fbpx

ପ୍ରଥମ ଥର ବିଦେଶରେ ହେବାକୁ ଯାଉଛି ଆଇପିଏଲ୍ ପାଇଁ ନିଲାମ, କେଉଁଠାରେ ଓ କିପରି ଏହା ଦେଖିବେ ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ର ନିଲାମୀର ଆୟୋଜନ ପ୍ରଥମ ଥର ଭାରତ ବାହାରେ ହେବାକୁ ଯାଉଛି । ୧୯ ଡିସେମ୍ବରରେ ଏହି ନିଲାମୀ ପ୍ରକ୍ରିୟାର ଆୟୋଜନ ଦୁବାଇର କୋକାକୋଲା ଏରିନାରେ ହେବ । ନିଲାମୀ ପାଇଁ ଏଥର ୧୧୬୬ ଖେଳାଳୀ ନିଜର ନାମ ପଞ୍ଜୀକୃତ କରାଇଛନ୍ତି । ୧୦ ଫ୍ରଞ୍ଚାଇଜ୍ ଟିମ୍ ଏହି ମିନି ଅକ୍ସନ ପ୍ରକ୍ରିୟାରେ ବୋଲି ଲଗାଇବେ । ଏଥର ଗୋଟିଏ ଦିନ ପାଇଁ ଏହି ନିଲାମୀର ଆୟୋଜନ କରାଯାଉଛି । ଏହା ପୂର୍ବରୁ ଏହାର ଆୟୋଜନ ୨ ଦିନ ପର୍ଯ୍ୟନ୍ତ ହେଉଥିଲା ।

ଏହି ନିଲାମୀରେ ସର୍ବାଧିକ ୭୭ ଖେଳାଳି କିଣାଯିବେ । ଗୁଜୁରାଟ ଟାଇଟନ୍ସ ଫ୍ରାଞ୍ଚାଇଜ୍ ସବୁଠାରୁ ଅଧିକ ବୋଲିରେ ଏହି ନିଲାମୀରେ ଭାଗ ନେବ । ଏହି ନିଲାମୀରେ ଜେଟି ପାଖରେ ୩୮.୧୫ କୋଟି ଓ ଲକ୍ଷ୍ନୌ ସୁପର ଜିଆଣ୍ଟ ପର୍ସରେ ସର୍ବନିମ୍ନ ୧୩.୧୫ କୋଟି ରହିଛି ।

ଆଇପିଏଲ୍ ୨୦୨୪ ନିଲାମୀ ଲାଗି ଯେଉଁ ଖେଳାଳୀମାନେ ନିଜର ନାମ ପଞ୍ଜୀକୃତ କରାଇଛନ୍ତି ସେମାନଙ୍କ ମଧ୍ୟରେ ୮୩୦ ଭାରତୀୟ ଓ ୩୩୬ ବିଦେଶୀ ଖେଳାଳୀ ଅଛନ୍ତି । ଏଥିରେ ୯୦୯ ଅନ୍ତଃର୍ଜାତୀୟ ସ୍ତରର ଖେଳାଳୀ ଓ ୨୧୨ ଜାତୀୟ ସ୍ତରର ଖେଳାଳୀ ସାମିଲ ଅଛନ୍ତି । ୪୫ ଦେଶର ଖେଳାଳୀ ଏଥିପାଇଁ ନିଜର ନାମ ପଞ୍ଚୀକରଣ କରିଛନ୍ତି । ଏହି ନିଲାମୀରେ ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ରଚିନ୍ ରବୀନ୍ଦ୍ର ଓ ବିଶ୍ୱକପ୍ ଫାଇନାଲ ହିରୋ ଟ୍ରେଭିସ୍ ହେଡ୍‌ଙ୍କ ଉପରେ ପଇସା ବର୍ଷା ହୋଇପାରେ । ଏହାସହିତ ମିଚେଲ୍ ଷ୍ଟାର୍କଙ୍କ ଉପରେ ମଧ୍ୟ ଦାବୀ ଅଧିକ ରହିବ ।

ଆଇପିଏଲ୍ ୨୦୨୪ ନିଲାମୀ ପ୍ରକ୍ରିୟାର ଲାଇଭ୍ ଟେଲିକାଷ୍ଟ ଟେଲିଭିଜନର ଷ୍ଟାର ସ୍ପୋର୍ଟସ୍ ନେଟୱାକରେ ହେବ । ଏହାସହିତ ଜିଓ ସିନେମା ଆପ୍‌ରେ ବି ଆପଣ ଏହାର ସିଧା ପ୍ରସାରଣ ଦେଖିପାରିବେ ।

Get real time updates directly on you device, subscribe now.