ଚନ୍ଦ୍ରଯାନ-୩ର ପ୍ରୋପଲସନ୍‍ ମଡ୍ୟୁଲକୁ ପୃଥିବୀର କକ୍ଷପଥକୁ ଫେରାଇ ଅଣାଯାଇପାରିଛି: ଇସ୍ରୋ

ନୂଆଦିଲ୍ଲୀ : ଚନ୍ଦ୍ର ମିଶନରେ ଇସ୍ରୋକୁ ପୁଣି ଏକ ସଫଳତା ମିଳିଛି । ଇସ୍ରୋର ଉଦ୍ୟମ ଫଳରେ, ଚନ୍ଦ୍ରକକ୍ଷରେ ବୁଲୁଥିବା ଚନ୍ଦ୍ରଯାନ-୩ର ପ୍ରୋପଲସନ୍‍ ମଡ୍ୟୁଲକୁ ପୃଥିବୀ କକ୍ଷକୁ ଫେରାଇ ଅଣାଯାଇପାରିଛି । ଇସ୍ରୋ ପକ୍ଷରୁ ଆଜି ଏ ନେଇ ଖୁସିବ୍ୟକ୍ତ କରାଯିବା ସହ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ଏ ନେଇ ସୂଚନା ଦିଆଯାଇଛି । ଇସ୍ରୋର ସୂଚନା ମୁତାବକ ଗତ ନଭେମ୍ବର ୧୦ ତାରିଖରେ ପ୍ରୋପଲସନ୍‍ ମଡ୍ୟୁଲ ଚନ୍ଦ୍ରରୁ ପୃଥିବୀକୁ ଫେରିବା ପାଇଁ ଯାତ୍ରା ଆରମ୍ଭ କରିଥିଲା । ନଭେମ୍ବର ୧୧ରେ ଏହି ଯୋଜନା ପୃଥିବୀର ନିକଟତମ ବିନ୍ଦୁ ଦେଇ ଯାଇଥିଲା । ଚନ୍ଦ୍ରରୁ ନମୁନା ଫେରାଇବା ଆଣିବା ମିଶନକୁ ଦୃଷ୍ଟିରେ ରଖି ଏହି ପରୀକ୍ଷଣ କରାଯାଇଛି ।

ତେବେ ୧୪ ଜୁଲାଇ ୨୦୨୩ ତାରିଖରେ ଚନ୍ଦ୍ରଯାନ-୩କୁ ସଫଳତାର ସହିତ ଏଲଭିଏମ୩ ଏମ୪ ରକେଟଦ୍ୱାରା କକ୍ଷପଥରେ ସ୍ଥାପନ କରାଯାଇଥିଲା । ଲ୍ୟାଣ୍ଡର ଓ ରୋଭର ୨୩ ଅଗଷ୍ଟ ୨୦୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳ ନିକଟରେ ଅବତରଣ କରିଥିଲେ। ୨୩ ଅଗଷ୍ଟ ୨୦୨୩, ଭାରତୀୟ ସମୟ ଅନୁଯାୟୀ ଅପରାହ୍ନ ପ୍ରାୟ ୫ଟା ୪୫ ମିନିଟ‌ରେ ଏହି ଅବତରଣ ଘଟିଥିଲା ଏବଂ ସେହି ଦିନ ସନ୍ଧ୍ୟା ପ୍ରାୟ ୬.୦୨ ମିନିଟ‌ରେ ଚନ୍ଦ୍ରପୃଷ୍ଠକୁ ସ୍ପର୍ଶ କରିଥିଲା, ଯାହା ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ସଫଳତାର ସହ ମହାକାଶଯାନ ଅବତରଣ କରିବାରେ ପ୍ରଥମ ଦେଶ ଏବଂ ଚନ୍ଦ୍ରରେ ଧୀର ଅବତରଣ (soft landing) କରିଥିବା ଚତୁର୍ଥ ଦେଶ ଥିଲା।