IT ଏକ୍ସପର୍ଟଙ୍କ ଚେତାବନୀ: ଆପଣଙ୍କ ଫୋନ୍ ବି ବ୍ଲାଷ୍ଟ ହୋଇଯାଇପାରେ, ସ୍ମାର୍ଟଫୋନ୍ କାହିଁକି ବ୍ଲାଷ୍ଟ ହୁଏ

ନୂଆଦିଲ୍ଲୀ: ଦିନକୁ ଦିନ ଇଣ୍ଟରନେଟର ଚାହିଦା ବଢ଼ିବାରେ ଲାଗିଥିବା ବେଳେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ଅଧିକାଂଶ ସମୟରେ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ଦେଖାଯାଉଛି । ତେବେ ଅନେକ ସମୟରେ ସ୍ମାର୍ଟଫୋନ ହଠାତ୍ ବ୍ଲାଷ୍ଟ ହୋଇଯାଇଥାଏ । ଏହାଫଳରେ ଅକାରଣରେ ଅନେକଙ୍କର ଜୀବନ ଚାଲିଯିବା ସହିତ ଅନେକ ଆହତ ହୋଇଥାନ୍ତି ।

ତେବେ ପ୍ରକୃତରେ କେଉଁ କାରଣରୁ ସ୍ମାର୍ଟଫୋନ ବ୍ଲାଷ୍ଟ ହୁଏ ତାହା ଆମେ ସମସ୍ତେ ଜାଣିବା ସହିତ ସେନେଇ ସଚେତନ ହେବା ଜରୁରୀ । ଫୋନ୍୍ ଚାର୍ଜିଂ ସମୟରେ ମୋବାଇଲ ଆଖାପାଖରେ ରେଡିଏସନର ଅତ୍ୟଧିକ ହୋଇଥାଏ । ଏହି କାରଣରୁ ବ୍ୟାଟେରୀ ଗରମ ହୋଇଥାଏ । ତେଣୁ ଚାର୍ଜ କରିବା ସମୟରେ ବ୍ଲାଷ୍ଟିଂ ସମ୍ଭାବନା ରହିଥାଏ । ଅନେକ ସମୟରେ ଆମର ଭୁଲ କାରଣରୁ ବ୍ୟାଟେରୀ ଓଭରହିଟ୍ ହୁଏ ଓ ସେଥିରେ ବିସ୍ଫୋରଣ ହୁଏ । ବ୍ୟାଟେରୀରର ସେଲ ଡେଡ୍ ହେବାରେ ଲାଗିଥାଏ, ଫଳରେ ଫୋନ ଭିତରେ କେମିକାଲ ପରିବର୍ତ୍ତନ ହୋଇଥାଏ ଓ ବ୍ୟାଟେରୀ ବିସ୍ଫୋରଣ ହୋଇଥାଏ ।

ଫୋନର ସ୍କ୍ରିନ କଲର ବ୍ଲର ହେବା ବା ସ୍କ୍ରିନ ସମ୍ପୂର୍ଣ୍ଣ ଭାବେ ଡାର୍କନେସ ହେଲେ ସତର୍କ ହେବା ଜରୁରୀ । ଏପରି ସ୍ଥିତିରେ ସଙ୍ଗେ ମୋବାଇଲ ରିପେୟାରିଂ କରୁଥିବା ଲୋକ ପାଖକୁ ଯିବା ଦରକାର । ଯଦି ଫୋନ ବାରମ୍ବାର ହ୍ୟାଙ୍ଗ ହେଉଛି ବା ପ୍ରୋସେସିଂ ସ୍ଲୋ ହେଉଛି ତେବେ ଏଭଳି ସଙ୍କେତ ପରେ ସାବଧାନ ହୋଇଯାଆନ୍ତୁ । କଥାବାର୍ତ୍ତା ସମୟରେ ଯଦି ଫୋନ ଅଧିକ ଗରମ ହେଉଛି ତେବେ ସାବଧାନ ହୋଇଯାଆନ୍ତୁ । ଥାର୍ଡ ପାର୍ଟି ଚାର୍ଜରରେ ଚାର୍ଜ କରାଇବା ଫୋନ୍ ପାଇଁ କ୍ଷତିକାରକ ହୋଇପାରେ । ଥାର୍ଡ ପାର୍ଟି ଚାର୍ଜର ଆପଣଙ୍କ ଫୋନକୁ ଡ୍ୟାମେଜ କରିବା ସହିତ ଶର୍ଟ ସର୍କିଟ କରିପାରେ । ଫୋନ ଫାଟିବାର ମୁଖ୍ୟ କାରଣ ତା’ର ମାନୁଫାକଚରିଂ ଜନିତ ତ୍ରୁଟି । ଫୋନରେ ଦିଆଯାଇଥିବା ଲିଥିୟମ-ଆୟନ ବ୍ୟାଟେରୀ । ଯଦି ଠିକରେ ଟେଷ୍ଟ କରାଯାଇନଥିବ ତେବେ ଆଗକୁ ଏହା ବିସ୍ଫୋରଣ କରାଇଥାଏ ।

