fbpx

ଗୁଜୁରାଟର ଭାଲସାଦରେ ଥିବା କାରଖାନାରେ ବ୍ୟାପିଲା କେମିକାଲ, ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଗୁଜୁରାଟର ଭାଲସାଦ ଜିଲ୍ଲାର ଏକ କାରଖାନାରେ ମଙ୍ଗଳବାର ଦିନ କେମିକାଲ ପଦାର୍ଥ ବ୍ୟାପିବା ପରେ ବିହାରର ଦୁଇଜଣ ଶ୍ରମିକ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଛନ୍ତି । ପୋଲିସ ଏହି ସୂଚନା ଦେଇଛି ।

ଭାପି ଉଦୟୋଗନଗର ପୋଲିସ ଷ୍ଟେସନ ଇନ୍ସପେକ୍ଟର ଭି.ଜି ଭରୱାଡ କହିଛନ୍ତି ଯେ, ଅପରାହ୍ନରେ ଭାପି ଶିଳ୍ପାଞ୍ଚଳର ଏକ ରାସାୟନିକ ଉତ୍ପାଦନ ୟୁନିଟରେ ଏହି ଘଟଣା ଘଟିଛି । ସେ କହିଛନ୍ତି ଯେ ମୃତ ବ୍ୟକ୍ତି ଗୋରେଲାଲ ମଣ୍ଡଳ (୪୧) ଏବଂ ଦିଲୀପ ତନ୍ତିି (୩୭) ବୋଲି ଚିହ୍ନଟ ହୋଇଥିବା ବେଳେ ଉଭୟ ବିହାରର ଭାଗଲପୁର ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି । ।

ଫୋରେନସିକ୍ ବିଶ୍ଳେଷଣ ପାଇଁ ରାସାୟନିକ ନମୁନା ପଠାଯାଇଛି :-
ଭରୱାଡ କହିଛନ୍ତି ଯେ, ଯେତେବେଳେ ମଣ୍ଡଳ ଏବଂ ତନ୍ତିି କାରଖାନା ଭିତରେ କିଛି ଡ୍ରମ୍ କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରୁଥିଲେ, ଟ୍ରଲିରୁ ଏକ ଅଜ୍ଞାତ ରାସାୟନିକ ଭର୍ତ୍ତି ଡ୍ରମ୍ ଖସ ପଡ଼ିଥିଲା ।

ଅଧିକାରୀ କହିଛନ୍ତି, ରାସାୟନିକ ପଦାର୍ଥରୁ ବାହାରୁଥିବା ବିଷାକ୍ତ ଧୂଆଁ ଯୋଗୁଁ ଦୁହେଁ ଚେତାଶୂନ୍ୟ ହୋଇଯାଇଥିଲେ । ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଆମେ ଅଚାନକ୍ ମୃତ୍ୟୁର ଏକ ମାମଲା ପଞ୍ଜୀକୃତ କରିଛୁ ଏବଂ ଫୋରେନସିକ୍ ବିଶ୍ଳେଷଣ ପାଇଁ ରାସାୟନିକର ଏକ ନମୁନା ପଠାଇଛୁ ।

Get real time updates directly on you device, subscribe now.