fbpx

ଟି-୨୦ରେ Team India ପାଇଁ ନୂଆ ଚ୍ୟାଲେଞ୍ଜ: ଖୁବଶୀଘ୍ର ହେବ ମହାମୁକାବିଲା

ନୂଆଦିଲ୍ଲୀ: ବିଶ୍ୱକପରେ ଦମଦାର ପ୍ରଦର୍ଶନ ସତ୍ତେ୍ୱ ଚମ୍ପିଆନ୍ ହେବାରୁ ଫେଲ ମାରିଛି ରୋହିତ ସେନା । ତେବେ ଏହାକୁ ଭୁଲି ଆଗାମୀ ୨୦୨୪ ଟି-୨୦ ବିଶ୍ୱକପ ଉପରେ ଫୋକସ୍ କରିବାକୁ ଚାହିଁବ ଟିମ ଇଣ୍ଡିଆ । ତେବେ ଟି-୨୦ ବିଶ୍ୱକପ ପୂର୍ବରୁ ଭାରତ ପାଇଁ ଏହି ଫର୍ମାଟରେ ଆଉ ଏକ ନୂଆ ଶତ୍ରୁ ଜନ୍ମ ନେଇଛି । ଟି-୨୦ ଫର୍ମାଟରେ ଆଉ ଏକ ନୂଆ ଚାଲେଞ୍ଜ ଭାବରେ ଟିମ ଇଣ୍ଡିଆକୁ ଭେଟିବ ଆଫଗାନିସ୍ତାନ । ନୂଆ ବର୍ଷରେ ନୂଆ ଦଳ ସହିତ ଏକ ନୂଆ ସିରିଜ କେଳିବାକୁ ଯାଉଛି ଭାରତ । ତେବେ ଏହି ଦଳରେ ଟିମ ଇଣ୍ଡିଆ ନୂଆ ଅଧିନାୟକ ମଧ୍ୟ ପାଇପାରେ ।

୨୦୨୪ ଜାନୁୟାରୀରେ ଦଳ ଟି-୨୦ ସିରିଜ୍ ପାଇଁ ଭାରତ ଗସ୍ତରେ ଆସିବା ନେଇ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ସ୍ପଷ୍ଟ କରିଛି । ଭାରତ ଓ ଆଫଗାନିସ୍ତାନ ଦୁଇ ଦେଶ ମଧ୍ୟରେ ୩ଟି ଟି-୨୦ ମ୍ୟାଚ୍ ଖେଳାଯିବ । ଏହି ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଜାନୁୟାରୀ ୧୧ ତାରିଖରେ ମୋହାଲିରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ଜାନୁଆରୀ ୧୪ ତାରିଖ-ଇନ୍ଦୋର ଏବଂ ୧୭ ଜାନୁଆରୀରେ ବେଙ୍ଗାଲୁରୁରେ ଶେଷ ମ୍ୟାଚ୍ ଖେଳାଯିବ ।

ବର୍ତ୍ତମାନ ଆଫଗାନିସ୍ତାନ ଏବଂ ଭାରତର ଦଳ କେବଳ ଆଇସିସି ଇଭେଣ୍ଟ କିମ୍ବା ଏସିଆ କପ୍ ସମୟରେ ସୀମିତ ଓଭର କ୍ରିକେଟରେ ମୁହାଁମୁହିଁ ହୋଇଛନ୍ତି । ଏଥି ସହିତ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଦଳ ମଧ୍ୟରେ କେବଳ ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳାଯାଇଛି । ଏପର୍ଯ୍ୟନ୍ତ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ମଧ୍ୟରେ ଏ ପର୍ଯ୍ୟନ୍ତ ୫ଟି-୨୦ ମ୍ୟାଚରୁ ଭାରତ ୪ଟି ମ୍ୟାଚ୍ ଏବଂ ଅନ୍ୟ ଗୋଟିଏ ଖେଳ ଅମିମାଂସିତ ରହିଛି । ଏଥି ସହିତ ଦୁଇ ଦଳ ୪ଟି ଦିନିକିଆ ମ୍ୟାଚ୍ ଖେଳାଯାଇଛି । ଏହି ମ୍ୟାଚଗୁଡିକରେ ଭାରତ ୩ ଥର ଜିତିଛି ଏବଂ ଗୋଟିଏ ମ୍ୟାଚ୍ ଡ୍ର ରହିଛି ।

Get real time updates directly on you device, subscribe now.