନଭେମ୍ବର ୨ତାରିଖରେ ପଚରାଉଚରା ପାଇଁ ଡକିଛି ଇଡି । ଦିଲ୍ଲୀ ଅବକାରୀ ଦୁର୍ନୀତି  ମାମଲାରେ ପଚରାଉଚରା ପାଇଁ ନୋଟିସ୍ ଦିଆଯାଇଛି । ଏହା ପୂର୍ବରୁ ଏପ୍ରିଲମାସରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଙ୍କୁ ପଚରାଉଚରା ପାଇଁ ଡକାଇଥିଲା ସିବିଆଇ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟି ସରକାରର ପୂର୍ବତନ ଡେପୁଟି ସିଏମ୍ ମନୀଷ ସିସୋଦିଆ ସୋମବାର ଜାମିନ ପାଇଁ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ସୁପ୍ରିମ୍ କୋର୍ଟ ତାଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ। ବର୍ତ୍ତମାନ ଏହି ମାମଲାରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପଚରାଉଚରା ପାଇଁ ନୋଟିସ୍ ପଠାଯାଇଛି।

ଏହା ପୂର୍ବରୁ ସିବିଆଇ ଏପ୍ରିଲମାସରେ ମୁଖ୍ୟମନ୍ତ୍ରୀଙ୍କୁ ପଚରାଉଚରା ପାଇଁ ଡକାଇଥିଲା। ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି ଯେ ଇଡି ଏବେ ଅରବିନ୍ଦ କେଜ୍ରିୱାଲଙ୍କୁ ଯେଉଁଭଳି ଭାବେ ସମନ ପଠାଇଛି, ତାହା ସ୍ପଷ୍ଟ ଯେ କେନ୍ଦ୍ର ସରକାର ଆମ୍ ଆଦମୀ ପାର୍ଟିକୁ ଯେକୌଣସି ଉପାୟରେ ବଦନାମ କରିବାକୁ ଚାହୁଁଛନ୍ତି। ସେଥିପାଇଁ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଜେଲ୍ ପଠାଇବା ଏବଂ ଆମ୍ ଆଦମୀ ପାର୍ଟିକୁ ବଦନାମ କରିବାକୁ ପ୍ରୟାସ କରାଯାଉଛି।

ରବିବାର  ତାଙ୍କୁ ଅବକାରୀ ନୀତି ମାମଲାରେ ୫୬ଟି ପ୍ରଶ୍ନ ପଚାରିଥିଲା ସିବିଆଇ । କେଜ୍ରିଓ୍ଵାଲ ପୂର୍ବାହ୍ନ ୧୧ଟା ୫ମିନିଟରେ ସିବିଆଇ ମୁଖ୍ୟାଳୟରେ ତଦନ୍ତରେ ଯୋଗ ଦେଇଥିଲେ ଏବଂ ସକାଳ ପ୍ରାୟ ୮ଟା ୧୫ରେ ପଚରାଉଚରା ଶେଷ ହେବା ପୂର୍ବରୁ ୯ ଘଣ୍ଟା ଧରି ପଚରାଉଚରା ଚାଲିଥିଲା। ସିବିଆଇ ପଚରାଉଚରା ଶେଷ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ତାଙ୍କୁ ୫୬ଟି ପ୍ରଶ୍ନ ପଚରାଯାଇଥିଲା ଏବଂ ସେ ସବୁର ଉତ୍ତର ଦେଇଥିଲେ। ଆପ୍ ଏକ କଠୋର ସଚ୍ଚୋଟ ଦଳ। ଆମେ କିଛି ଭୁଲ୍ କରିନାହୁଁ। ସେ ମୋତେ ୫୬ଟି ପ୍ରଶ୍ନ ପଚାରିଥିଲେ। ପୂରା ମାମଲା ନକଲି। ସେମାନଙ୍କର ଆମ ବିରୋଧରେ କିଛି ନାହିଁ। ଏହାର କୌଣସି ପ୍ରମାଣ ନାହିଁ।

 

 

Get real time updates directly on you device, subscribe now.