fbpx
BSKY SKY
BSKY SKY

Zomato ଖାଦ୍ୟରୁ ବାହାରୁଛି ଅସରପା-ଝିଟିପିଟି: ବାରମ୍ବାର ଖାଦ୍ୟରେ କୀଟପତଙ୍ଗକୁ ନେଇ ଅଭିଯୋଗ

BSKY

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଯୁବପିଢୀଙ୍କୁ ଘାରିଛି ଅନଲାଇନ ସପିଙ୍ଗ ଚିନ୍ତା । କେବଳ ସପିଙ୍ଗ ନୁହେଁ, ଅନଲାଇନରେ ଲୋକମାନେ ମନ ପସନ୍ଦର ଖାଦ୍ୟ ମଧ୍ୟ ଅର୍ଡର କରି ପାରୁଛନ୍ତି । ଫଳରେ ସ୍ୱିଗି ଜୋମାଟୋ ଭଳି ଅନଲାଇନ ଫୁଡ ଡେଲିଭରୀ ଭଳି ସଂସ୍ଥା ଖୁବ ବ୍ୟବସାୟ କରୁଛି । ତେବେ ଅନେକ ସମୟରେ ଏହି କମ୍ପାନୀଗୁଡ଼ିକୁ ନେଇ ମଧ୍ୟ ବିଭିନ୍ନ ଅଭିଯୋଗ ଦେଖିବାକୁ ମିଳିଛି । ତେବେ ଖାଦ୍ୟର ଗୁଣବତ୍ତାକୁ ନେଇ ସବୁଠୁ ବଡ଼ ଅଭିଯୋଗ ହେଉଛି । ଗ୍ରାହକଙ୍କ ଖାଦ୍ୟରେ ବାରମ୍ବାର କୀଟପତଙ୍ଗ ମିଳୁଥିବା ଭଳି ଘଟଣା ଦେଖାଯାଉଛି । ବର୍ତ୍ତମାନ ଜଣେ ଗ୍ରାହକ ଅର୍ଡର କରିଥିବା ଖାଦ୍ୟରେ ଝିଟିପିଟି ବାହାରିଥିବା ଘଟଣା ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ, ହାଇଦ୍ରାବାଦ ଅମ୍ବରପେଟର ବିଶ୍ୱ ଆଦିତ୍ୟ ଜୋମାଟୋରେ ଚିକେନ୍ ବିରିୟାନୀ ଅର୍ଡର କରିଥିଲେ । ତେବେ ବାବର୍ଚୀ ହୋଟେଲରୁ ଅର୍ଡର ହୋଇଥିବା ଖାଦ୍ୟ ତାଙ୍କ ପାଖରେ ପହଞ୍ଚିବା ପରେ ସେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କିନ୍ତୁ ଖାଦ୍ୟ ପ୍ୟାକେଟ ଖୋଲିବା ପରେ ବିରିୟାନୀରୁ ଚିକେନ୍ ବଦଳରେ ବାହାରିଥିଲା ଅଜବ ଜନ୍ତୁ । ଚିକେନ୍ ବିରିୟାନୀ ଭିତରୁ ଚିକେନ୍ ସହିତ ଝିଟିପିଟି ବାହାରିଥିବା ସେ ଅଭିଯୋଗ କରିଛନ୍ତି । ଏହାପରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର(ଏକ୍ସ)ରେ ଏହାକୁ ନେଇ ଏକ ପୋଷ୍ଟ କରିଛନ୍ତି ବିଶ୍ୱ । ‘ତେଲୁଗୁ ସ୍କ୍ରିବ୍ସ’ ଆକାଉଣ୍ଟରୁ ହୋଇଥିବା ପୋଷ୍ଟରେ ଜୋମାଟୋ କମ୍ପାନୀକୁ ପର୍ଦ୍ଦାଫାଶ କରିଛନ୍ତି ଏହି ଗ୍ରାହକ । ତେବେ ଏହାକୁ ନେଇ ସେ ତାଙ୍କ ପରିବାରକୁ ନେଇ ଚିନ୍ତିତ ରହିଥିବା ଲେଖିଛନ୍ତି । ହୋଟେଲରେ ଖାଦ୍ୟ ପ୍ରସ୍ତୁତ ସମୟରେ ସାବଧାନତା ନ ରହିବାର କାରଣ ପଚାରିବାରୁ ଚୁପ ରହିଛନ୍ତି କର୍ମଚାରୀ ।

ସେପଟେ ବିଶ୍ୱଙ୍କ ଏହି ସଙ୍ଗୀନ ଅଭିଯୋଗକୁ ଗମ୍ଭୀରତାର ସହ ନେଇ ଅନଲାଇନ ଫୁଡ ଡେଲିଭରୀ ସଂସ୍ଥା ଜୋମାଟୋ । କମ୍ପାନୀ ନିଜର ହାଣ୍ଡେଲ ଜୋମାଟୋ କେୟାରରେ ଲେଖିଛି ଯେ, ଏଭଳି ଏକ ଘଟଣାର ନେଇ ସୂଚନା ମିଳିଛି । ଏହାପରେ ଗ୍ରାହକଙ୍କ ସହ କମ୍ପାନୀ ଆଲୋଚନା ମଧ୍ୟ କରିଛି । ତେଣୁ ମାମଲାକୁ ଗମ୍ଭୀରତାର ସହ ନେଇ ଯଥାଶୀଘ୍ର ଏହା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛି ଜୋମାଟୋ । ତେବେ ପୂର୍ବରୁ ମଧ୍ୟ ଜଣେ ଗ୍ରାହକ ଫିସ୍ ବିରିୟାନୀ ଅର୍ଡର କରିଥିବା ବେଳେ ସେଥିରୁ ଅସରପା ବାହାରିଥିବା ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.