ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରଣାସୀରେ ଆଜି ଦ୍ୱିପ୍ରହରରେ ପୋଲିସ କମିଶନର କାର୍ଯ୍ୟାଳୟରେ ଉତ୍ତେଜନା ଦେଖାଦେଇଛି । ଏଠାରେ ଜଣେ ବ୍ୟକ୍ତି ନ୍ୟାୟ ପାଇଁ ଆମ୍ବୁଲାନ୍ସରେ ପୋଲିସ ଅଧିକାରୀଙ୍କୁ ଭେଟିବାକୁ ଆସିଛନ୍ତି । ଆହତ ବ୍ୟକ୍ତିଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ନିକଟତମ ଥାନା ଏହି ମାମଲାକୁ ସାଧାରଣ ଭାବେ ନେଇଛନ୍ତି । ଏପର୍ଯ୍ୟନ୍ତ ଅପରାଧୀଙ୍କୁ ମଧ୍ୟ ଗିରଫ କରାଯାଇନାହିଁ । ଆମ୍ବୁଲାନ୍ସରେ ଆହତଙ୍କୁ ଦେଖି ଆଡିସନାଲ କମିଶନର ନିଜେ କାର୍ଯ୍ୟାଳୟରୁ ବାହାରକୁ ଆସିଛନ୍ତି ଏବଂ ପରିବାର ଲୋକଙ୍କୁ ସ୍ପଷ୍ଟ କରିଛନ୍ତି ଯେ, ଯଦି ଏହି ମାମଲାକୁ ଅଣଦେଖା କରାଯାଇଛି ତେବେ ଏଥିପାଇଁ ଦାୟୀ ଲୋକମାନଙ୍କୁ ଛଡା ଯିବନାହିଁ ଏବଂ ସମସ୍ତ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ।
ଏହି ମାମଲାକୁ ନେଇ ଆହତ ବ୍ୟକ୍ତିଙ୍କ ମାଆ ଫୁଲମତୀ ଦେବୀ କହିଛନ୍ତି ଯେ, ୨୦ ନଭେମ୍ବର ରାତିରେ ମୋ ପୁଅ ଶଂକର ସେଠ ନିଜ ଦୋକାନ ବନ୍ଦ କରି ଫେରୁଥିବା ବେଳେ କିଛି ଗୁଣ୍ଡା ମୋ ପୁଅକୁ ଅଟକାଇ ଖୁବ ଜୋରରେ ମାରପିଟ କରିଥିଲେ । ହତ୍ୟା କରିବା ଉଦ୍ଦେଶ୍ୟ ନେଇ ଆସିଥିବା ଗୁଣ୍ଡାମାନେ ମୋ ପୁଅକୁ ଏପରି ମାରିଥିଲେ ଯେ, ତାର ମେରୁଦଣ୍ଡ ଏବଂ ଶରୀରର ଅନ୍ୟାନ୍ୟ ସ୍ଥାନରେ ଗଭୀର ଆଘାତ ଲାଗିଛି ।
ମହିଳାଙ୍କ ଅଭିଯୋଗ ରହିଛି ଯେ, ଏହି ମାରପିଟ ପରେ ଯେତେବେଳେ ସେ ଏହି ମାମଲା ବିଷୟରେ ନିକଟତମ ଥାନାକୁ ଜଣାଇଥିଲେ ସେତେବେଳେ ସେମାନେ ଏହି ମାମଲାକୁ ସାଧାରଣ ଭାବେ ନେଇଥିଲେ ଏବଂ ଏଥିପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ସେଥିପାଇଁ ଆଜି ଆମେ ନ୍ୟାୟ ପାଇଁ ପୋଲିସ କମିଶନରେଟ କାର୍ଯ୍ୟାଳୟରେ ପହଁଚିଗଲୁ । ଆମକୁ ଥାନା ଉପରେ କୌଣସି ବିଶ୍ୱାସ ନାହିଁ । ଆମକୁ ଆଡିସନାଲ କମିଶନର ପକ୍ଷରୁ ଏହି ମାମଲାର ନ୍ୟାୟ ପାଇଁ ଭାରଷା ଦିଆଯାଇଛି ।