fbpx

ନଂ୧ ବୋଲର ହେବା ପଛରେ କ’ଣ ରହିଛି ରାଜ୍ ? ଜାଣନ୍ତୁ କିଏ ସେହି ଖେଳାଳୀ

ଭାରତୀୟ କ୍ରିକେଟ ଦଳର ସେ ଜଣେ ଚମତ୍କାର ଲେଗ୍ ସ୍ପିନର । ନିକଟରେ ଆଇସିସି ଟି-୨୦ ରେଙ୍କିଙ୍ଗ୍‌ରେ ବିଶ୍ୱର ନଂ-୧ ବୋଲର ଭାବେ ସାମ୍ନାକୁ ଆସିଛନ୍ତି । ଆଫ୍‌ଗାନିସ୍ତାନ ଲେଗ୍ ସ୍ପିନର ରାଶିଦ୍ ଖାନଙ୍କ ରେଟିଂ(୬୯୨ ପଏଣ୍ଟ) ପଛରେ ପକାଇ ୬୯୯ ରେଟିଂ ଅଙ୍କର ନୂତନ ରେକର୍ଡ଼ ସ୍ଥାପନ କରିଛନ୍ତି । କ୍ରିକେଟ ଗ୍ରାଉଣ୍ଡରେ ତାଙ୍କର ଚମତ୍କାର ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ହୃଦୟ ଜିତିଥିବା ଏହି ଯୁବା ଲେଗ୍ ସ୍ପିନର ହେଉଛନ୍ତି ରବି ବିଷ୍ଣୋଇ । ଏଥିପାଇଁ ତାଙ୍କୁ ବହୁତ ସଂଘର୍ଷର ସାମ୍ନା କରିବାକୁ ପଡ଼ିଛି ।

୨୦୦୦ ମସିହା ସେପଟେମ୍ବର ୫ରେ ରବି ବିଷ୍ଣୋଇ ରାଜସ୍ଥାନ ଯୋଧପୁର ଜିଲ୍ଲାର ବିରାମି ଗାଁରେ ଜନ୍ମ ଗ୍ରହଣ କରିଥିଲେ । ପିତା ମାଙ୍ଗିଲାଲ ବିଷ୍ଣୋଇ ଜଣେ ସରକାରୀ ଶିକ୍ଷକ ଥିଲେ । ଏକ ଇଣ୍ଟରଭ୍ୟୁରୁ ଜଣାଯାଏ ପିଲାଦିନେ ରବି କ୍ଷେତରେ ବୋଲିଂ ପ୍ରାକଟିସ୍ କରୁଥିଲେ । ତାଙ୍କ ପରିବାରରେ ବଡ଼ ଭାଇ ଅଶୋକ ଏବଂ ଦୁଇ ଭଉଣୀ ଅନୀତା ଏବଂ ରିଙ୍କୁ ବିଷ୍ଣୋଇ ଅଛନ୍ତି । ରବି ହେଉଛନ୍ତି ପରିବାରରେ ସବୁଠାରୁ ସାନ । ଜଣେ ଦୃତ ବୋଲର ଭାବରେ ରବି କ୍ରିକେଟ କ୍ୟାରିୟରର ଆରମ୍ଭ କରିଥିଲେ । ଏହା ପରେ କୋଚ୍‌ଙ୍କ ଉପଦେଶ ତାଙ୍କ ଜୀବନ ବଦଳେଇ ଦେଇଥିଲା । ପରବର୍ତ୍ତୀ ସମୟରେ ସେ ତାଙ୍କ କୋଚ୍‌ଙ୍କ ଉପଦେଶ ମାନି ଦ୍ରୁତ ବୋଲରରୁ ‘ଲେଗ୍ ବେକ୍ର୍ ବୋଲର’ ଭାବରେ ରୂପାନ୍ତରିତ ହୋଇଗଲେ । ତାଙ୍କୁ ଆଫ୍‌ଗାନିସ୍ତାନର ସ୍ପିନର ରାଶିଦ୍ ଖାନଙ୍କ ସହ ତୁଳନା କରାଯାଇଛି । ଆଇପିଏଲ୍‌ରେ ରବି ୫୨ଟି ମ୍ୟାଚରେ ୫୩ଟି ୱିକେଟ ନେଇଛନ୍ତି । ତାଙ୍କ ଇକୋନୋମୀ ରେଟ୍ ୭.୫୯ ରହିଛି । ଆଇପିଏଲ୍‌ରେ ୨୪ରନ୍‌ରେ ୩ଟି ୱିକେଟ ନେବା ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ଥିଲା । ଟି-୨୦ ଇଣ୍ଟରନ୍ୟାସନାଲରେ ଭାରତ ପାଇଁ ୩୪ଟି ୱିକେଟ ଏବଂ ODIରେ ୱିକେଟ ନେଇଛନ୍ତି ।

ନିକଟରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟି-୨୦ ଶୃଙ୍ଖଳାରେ ଭାରତୀୟ ଦଳ ଶାନଦାର ପ୍ରଦର୍ଶନ କରିଥିଲା । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ୪-୧ରେ ଏହି ସିରିଜ ନିଜ ନାଁ କରି ପାରିଥିଲା । ବର୍ତ୍ତମାନ ଭାରତୀୟ ଲେଗ୍ ସ୍ପିନର ରବି ବିଷ୍ଣୋଇ ବିଶ୍ୱର ନଂ୧ ଟି-୨୦ ବୋଲର ହୋଇଯାଇଥିବା ନେଇ ଆଇସିସି ପକ୍ଷରୁ ‘ଏକ୍ସ୍‌’(ପୂର୍ବରୁ ଟ୍ୱିଟ୍‌) କରାଯାଇଛି ।

 

Get real time updates directly on you device, subscribe now.