fbpx

ନିଆରା ବାହାଘର: ଭିକ ମାଗୁଥିବା ଝିଅକୁ ଭଲ ପାଇବସିଲା ଖାଦ୍ୟ ବାଣ୍ଟୁଥିବା ଯୁବକ, ଆଉ ତା’ପରେ

ଲକଡାଉନ ସମୟରେ ବହୁ କାହାଣୀ ସାମନାକୁ ଆସୁଛି, ଯାହା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଉତ୍ତରପ୍ରଦେଶ କାନପୁରରେ ଏପରି ଏକ ନିଆରା ବାହାଘର ଦେଖିବାକୁ ମିଳିଛି । ସେଠାରେ ଖାଇବା ବାଣ୍ଟୁ ବାଣ୍ଟୁ ଜଣେ ଯୁବକ ଭିକ ମାଗୁଥିବା ଯୁବତୀଙ୍କୁ ମନ ଦେଇ ବସିଲେ । ପ୍ରେମରୁ ଆରମ୍ଭ ହୋଇଥିବା ଏହି କାହାଣୀରେ ଦୁହେଁ ୭ ଜନ୍ମ ପାଇଁ ବିବାହ ବନ୍ଦନରେ ବାନ୍ଧି ହୋଇଗଲେ । ଏହି ବିବାହରେ ସାମାଜିକ ଦୂରତା ଅବଲମ୍ବନ କରି ବହୁ ଲୋକ ସାମିଲ ହୋଇଥିଲେ । କାନପୁଣ ବାସିନ୍ଦା ଅନିଲ ଓ ନିଲମଙ୍କ ଏହି ବିବାହ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥିବା ବେଳେ ବିବାହର ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ତେବେ କାହାର ସମୟ କେତେବେଳେ ଯେ ବଦଳିଯିବ, ତାହା କେହି ଜାଣିନଥାନ୍ତି । ଆର୍ଥିକ କ୍ଷେତ୍ରରେ ଦୁର୍ବଳ ହେବାରୁ ଫୁଟପାଥରେ ଭିକାରୀଙ୍କ ସହ ବସି ଭିକ ମାଗୁଥିବା ନିଲମଙ୍କୁ ଖାଦ୍ୟ ବାଣ୍ଟୁଥିବା ଯୁବକ ଅନିଲ ପସନ୍ଦ କରିଥିଲେ । ପରେ ତାଙ୍କୁ ବିବାହ କରି ସମାଜର ବିଚାରଧାରାକୁ ବଦଳାଇ ଦେଲେ ଅନିଲ । ତେବେ ନିଲମଙ୍କ ପିତା-ମାତା ନଥିବା ବେଳେ ଭାଇ-ଭାଉଜ ବାଟେଇ ବାଟେଇ ଘରୁ ବାହାର କରିଦେଇଥିଲେ । ନିଜର ପେଟ ପୋଷିବା ପାଇଁ ଶେଷରେ ଭିକ ମାଗିବାକୁ ବାଧ୍ୟ ହୋଇଥିଲେ ନିଲମ ।

ଅନ୍ୟପଟେ ଅନିଲ ଜଣେ ସମ୍ପତ୍ତି ଲାଲତା ଡିଲରଙ୍କ ଘରେ ଡ୍ରାଇଭରର କାମ କରନ୍ତି । ମାଲିକଙ୍କ କହିବା ମୁତାବକ ଅନିଲ ପ୍ରତିଦିନ ଗରୀବ ମାନଙ୍କୁ ଖାଦ୍ୟ ବାଣ୍ଟିଥିଲେ, ଯେଉଁ ଗରିବଙ୍କ ନିଲମ ବି ସାମିଲ ଥିଲେ । ପ୍ରଥମେ ପ୍ରେମ ଓ ପରେ ପରିବାର ଲୋକଙ୍କ ସହମତିରେ ଦୁହିଁଙ୍କ ବିବାହ ହୋଇଥିଲା ।

Get real time updates directly on you device, subscribe now.