-
World 99,857,603
WorldConfirmed: 99,857,603Active: 25,856,284Recovered: 71,860,551Death: 2,140,768 -
USA 25,704,372
USAConfirmed: 25,704,372Active: 9,864,410Recovered: 15,410,456Death: 429,506 -
India 10,672,035
IndiaConfirmed: 10,672,035Active: 183,660Recovered: 10,334,850Death: 153,525 -
Brazil 8,844,600
BrazilConfirmed: 8,844,600Active: 973,749Recovered: 7,653,770Death: 217,081 -
Russia 3,738,690
RussiaConfirmed: 3,738,690Active: 518,009Recovered: 3,150,763Death: 69,918 -
UK 3,647,463
UKConfirmed: 3,647,463Active: 1,918,124Recovered: 1,631,400Death: 97,939 -
Italy 2,466,813
ItalyConfirmed: 2,466,813Active: 499,278Recovered: 1,882,074Death: 85,461 -
Turkey 2,429,605
TurkeyConfirmed: 2,429,605Active: 96,811Recovered: 2,307,721Death: 25,073 -
Germany 2,149,223
GermanyConfirmed: 2,149,223Active: 272,860Recovered: 1,823,500Death: 52,863 -
Pakistan 534,041
PakistanConfirmed: 534,041Active: 33,820Recovered: 488,903Death: 11,318 -
China 89,115
ChinaConfirmed: 89,115Active: 1,849Recovered: 82,631Death: 4,635
ଭୁବନେଶ୍ୱର, ୨୩ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ମଦ ହୋମ ଡ଼େଲିଭରି ପାଇଁ ଅନୁମତି ମିଳିଛି । ଆସନ୍ତା ୨୪ରୁ ଏହି ନିୟମ କାର୍ଯ୍ୟକାରୀ ହେବ । କିନ୍ତୁ କଣ୍ଟେନମେଣ୍ଟ ଜୋନରେ ଏହି ନିୟମ ଲାଗୁ ହେବ ନାହିଁ । କୌଣସି କାଉଣ୍ଟରରେ ମଦ ବିକ୍ରି କରିବାକୁ ସରକାର ଅନୁମତି ଦେଲେ ନାହିଁ । ଓଡ଼ିଶା ଅବକାରୀ ନିୟମ-୨୦୧୭ରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର । ସ୍ପେଶାଲ କୋଭିଡ଼ ଫି ଲଗାଇ ମଦର ଦର ବଢ଼ାଇଛନ୍ତି ସରକାର । ସମସ୍ତ ପ୍ରକାର ମଦର ଦର ୫୦% ବୃଦ୍ଧି କରାଯାଇଛି । ଏହାସହ ରିଟେଲର ଚାହିଁଲେ ମଦ ନିଜେ ହୋମ ଡ଼େଲିକରି କରିପାରିବେ ନଚେତ ଏଥିସହ ଫୁଡ଼ ଡ଼େଲିଭରି ସଂସ୍ଥାର ମଧ୍ୟ ସେମାନେ ସହଯୋଗ ନେଇପାରିବେ । ହଜାରେ ଟଙ୍କା ଯାଏ ଅର୍ଡ଼ର ଉପରେ ଲାଗିବ ଶହେଟଙ୍କା ଯାଏ ଡ଼େଲିଭରି ଚାର୍ଜ । ମଦ ଡେଲିଭରି ଚାର୍ଜ କୌଣସି ସ୍ଥିତିରେ ୩ଶହ ଟଙ୍କାରୁ ଅଧିକ ହେବନାହିଁ । ମିଳିବାକୁ ଥିବା ରାଜସ୍ୱ କରୋନା ମୁକାବିଲା କ୍ଷେତ୍ରରେ ଖର୍ଚ୍ଚ କରାଯିବ ।
କରୋନା ସତର୍କତାକୁ ଦୃଷ୍ଟି ରେ ରଖି ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ଅନ୍ୟ କିଛିଟା ରାଜ୍ୟରେ ମଦ କାଉଣ୍ଟର ଓ ହୋମ ଡ଼େଲିଭରି ହେଉଥିଲା । କିନ୍ତୁ ଓଡ଼ିଶାରେ ଏହା ସମ୍ପୂର୍ଣ୍ଣ ବନ୍ଦ ଥିଲା । ସ୍ଥିତି ଅନୁଧ୍ୟାନ ପରେ ରାଜ୍ୟରେ ମଦ ହୋମ ଡ଼େଲିକରି ପାଇଁ ଅନୁମତି ଦେଇଛନ୍ତି ସରକାର ।
Comments are closed.