ସାଧାରଣ ଭାବେ ବ୍ୟାଟେରୀ ଭିତରେ ଥିବା ସେଲ୍ସ ଅଧିକ ତାପମାତ୍ରା ପର୍ଯ୍ୟନ୍ତ ପହଞ୍ଚି ଯାଇଥାଏ । ଏହାର ପରିଣାମସ୍ୱରୂପ ଥର୍ମାଲ ବାହାରକୁ ବାହାରି ଆସିଥାଏ । ଶସ୍ତା ବ୍ୟାଟେରୀରେ ଶର୍ଟ ସର୍କିଟର ସମ୍ଭାବନା ଅଧିକ ବୋଲି କୁହାଯାଏ । ଫୋନରେ ବାହ୍ୟ ଫୋର୍ସ ଲଗାଇବା ଫଳରେ ତାହା ଫାଟି ଯାଇଥାଏ । ତେଣୁ ବାଇକରେ ଯିବା ସମୟରେ ଫୋନ ବ୍ୟବହାର କରନ୍ତୁ ନାହିଁ । ଫୋନକୁ ଗରମ ସ୍ଥାନରେ ବା ସିଧାସଳଖ ଖରାରେ ରଖନ୍ତୁ ନାହିଁ ।

ମୋବାଇଲ ୱାଟରପ୍ରୁଫ ନୁହେଁ । ତେଣୁ ଏହା ଥରେ ପାଣିରେ ପଡ଼ିଲେ ତାହା ଖରାପ ହୋଇଯାଇଥାଏ । ଶସ୍ତା ବ୍ୟାଟେରୀ, ଶସ୍ତା ଚାର୍ଜର ଠାରୁ ଯେତେ ସମ୍ଭବ ଦୂରେଇ ରୁହନ୍ତୁ । ମଣିଷକୁ ଯେମିତି ଆରାମ ଦରକାର ବୈଦ୍ୟୁତିକ ଡିଭାଇସକୁ ମଧ୍ୟ ଯେମିତି ଆରାମ ଦରକାର । ମୋବାଇଲକୁ ଯତ୍ନରେ ନ ରଖିବା, ଠିକ୍ ଭାବେ ବ୍ୟବହାର ନ କରି ଖାମଖିଆଲି ହେବା ଆଦି ବିଭିନ୍ନ କାରଣରୁ ତାହା ଖରାପ ହୋଇଯାଇଥାଏ । ବ୍ୟାଟେରୀର ଫିଜିକାଲ କଣ୍ଡିସନ ପାଇଁ ତାହା ଫାଟିଥାଏ । ତେଣୁ ଥରେ ଫୋନ ତଳେ ପଡ଼ିବା ପରେ ନୂଆ ବ୍ୟାଟେରୀ ଲଗାନ୍ତୁ । ଅନେକ ଲୋକ ଫୋନକୁ ରାତି ସାରା ଚାର୍ଜ କରିଥାନ୍ତି ଓ ଆଉ କିଛି ଗୀତ ଶୁଣି ଶୁଣି ଶୋଇଯାଇଥାନ୍ତି । ଏଭଳି ସ୍ଥିତିରେ ଫୋନ୍ ଗରମ ହୋଇ ଫାଟି ଯାଇଥାଏ । ଫୋନକୁ ଚାର୍ଜରରେ ଲଗାଇବା, ଗୀତ ଶୁଣିବା ବା କଥା ହେବା ପରି ଏକାଧିକ କାମ କରନ୍ତୁ ନାହିଁ । ଏହା ଫୋନ ଉପରେ ଚାପ ପକାଇଥାଏ ବୋଲି ଆଇଟି ଏକ୍ସପର୍ଟ ମତ ଦେଇଛନ୍ତି ।